ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା କୁଶକିଳା ଗାଁରୁ ନିଖୋଜ ଦୁଇ ଯୁବକଙ୍କ ମୃତଦେହକୁ ୧୫-୧୬ ଫୁଟ ଗଭୀର ମାଟି ତଳୁ ଉଦ୍ଧାର କରାଯାଇଛି। ମୃତକଙ୍କ ନାଁ ରାଜକିଶୋର ସାହୁ ଓ ହିରଣାକ୍ଷ୍ୟ ସାହୁ। ଏମାନେ ଗତ ୪ ତାରିଖରୁ ନିଖୋଜ ଥିଲେ। ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ଗାଁର ଝସକେତନ ସାହୁଙ୍କ ବିରୋଧରେ ପରିବାର ଲୋକେ ଥାନାରେ ଅଭିଯୋଗ କରି ଥିଲେ। ପୋଲିସ୍ ଝସକେତନଙ୍କୁ ପଚରାଉଚରା କରିଥିଲା। ତା’ କହିବା ମୁତାବକ ଆଜି ସନ୍ଧ୍ୟାରେ ଗାଁର ଏକ ସ୍କୁଲ୍ ପଛପଟୁ ୧୫-୧୬ ଫୁଟ୍ ଗଭୀର ମାଟିତଳୁ ମୃତଦେହ ଦୁଇଟିକୁ ଉଦ୍ଧାର କରିଛି। ଉଭୟଙ୍କୁ ହତ୍ୟା କରାଯିବା ପରେ ମାଟି ତଳେ ପୋତି ଦିଆଯାଇଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ଝସକେତନକୁ ପୋଲିସ୍ ଅଟକ ରଖାଯାଇଛି। ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଥିବା ସନ୍ଦେହରେ ପୋଲିସ୍ ତଦନ୍ତ ଜାରି ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।