କୋଲକାତା ଅର୍ଡନାନ୍ସ ଫ୍ୟାକ୍ଟ୍ରିରୁ ଆସିଥିଲା ଡି’ ବ୍ରଦର୍ସଙ୍କ କାର୍ବାଇନ

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ସମ୍ପର୍କରେ କମିଶନରେଟ୍‌ ପୋଲିସ ଆଜି ଏକ ବଡ଼ ଖୁଲାସା କରିଛି। ଡି’ ବ୍ରଦର୍ସଙ୍କ ଘରୁ ମିଳିଥିବା କାର୍ବାଇନଟି କୋଲକାତାରୁ ଆସିଥିଲା। ଫୋରେନସିକ ରିପୋର୍ଟରୁ ଏହା ଜଣାପଡିଥିବା ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି। ସେ କହିଛନ୍ତି, “କୋଲକାତାର ଇଣ୍ଡିଆ ଅର୍ଡନାନ୍ସ ଫାକ୍ଟ୍ରିରୁ ଦୁଇଭାଇ ଏହି କାର୍ବାଇନଟିକୁ ପାଇବାକୁ ସକ୍ଷମ ହୋଇଥିଲେ। ଏହାର ତଦନ୍ତ କରିବାକୁ ଏକ ପୋଲିସ୍‌ ଟିମ୍‌ କୋଲକାତା ଯାଇଛି। ଉକ୍ତ କାର୍ବାଇନଟି କାହାକୁ ଇସ୍ୟୁ କରାଯାଇଥିଲା ଓ ଏହା କିପରି […]

d-brothers

d-brothers

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 02:16 PM IST

Sports

Latest News

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କ ସମ୍ପର୍କରେ କମିଶନରେଟ୍‌ ପୋଲିସ ଆଜି ଏକ ବଡ଼ ଖୁଲାସା କରିଛି। ଡି’ ବ୍ରଦର୍ସଙ୍କ ଘରୁ ମିଳିଥିବା କାର୍ବାଇନଟି କୋଲକାତାରୁ ଆସିଥିଲା। ଫୋରେନସିକ ରିପୋର୍ଟରୁ ଏହା ଜଣାପଡିଥିବା ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

ସେ କହିଛନ୍ତି, “କୋଲକାତାର ଇଣ୍ଡିଆ ଅର୍ଡନାନ୍ସ ଫାକ୍ଟ୍ରିରୁ ଦୁଇଭାଇ ଏହି କାର୍ବାଇନଟିକୁ ପାଇବାକୁ ସକ୍ଷମ ହୋଇଥିଲେ। ଏହାର ତଦନ୍ତ କରିବାକୁ ଏକ ପୋଲିସ୍‌ ଟିମ୍‌ କୋଲକାତା ଯାଇଛି। ଉକ୍ତ କାର୍ବାଇନଟି କାହାକୁ ଇସ୍ୟୁ କରାଯାଇଥିଲା ଓ ଏହା କିପରି ଡି’ ବ୍ରଦର୍ସଙ୍କ ପାଖକୁ ଆସିଲା ସେ ବିଷୟରେ ପୋଲିସ ଟିମ୍‌ ତଦନ୍ତ କରିବ।”

ଡି’ ବ୍ରଦର୍ସଙ୍କ କଟକ ସିଡିଏ ଘରୁ ମିଳିଥିବା ଏହି ଅତ୍ୟାଧୁନିକ ୯ ଏମ୍‌ଏମ୍‌ କାର୍ବାଇନରୁ ଏକାକାଳୀନ ୩୨ ରାଉଣ୍ଡ ଗୁଳି ଚଳାଇ ହେବ। ଏହା କେବଳ ସେନା ଓ ଅର୍ଦ୍ଧ ସାମରିକ ବାହୀନକୁ ଯୋଗାଣ ହୋଇଥାଏ। ଏବେ ପ୍ରଶ୍ନ ଉଠୁଛି, ଡି’ ବ୍ରଦର୍ସ ଏହାକୁ କେମିତି ହାତେଇଲେ। କୌଣସି ସେନା ଅଧିକାରୀ ଏମାନଙ୍କ ସହ ଲିଙ୍କରେ ରହିଥିବା ସନ୍ଦେହ ପ୍ରକାଶ ପାଇଛି। ଦୁଇଭାଇ ଏହି ବନ୍ଧୁକକୁ ଭୟ ଦେଖାଇବାକୁ ରଖିଥିଲେ ନାଁ ଏହାକୁ ବ୍ୟବହାର କରିଛନ୍ତି, ତାହାର ଯାଞ୍ଚ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି।

ଅନ୍ୟପକ୍ଷରେ ବିହାରର ଜଣେ ପୂର୍ବତନ ବିଧାୟକଙ୍କ ଜରିଆରେ ଡି’ ବ୍ରଦର୍ସ ବନ୍ଧୁକ ପାଇଥିବା ଜେରା ବେଳେ କହିଥିଲେ। ଡି’ ବ୍ରଦର୍ସଙ୍କ ପାଖରେ ଏକ ଏକେ-୪୭ ରହିଥିବା ସନ୍ଦେହ କରାଯାଉଛି। କାର୍ବାଇନ ଲିଙ୍କ୍‌ର ଖୁଲାସା ହେବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos