ଓଡ଼ିଶାରୁ ଦୁଇ କେନ୍ଦ୍ରମନ୍ତ୍ରୀ, ଜଣେ ରାଜ୍ୟପାଳ ମୋଦୀଙ୍କ ବଦାନ୍ୟତା ନା ଓଡ଼ିଶା ବିଜେପିର ପାରିବା ପଣିଆ?

ଭୁବନେଶ୍ୱର (ଦେବଦତ୍ତ ରଥ): ଓଡ଼ିଶାରୁ ଏବେ ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ରାଜ୍ୟପାଳ ଅଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ। ତେବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ବିଜେପି ପ୍ରତି ବଦାନ୍ୟତା ନାଁ ଏହା ଓଡ଼ିଶା ବିଜେପିର ପାରିବା ପଣିଆ? ଗତ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀ ଓଡ଼ିଶା ପ୍ରଚାରରେ ଆସି କହିଥିଲେ ମୋର ତଥା ବିଜେପିର ହାତ ମୁଠାକୁ ଶକ୍ତ କରିବାକୁ ମତେ […]

dharmendra

dharmendra

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 08:05 PM IST

Sports

Latest News

ଭୁବନେଶ୍ୱର (ଦେବଦତ୍ତ ରଥ): ଓଡ଼ିଶାରୁ ଏବେ ଦୁଇ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଏବଂ ଜଣେ ରାଜ୍ୟପାଳ ଅଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ। ତେବେ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ବିଜେପି ପ୍ରତି ବଦାନ୍ୟତା ନାଁ ଏହା ଓଡ଼ିଶା ବିଜେପିର ପାରିବା ପଣିଆ? ଗତ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀ ଓଡ଼ିଶା ପ୍ରଚାରରେ ଆସି କହିଥିଲେ ମୋର ତଥା ବିଜେପିର ହାତ ମୁଠାକୁ ଶକ୍ତ କରିବାକୁ ମତେ ଓଡ଼ିଶାରୁ ଅଧିକରୁ ଅଧିକ ପଦ୍ମଫୁଲ ଆବଶ୍ୟକ।ଓଡ଼ିଶା ବିଜେପି ତାକୁ କେଉଁ ପ୍ରକାର ଗ୍ରହଣ କଲା କେଜାଣି ୧୪୭+୨୧ର ଏକ ପଦ୍ମଫୁଲ ମାଳ ଆଣି ପିନ୍ଧାଇ ଦେଲା।କିନ୍ତୁ ଲୋକସଭାରେ ଓଡ଼ିଶା ଭାଗରେ ଥିବା ୨୧ଟି ଏମପିିରୁ କଷ୍ଟେ ମଷ୍ଟେ ଗୋଟିଏ ଦେଇପାରିଲା।ସେତେବେଳେ ନରେନ୍ଦ୍ର ମୋଦୀ ଏବଂ ବିଜେପି କେନ୍ଦ୍ରୀୟ କମିଟି ଓଡ଼ିଶା ବିଧାନସଭା ଆସନ ଉପରେ ନୁହଁ ୨୧ଟି ଲୋକସଭା ଆସନ ମଧ୍ୟରୁ କେତେ ଅଧିକରୁ ଅଧିକ ପଦ୍ମଫୁଲ ବିଜେପି ହାତକୁ ଯାଉଛି ତାହା ଅପେକ୍ଷାରେ ଥିଲେ।

ଓଡ଼ିଶା ବିଜେପି ନିରାଶ କଲା।ମାତ୍ର ଗୋଟିଏ! କିନ୍ତୁ, ମୋଦୀ ଓଡ଼ିଶା ବିଜେପିକୁ ନିରାଶ କଲେ ନାହିଁ।ପାଇଥିବା ସେଇ ଗୋଟିଏ ଫୁଲରୁ, ଜୁଏଲ ଓରାମଙ୍କୁ କେନ୍ଦ୍ରମନ୍ତ୍ରୀ କରାଇବା ସହ ଓଡ଼ିଶା ବିଜେପିକୁ ବୋନସ ଉପହାର ଦେଲେ।ଧର୍ମେନ୍ଦ୍ରଙ୍କୁ ମଧ୍ୟ କେନ୍ଦ୍ରମନ୍ତ୍ରୀ କରାଇଲେ।ଏହା ପରେ ପୁଣି ଏକ ଉପହାର ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ କରାଇଲେ। ପ୍ରତିବଦଳରେ ଓଡ଼ିଶା ବିଜେପି କଣ ଦେଲା?ସାରା ଦେଶରେ କଂଗ୍ରେସ ନିଶ୍ଚିନ୍ହ ହୋଇ ଚାଲିଥିବା ପ୍ରକ୍ରିୟା ଓଡ଼ିଶାରେ ଜିଲ୍ଲା ପରିଷଦ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଲା।ସେହି ପ୍ରକ୍ରିୟାରେ ବିଜେପି ଦ୍ୱିତୀୟ ସ୍ଥାନକୁ ଆସିବାକୁ ନେଇ ଗର୍ବ କଲା।ଏବଂ ଏହାପରେ ବିଜେପୁର ଉପନିର୍ବାଚନରେ ବହୁ କିଛି ଆଶା କରି ଦେଇଥିଲା।କିନ୍ତୁ ସବୁ ଆଶା ଧୋଇ ହୋଇ ଗଲା।

ବାସ୍ତବରେ ଓଡ଼ିଶାରେ ବିଜେପିର ସାଙ୍ଗଠନିକ ସ୍ଥିତି ସେପରି କିଛି ପ୍ରଭାବୀ ସ୍ଥିତିରେ ନାହିଁ।ବିଜେପି ଜିତୁଥିବା ବିଭିର୍ଣ୍ଣ ରାଜ୍ୟରେ ବିଜେପି ତାର ତୃଣମୂଳ ସ୍ତରରୁ ସଙ୍ଗଠନ ମଜଭୁତ କରିଥିବା ଦେଖିବାକୁ ମିଳେ।କିନ୍ତୁ ଓଡ଼ିଶା ବିଜେପି କେବଳ ଉପରେ ଉପରେ ଉଡ଼େ।ସଙ୍ଗଠନ କଥା, ସରକାର ଗଢ଼ିବା କଥା ଚିନ୍ତା ନକରି କେବଳ ଜଣଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ପ୍ରଚାରିତ କରାଏ।ସାଙ୍ଗଠନିକ ଶକ୍ତି ବୃଦ୍ଧି କରିବା ଅପେକ୍ଷା ତୋଷାମତି କରିବାର ଅନେକ ନେତାଙ୍କୁ ପ୍ରାୟ ଦେଖାଯାଏ।ଏହିପରି ଏବେ ଏକ ଘଟଣା କ୍ରମରେ ଧର୍ମେନ୍ଦ୍ର ପ୍ରଧାନ ବିହାର ପରେ ଏବେ ମଧ୍ୟପ୍ରଦେଶ କୋଟାରୁ ରାଜ୍ୟସଭାକୁ ଯାଇଛନ୍ତି।ଏହାକୁ ନେଇ ରାଜ୍ୟ ବିଜେପି ନେତା ଭାରି ଖୁସି।ଖୁସି ବି ହେବା କଥା।କିନ୍ତୁ ରାଜ୍ୟ ବିଜେପିର କିଛି ନେତା ନିଜ ନିଜର ଆନୁଗତ୍ୟ ଦେଖାଇବା ନିମନ୍ତେ ଏହାକୁ ଧର୍ମେନ୍ଦ୍ରଙ୍କ ପାରିବା ପଣିଆ,ଦୁଇ ଦୁଇ ଥର ବାହାର ରାଜ୍ୟରୁ ରାଜ୍ୟସଭାକୁ ନିର୍ବାଚିତ ହେବା ଓଡ଼ିଶାର ଗର୍ବ ଆଦି ବୋଲି ପ୍ରକାଶ କରୁଛନ୍ତି।

ଏବେ ଧର୍ମେନ୍ଦ୍ର ପ୍ରଧାନ ୧୬ ତାରିଖରେ ଭୁବନେଶ୍ୱର ଆସିବା ସମୟରେ ରାଜ୍ୟସଭା ପାଇଁ ନିର୍ବାଚିତ ହୋଇଥିବାରୁ ଏୟାର ପୋର୍ଟରେ ତାଙ୍କୁ ସମ୍ବର୍ଦ୍ଧନା ଦେଇ ଏକ ବାଇକ ରାଲିରେ ନେବା ଯୋଜନା କରାଯାଉଛି।ଜଣେ ରାଜ୍ୟ ପାହ୍ୟା ମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀ ହେବା ପରେ ବାଇକ ରାଲି ସ୍ପୃହଣୀୟ କିନ୍ତୁ, ଜଣେ କେନ୍ଦ୍ରମନ୍ତ୍ରୀ ଥିବା ନେତା ରାଜ୍ୟସଭାକୁ ମନୋନୀତ ହେବା ନେଇ ବାଇକ ରାଲି କରିବା କ'ଣ ସ୍ପୃହଣୀୟ?ସେ ଯେ କେନ୍ଦ୍ରମନ୍ତ୍ରୀ ଲୋକସଭା ସାଂସଦ ନଥିବାରୁ ରାଜ୍ୟସଭାକୁ ପଠାଯିବା ସ୍ୱଭାବିକ।ଏମିତିରେ ରାଜ୍ୟ ବିଜେପି ନେତା ମାନେ ବୋଧେ ଭୁଲି ଯାଉଛନ୍ତି ଏହା ଓଡ଼ିଶା ବିଜେପି କିମ୍ବା ଧର୍ମେନ୍ଦ୍ରଙ୍କର ପାରିବାପଣିଆ ନୁହେଁ,ବରଂ ମୋଦିଙ୍କର ଧର୍ମେନ୍ଦ୍ର ଏବଂ ଓଡ଼ିଶା ବିଜେପି ପ୍ରତି ବଦାନ୍ୟତା।ଯାହାର ଋଣ ଓଡ଼ିଶା ବିଜେପି ମୋଦିଙ୍କୁ ପରିଶୋଧ କରିବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story