ନଭେମ୍ୱର ୨୯ ତାରିଖରେ କ୍ୟାଟ୍ ପରୀକ୍ଷା: ଆଜିଠାରୁ ଆଡ଼ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ନଭେମ୍ୱର ୨୯ତାରିଖରେ ହେବ କମନ ଆଡମିଶନ ଟେଷ୍ଟ ବା କ୍ୟାଟ୍ ପରୀକ୍ଷା। ଏଥିପାଇଁ ଆଜିଠାରୁ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ଆଇଆଇଏମକ୍ୟାଟ.ଏସି.ଇନ ୱେବସାଇଟରୁ ଛାତ୍ରଛାତ୍ରୀ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ। ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨ଲକ୍ଷ ଛାତ୍ରଛାତ୍ରୀ କ୍ୟାଟ୍ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଆଇଆଇଏମ୍ ସମ୍ୱଲପୁର ସମେତ ଦେଶର ୧୯ଟି ଆଇଆଇଏମ୍ ଓ ଜାତୀୟସ୍ତରର ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ କ୍ୟାଟ୍ ପରୀକ୍ଷା ଦେବାକୁ ପଡିବ। ଦେଶର ୧୩୬ଟି […]

student

student

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 07:47 AM IST

Sports

Latest News

ଭୁବନେଶ୍ୱର: ଆସନ୍ତା ନଭେମ୍ୱର ୨୯ତାରିଖରେ ହେବ କମନ ଆଡମିଶନ ଟେଷ୍ଟ ବା କ୍ୟାଟ୍ ପରୀକ୍ଷା। ଏଥିପାଇଁ ଆଜିଠାରୁ ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ଆଇଆଇଏମକ୍ୟାଟ.ଏସି.ଇନ ୱେବସାଇଟରୁ ଛାତ୍ରଛାତ୍ରୀ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ।
ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨ଲକ୍ଷ ଛାତ୍ରଛାତ୍ରୀ କ୍ୟାଟ୍ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଆଇଆଇଏମ୍ ସମ୍ୱଲପୁର ସମେତ ଦେଶର ୧୯ଟି ଆଇଆଇଏମ୍ ଓ ଜାତୀୟସ୍ତରର ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କୁ କ୍ୟାଟ୍ ପରୀକ୍ଷା ଦେବାକୁ ପଡିବ। ଦେଶର ୧୩୬ଟି ସହରରେ କ୍ୟାଟ୍ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ଆସନ୍ତା ଜାନୁୟାରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ଚଳିତବର୍ଷ କ୍ୟାଟ୍ ପରୀକ୍ଷା ପାଇଁ ଗତ ଅଗଷ୍ଟ ୬ ତାରିଖରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଇଆଇଏମ୍ ଅହମ୍ମଦାବାଦ କ୍ୟାଟ୍ ଏଣ୍ଟ୍ରାସ୍ ପରିଚାଳନା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos