ଭୁବନେଶ୍ୱର: ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ଏଥିରେ ଦଳର ସାଙ୍ଗଠନିକ ନିର୍ବାଚନ ପ୍ରାଇଁ ଖସଡା ପ୍ରସ୍ତୁତ ହେବ। ବ୍ଲକ ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟିର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ ହେବେ। ୨ ମାସ ମଧ୍ୟରେ ଏହି ପ୍ରକିୟା ସରିବ। ଏହା ସହ କାର୍ଯ୍ୟକାରିଣୀରେ ସଭ୍ୟ ସଂଗ୍ରହ ଅଭିଯାନ ବାବଦରେ ମଧ୍ୟ ଆଲୋଚନା ହେବ। ଗାନ୍ଧି ଜୟନ୍ତୀରୁ ଦଳ ଆରମ୍ଭ କରୁଥିବା ଜନସଂପର୍କ ପଦଯାତ୍ରା ବିଷୟରେ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।