ଏସ୍‌ସିବି ହୃଦ୍‌ରୋଗ ବିଭାଗରେ ଅଗ୍ନିକାଣ୍ଡ ଘଟଣାର ତୃତୀୟ ପକ୍ଷ ତଦନ୍ତ କରିବ: ସ୍ୱାସ୍ଥ୍ୟମନ୍ତ୍ରୀ

କଟକ: କଟକ ଏସସିବି ମେଡିକାଲ ହୃଦରୋଗ ବିଭାଗରେ  ଅଗ୍ନିକାଣ୍ଡ ଘଟଣାର  ତଦନ୍ତ ତୃତୀୟ ପକ୍ଷ ଦ୍ୱାରା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତୁନ ସବ୍ୟସାଚୀ ନାୟକ କହିଛନ୍ତି। ଏହି ଘଟଣାକୁ ନେଇ  ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଏକ  ସମୀକ୍ଷା ବୈଠକ କରିଥିଲେ।

ବୈଠକ ପରେ ମନ୍ତ୍ରୀ କହିଥିଲେ,“ଆସନ୍ତା ୭ ଦିନ ମଧ୍ୟରେ ଏହି ଅଗ୍ନିକାଣ୍ଡର  ରିପୋର୍ଟ ଦେବାକୁ କୁହାଯାଇଛି। ଏହା ସହ ଏସସିବି ମେଡିକାଲରେ ଥିବା ଅଗ୍ନିନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରାଯିବ।”

ସେ ଆହୁରି କହିଥିଲେ,“ଶିଶୁ ଭବନ, କ୍ୟାପିଟାଲ ହସପିଟାଲ ଏବଂ କର୍କଟ କେନ୍ଦ୍ରରେ ଅଗ୍ନିନିର୍ବାପକ ବ୍ୟବସ୍ଥାର ଯାଞ୍ଚ କରାଯିବ।”

ବୈଠକରେ  ସ୍ୱାସ୍ଥ୍ୟସଚିବ ଆରତୀ ଆହୁଜା ଓ ଏସସିବି ଅଧୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

ଗତକାଲି ଅପରାହ୍ନରେ ଏସସିବି ମେଡିକାଲ ହୃଦରୋଗ ବିଭାଗର ଦ୍ୱିତୀୟ ମହଲାର ଡ୍ୟୁଟି ରୁମ୍‌ରେ ନିଆଁ ଲାଗିଥିଲା। ତେବେ ଏହି ବିଭାଗରେ ଚିକିତ୍ସିତ ହେଉଥିବା ୬୦ ଜଣ ରୋଗୀଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବାରୁ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିଲା।