ଏଏସ୍‌ଆଇ ବୈଷୟିକ କୋର୍ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜି.ସି ମିତ୍ରଙ୍କ ଇସ୍ତଫା

ପୁରୀ: ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ତଦାରଖ କରୁଥିବା ଏଏସ୍‌ଆଇ ବୈଷୟିକ କୋର୍ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜି.ସି ମିତ୍ର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତକାଲି ସେ ତାଙ୍କ ଇସ୍ତଫାପତ୍ର ଏଏସ୍‌ଆଇ ଡିଜି  ଓ ସୁପରିନ୍‌ଟେଣ୍ଡେଣ୍ଟଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫାର କାରଣ ସମ୍ପର୍କରେ କିଛି କହିବାକୁ ସେ ମନା କରି ଦେଇଛନ୍ତି। ସେ କହିଛନ୍ତି, “ଏହା ଏଏସ୍‌ଆଇ ଓ କୋର୍ କମିଟିର ଆଭ୍ୟନ୍ତରୀଣ ବ୍ୟାପାର।” ଓଟିଭିକୁ ମିତ୍ର କହିଛନ୍ତି,“ଜଗମୋହନର ସ୍ଥିତି ସଂଗୀନ ରହିଛି। […]

puri

puri

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 08:41 AM IST

Sports

Latest News

puriପୁରୀ: ଶ୍ରୀମନ୍ଦିରର ଜଗମୋହନ ମରାମତି କାର୍ଯ୍ୟ ତଦାରଖ କରୁଥିବା ଏଏସ୍‌ଆଇ ବୈଷୟିକ କୋର୍ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜି.ସି ମିତ୍ର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତକାଲି ସେ ତାଙ୍କ ଇସ୍ତଫାପତ୍ର ଏଏସ୍‌ଆଇ ଡିଜି  ଓ ସୁପରିନ୍‌ଟେଣ୍ଡେଣ୍ଟଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ ଇସ୍ତଫାର କାରଣ ସମ୍ପର୍କରେ କିଛି କହିବାକୁ ସେ ମନା କରି ଦେଇଛନ୍ତି। ସେ କହିଛନ୍ତି, “ଏହା ଏଏସ୍‌ଆଇ ଓ କୋର୍ କମିଟିର ଆଭ୍ୟନ୍ତରୀଣ ବ୍ୟାପାର।”

ଓଟିଭିକୁ ମିତ୍ର କହିଛନ୍ତି,“ଜଗମୋହନର ସ୍ଥିତି ସଂଗୀନ ରହିଛି। ଏହାର ମରାମତି କରାଯିବା ଜରୁରୀ। ନ ହେଲେ କେତେ ବେଳେ ବିପଦ ଆସିବ ତାହା କହି ହେବ ନାହିଁ। ଜଗମୋହନ ମରାମତି ନେଇ ବିଳମ୍ବ କରାଗଲେ ଶ୍ରୀମନ୍ଦିରର ଅବସ୍ଥା କୋଣାର୍କ ଭଳି ହୋଇପାରେ। କୋଣାର୍କରେ ଚାରୋଟି ପିଲାର ଭାଙ୍ଗି ପଡ଼ିବାରୁ ତା’ର ଛାତକୁ ବାଲି ଓ ପଥର ଭର୍ତ୍ତି କରି ସୁରକ୍ଷିତ କରାଯାଇଛି।”

ସେ କହିଛନ୍ତି,“ଜଗମୋହନର ୪ଟି କଲମ ଓ ପଥର ସ୍ଥାନଚ୍ୟୁତ ହୋଇଛି। କଲମ୍ ଓ ବିମ୍‌ରେ ଅନେକ ଫାଟ ସୃଷ୍ଟି ହୋଇଛି। ଅଘଟଣ ନୋଟିସ୍ ଦେଇ ଆସିବନି, ହଠାତ ଘଟିବ।”

ମିତ୍ର କହିଛନ୍ତି,“ଆମ ଘରର କଲମ ଓ ଛାତରେ ଫାଟ ଦେଖାଗଲେ ଆମେ ଘରେ ରହୁ କି? ତା’ହେଲେ ଆମେ କେମିତି ଆଶା କରିବା ଏହା ଭିତରେ (ଶ୍ରୀମନ୍ଦିରରେ) ଆମର ଆରାଧ୍ୟ ଦେବତା ଜଗନ୍ନାଥ ରହିବେ।”

ନିକଟରେ ଏଏସ୍‌ଆଇ କୋର୍‌ କମିଟି ପକ୍ଷରୁ ଜଗମୋହନ ମରାମତି ସମ୍ପର୍କରେ କରାଯାଇଥିବା ସୁପାରିଶ  ଓ ଖର୍ଚ୍ଚ ଅଟ୍ଟକଳକୁ ଏଏସ୍‌ଆଇ ଅନୁମୋଦନ ଦେଇ ନ ଥିଲେ। ବୈଷୟିକ କୋର୍ କମିଟିର ପୁନର୍ଗଠନ ସପକ୍ଷରେ ମତ ଦେଇଥିଲେ ଏଏସ୍‌ଆଇ। ତେଣୁ ଏହାକୁ  ଅଧାର କରି  ପ୍ରଫେସର  ଜି.ସି ମିତ୍ର  ଇସ୍ତଫା ଦେଇଥିବା କୁହାଯାଉଛି।

ଆଇଆଇଟି ଖଡଗପୁରର ପ୍ରଫେସର ଏ.ପି ଗୁପ୍ତାଙ୍କ ଅଧ୍ୟକ୍ଷତାରେ ୨୦୦୬ରେ ଏଏସ୍‌ଆଇ ବୈଷୟିକ କୋର୍ କମିଟି ଗଠିତ ହୋଇଥିଲା। ତେବେ ଗୁପ୍ତାଙ୍କ ଅନୁପସ୍ଥିତିରେ ପ୍ରଫେସର ଜି.ସି ମିତ୍ର ଜଗମୋହନ ମରାମତି କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଷ୍ଟେନ୍‌ଲେସ୍‌ ଷ୍ଟିଲ୍ ଫ୍ରେମ୍ ଦେଇ ଜଗମୋହନକୁ ସୁରକ୍ଷିତ କରିବା ନେଇ ବୈଷୟିକ କୋର୍ କମିଟି ଦେଇଥିବା ପ୍ରସ୍ତାବକୁ ଏଏସ୍‌ଆଇ ଅଗ୍ରାହ୍ୟ କରିଦେଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କ ସହ ସେବାୟତମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କୁ ଚିଠି ଲେଖି ଅନୁରୋଧ କରିଥିବା ବେଳେ ସେବାୟତମାନଙ୍କର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗରେ ଆଜି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏଏସ୍‌ଆଇ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ଜଗମୋହନ ମରାମତିରେ କାହିଁକି ବିଳମ୍ବ କରାଯାଉଛି? ଏଏସ୍‌ଆଇ ଏହାକୁ ଗୁରୁତ୍ୱ ଦେଉ ନାହିଁ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଓ ଏଏସ୍‌ଆଇର ନିଦ କେବେ ଭାଙ୍ଗିବ? ଏଏସ୍‌ଆଇ ଡିଜି ଦିଲ୍ଲୀରେ ନ ବସି ପୁରୀ ଆସି ତଦାରଖ କରନ୍ତୁ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଏଏସ୍‌ଆଇର କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ଜଗମୋହନ ମରାମତି କାମ ନେଇ ଏଏସ୍‌ଆଇର ମନ ନାହିଁ। ଏଏସ୍‌ଆଇର ବୈଷୟିକ କୋର୍ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଜି.ସି ମିତ୍ରଙ୍କ ଇସ୍ତଫା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ କେବଳ ଚିଠି ପଠାଇ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଆଲୋଚନା କରନ୍ତୁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଏଏସ୍‌ଆଇର କାର୍ଯ୍ୟରେ ରାଜ୍ୟ ସରକାର ଅସନ୍ତୁଷ୍ଟ ଅଛନ୍ତି। ଜଗମୋହନ ମରାମତି କାମରେ ଏଏସ୍‌ଆଇ ଟାଳଟୁଳ ନୀତି ଆପଣାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story