ଭୁବନେଶ୍ୱର: ୨୨ତମ ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଆଜି ଦେଖିବାକୁ ମିଳିବ ଆକ୍ସନ। ବିଭିନ୍ନ ଇଭେଣ୍ଟରେ ଆଜିଠୁ ଆରମ୍ଭ ହେବ ପ୍ରତିଯୋଗୀଙ୍କ ମଧ୍ୟରେ କଡ଼ା ମୁକାବିଲା। ଆଜି ସକାଳେ ପ୍ରଥମ ପର୍ଯ୍ୟାୟରେ ଦୌଡ଼, ହାଇଜମ୍ପ, ଲଙ୍ଗ ଜମ୍ପ୍ ଏବଂ ସଟପୁଟ୍ ଥ୍ରୋ ଇଭେଣ୍ଟରେ ପ୍ରତିଯୋଗିତା ହେବ।
ଆଜି ପୁରୁଷ ବିଭାଗର ୧୦୦ ମିଟର ଦୌଡ଼ ସହ ଉଭୟ ପୁରୁଷ ଓ ମହିଳା ବିଭାଗରେ ୪୦୦ ମିଟର ଏବଂ ୧୫୦୦ ମିଟର ଦୌଡ଼ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡ ଅନୁଷ୍ଠିତ ହେବ। ସେହିଭଳି ପୁରୁଷ ବିଭାଗରେ ହାଇଜମ୍ପ, ଲଙ୍ଗଜମ୍ପ ଏବଂ ସଟପୁଟ୍ ଇଭେଣ୍ଟ ରହିଛି।
ଅପରାହ୍ନରେ ଦ୍ୱିତୀୟ ପଯର୍ୟାୟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ୧୨ଟି ଇଭେଣ୍ଟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆଜି ହେବାକୁ ଥିବା ୧୦୦ ମିଟର ଦୌଡ଼ ଇଭେଣ୍ଟରେ ଭାରତ ପକ୍ଷରୁ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ଅମୀୟ ମଲ୍ଲିକ ପ୍ରତିନିଧିତ୍ୱ କରିବାକୁ ଥିବାରୁ ଏମାନଙ୍କ ପ୍ରଦର୍ଶନ ଉପରେ ନଜର ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।