ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ଗୃହ ଅଚଳ

ଭୁବନେଶ୍ୱର: ବିଧାନସଭାରେ ଆଜି ପୁଣି ମହାନଦୀ ତାତି ଦେଖିବାକୁ ମିଳିଛି। ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟକୁ ନେଇ ବିରୋଧୀମାନେ ହୋହାଲ୍ଲା କରିବା ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ହଟ୍ଟଗୋଳ କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ରିପୋର୍ଟର୍ସ ଟେବୁଲ ଉପରେ ଚଢ଼ି ହୋହାଲ୍ଲା କରିଥିଲେ। ତାଙ୍କୁ କଂଗ୍ରେସର ଅନ୍ୟ ବିଧାୟକମାନେ ସହଯୋଗ କରିଥିଲେ। […]

assembly

assembly

Rakesh Mallick
  • Published: Monday, 26 September 2016
  • Updated: 26 September 2016, 05:57 PM IST

Sports

Latest News

taraଭୁବନେଶ୍ୱର: ବିଧାନସଭାରେ ଆଜି ପୁଣି ମହାନଦୀ ତାତି ଦେଖିବାକୁ ମିଳିଛି। ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟକୁ ନେଇ ବିରୋଧୀମାନେ ହୋହାଲ୍ଲା କରିବା ଯୋଗୁଁ ଗୃହ ବାରମ୍ବାର ମୁଲତବି ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ ହଟ୍ଟଗୋଳ କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି ରିପୋର୍ଟର୍ସ ଟେବୁଲ ଉପରେ ଚଢ଼ି ହୋହାଲ୍ଲା କରିଥିଲେ। ତାଙ୍କୁ କଂଗ୍ରେସର ଅନ୍ୟ ବିଧାୟକମାନେ ସହଯୋଗ କରିଥିଲେ। ବିଜେପି ବିଧାୟକମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ବିରୋଧ କରି ହୋହାଲ୍ଲା କରିଥିଲେ। ଫଳରେ ପ୍ରଶ୍ନକାଳ ସ୍ୱାଭାବିକ ହୋଇପାରି ନ ଥିଲା। ସ୍ଥିତିକୁ ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଥିଲେ। ଏହାପରେ ହୋହାଲ୍ଲା ଜାରି ରହିବାରୁ ବାଚସ୍ପତି ଗୃହକୁ ପ୍ରଥମେ ୧୫ ମିନିଟ୍‌ ଓ ପରେ ୩୦ ମିନିଟ୍ ପାଇଁ ମୁଲତବି କରିଥିଲେ। ତା’ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ଓ ଗୃହ ୩୦ ମିନିଟ୍ ମୁଲତବି ରହିଥିଲା। ଏହା ପରେ ବିଧାନସଭାରେ ଅର୍ଥମନ୍ତ୍ରୀ ସିଏଜି ରିପୋର୍ଟ ଉପସ୍ଥାପିତ କରିଥିବା ବେଳେ ୩ଟି ବିଲ୍ ଓଡ଼ିଶା ପୌର ନିଗମ ଦ୍ୱିତୀୟ ସଂଶୋଧନ ବିଲ୍‌ ,ଭିଏସ୍‌ଏସ୍‌ୟୁଟି ସଂଶୋଧନ ବିଲ୍‌ ଓ ଗ୍ରାମପଞ୍ଚାୟତ ସଂଶୋଧନ ବିଲ୍‌-୨୦୧୬ ପାରିତ ହୋଇଥିଲା।

ଗୃହ ବାହାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଦୁଇଦିନ ଧରି ବିଧାନସଭାରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଆଲୋଚନା ହେଲା। ସବୁ ଦଳର ନେତା ଗୃହରେ ଏକମତ ହୋଇଥିଲେ ଏହା ସମଗ୍ର ରାଜ୍ୟର ସମସ୍ୟା। ଦଳମତ ନିର୍ବିଶେଷରେ ଏହାର ପ୍ରତିବାଦ କରିବାକୁ ମତ ପ୍ରକାଶ ପାଇଥିଲା। ଦୁଃଖର ସହିତ କହିବାକୁ ପଡୁଛି, ମୁଖ୍ୟମନ୍ତ୍ରୀ ଗୃହକୁ ବିଶ୍ୱାସକୁ ନେଲେ ନାହିଁ। ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଗଲା ଗୃହର ଯାହା ବି ମତ ଥାଉ ସେ ଏକା ଲଢି ପାରିବେ। ଏହାଦ୍ୱାରା ସେ ଗୃହକୁ ଓ ଗୃହର ସଦସ୍ୟମାନଙ୍କୁ ଅପମାନିତ କରିଛନ୍ତି। ଗୃହ ଆଶା କରିଥିଲା ଆଗାମୀ ଦିନରେ ସରକାରଙ୍କ କାର୍ଯ୍ୟକ୍ରମ କ’ଣ ହେବ, କେଉଁ ପଦକ୍ଷେପ ନେଲେ ମହାନଦୀ ଓ ଓଡ଼ିଶା ସୁରକ୍ଷିତ ରହିବ ମୁଖ୍ୟମନ୍ତ୍ରୀ ପ୍ରକାଶ କରିବେ। ହେଲେ ସେ ବିଷୟରେ ମୁଖ୍ୟମନ୍ତ୍ରୀ ପଦୁଟିଏ ବି କହିଲେ ନାହିଁ।”

ସେ ପ୍ରଶ୍ନ କରିଛନ୍ତି,“ମହାନଦୀ ପ୍ରସଙ୍ଗକୁ ନେଇ ତଥ୍ୟ ଗୁପ୍ତ ରଖିବାର ଉଦ୍ଦେଶ୍ୟ କ’ଣ? ଶିଳ୍ପପତିଙ୍କୁ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ଏପରି କରୁଛନ୍ତି କି? ଏଥିପାଇଁ ଗୃହରେ ଗୋଟ ଓ ଗୃହ ବାହାରେ ଆଉ ଗୋଟେ କଥା ସେ କହୁଛନ୍ତି।”

ସେ ଆହୁରି କହିଛନ୍ତି,“୨୦୦୧ରେ ମୁଖ୍ୟମନ୍ତ୍ରୀ ଗୃହରେ ଦୃଢ ପ୍ରତିଶ୍ରୁତି ଦେଇଥିଲେ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼କୁ କୌଣସି ବ୍ୟାରେଜ କରିବାକୁ ଦିଆଯିବ ନାହିଁ। ସେତେବେଳେ କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ତାଙ୍କର ଏନ୍‌ଡିଏନ୍‌ ସରକାର ଥିଲା। ସେ କାହିଁକି ନିଜ ପ୍ରତିଶ୍ରୁତି ରକ୍ଷା କରିଲେ ନାହିଁ। ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ କ’ଣ ସବୁ ପ୍ରସ୍ତାବ ରଖିଛ ଓ କ’ଣ ସବୁ କରିବାକୁ ଯାଉଛ, ତାହା ଜାଣିବାର ଅଧିକାର ଗୃହର ରହିଛି। ଆପଣ ପଳାୟନପନ୍ଥୀ ହୋଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ମହାନଦୀକୁ ଓ ଓଡ଼ିଶାକୁ ସୁରକ୍ଷା ଦେବା ଆପଣଙ୍କ ଉଦ୍ଦେଶ୍ୟ ନୁହେଁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ମହାନଦୀ ସମସ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସରକାର ମୋସନ୍‌ ଆଣିଲେ, ମହାନଦୀ ପ୍ରସଙ୍ଗରେ ଆଲୋନା ହେଲା। ଆମେ ଅଭିଯୋଗ କରିଥିଲୁ, ମୁଖ୍ୟମନ୍ତ୍ରୀ ଓ ବିଜେଡି ସରକାର ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମହାନଦୀ ପ୍ରସଙ୍ଗରେ ଲଢୁ ନାହାନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ସଙ୍କଟରୁ ନିଜକୁ ରକ୍ଷା କରିବାକୁ ମହାନଦୀକୁ ଢାଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ୨୪ ତାରିଖରେ ଗୃହରେ ଦେଇଥିବା ବିବୃତି ଏହାକୁ ପ୍ରମାଣିତ କରିଛି।”

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ବିଜେପି, କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଙ୍କୁ କେବଳ ଗାଳି ଦେଇଛନ୍ତି। ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହେବ ବୋଲି ସମସ୍ତେ ଆଶା କରିଥିଲୁ। ହେଲେ ଦୁର୍ଭାଗ୍ୟର ବିଷୟ ସେଭଳି କିଛି ହେଲା ନାହିଁ। ସେ ରାଜନୈତିକ ଉଦ୍ଦେଶ୍ୟ ରଖି ବକ୍ତବ୍ୟ ଦେଲେ। ସେଭଳି ବକ୍ତବ୍ୟ ଯଦି ଦେବାର ଥିଲା, ତେବେ ଦୁଇଦିନ ଗୃହ ଅଚଳ କରିବାର ଓ ମୋସନ ଆଣିବା କ’ଣ ଦରକାର ଥିଲା?”

ସେ ଆହୁରି କହିଛନ୍ତି,“ଆମେ ଚାହୁଁଛୁ ମହାନଦୀ ପ୍ରସଙ୍ଗକୁ ମୁଖ୍ୟମନ୍ତ୍ରୀ ରାଜନୈତିକ ଢାଲ ନ କରନ୍ତୁ। ଦିଲ୍ଲୀରେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟ ସରକାର କ’ଣ ଆଲୋଚାନ କଲେ ଓ କି ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଗୃହରେ ପୁଣି ଥରେ ଉତ୍ତର ଦେବାକୁ ରୁଲିଂ ଆଣିବାକୁ ଆମେ ବାଚସ୍ପତିଙ୍କ ନିକଟରେ ଦାବି କରିଛୁ।”

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି,“ସରକାର ଓ ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ଚିରାଚରିତ ଭାବେ ବିରୋଧୀ ଦଳ ତାକୁ ବିରୋଧ କରେ। ସମସ୍ତ ବିଷୟ ତର୍ଜମା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାନଦୀ ପ୍ରସଙ୍ଗରେ ଆଇନଗତ ଓ ପ୍ରଶାସନିକ ଲଢେଇ ଜାରି ରହିବ। ଏହା ପରେ ବିରୋଧୀ ଦଳ ନେତା ମାନେ ଆଉ କ’ଣ ଚାହୁଁଛନ୍ତି ? କ’ଣ ପାଇଁ ହୋହାଲ୍ଲା କରି ପ୍ରଶ୍ନକାଳ ବାତିଲ କରାଇଲେ ? ବିରୋଧୀଙ୍କ ଏପରି ଅଭିଯୋଗ ଭିତ୍ତିହୀନ, ଏଥିରେ କୌଣସି ସତ୍ୟତା ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story