ଗୃହରେ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଶଦ୍ଦ ବ୍ୟବହାର ପ୍ରତିବାଦରେ ବିଜେପିର ହୋହାଲ୍ଲା

ଭୁବନେଶ୍ୱର: କୋରାପୁଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ପ୍ରସଙ୍ଗ ଓ ୧୧ ଜଣ କିରାଣିଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନର ତାତି ଆଜି ମଧ୍ୟ ବିଧାନସଭାରେ ଦେଖିବାକୁ ମିଳିଥିଲା। କୋରାପୁଟ ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥାକୁ ନେଇ ବିଜେପି ସଦସ୍ୟମାନେ ତୁମ୍ବିତୋଫାନ କରିଥିଲେ। ଏହାସହ ବିଜେଡି ବିଧାୟକ ମୋଦିଙ୍କ ବିରୋଧରେ ଅପମାନଜନକ ଶଦ୍ଦ ବ୍ୟବହାର କରିବାକୁ ନେଇ ହୋହାଲ୍ଲା କରିଥିଲେ। ଆଜି ପ୍ରଶ୍ନାକଳ ଆରମ୍ଭ ହେବା ମାତ୍ରେ କୋରାପୁଟରେ ଅଚଳାବସ୍ଥାକୁ ନେଇ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଥିଲେ। ଦଳ […]

bjp

bjp

Rakesh Mallick
  • Published: Thursday, 02 March 2017
  • Updated: 02 March 2017, 09:54 PM IST

Sports

Latest News

ଭୁବନେଶ୍ୱର: କୋରାପୁଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ପ୍ରସଙ୍ଗ ଓ ୧୧ ଜଣ କିରାଣିଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନର ତାତି ଆଜି ମଧ୍ୟ ବିଧାନସଭାରେ ଦେଖିବାକୁ ମିଳିଥିଲା। କୋରାପୁଟ ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥାକୁ ନେଇ ବିଜେପି ସଦସ୍ୟମାନେ ତୁମ୍ବିତୋଫାନ କରିଥିଲେ। ଏହାସହ ବିଜେଡି ବିଧାୟକ ମୋଦିଙ୍କ ବିରୋଧରେ ଅପମାନଜନକ ଶଦ୍ଦ ବ୍ୟବହାର କରିବାକୁ ନେଇ ହୋହାଲ୍ଲା କରିଥିଲେ।

ଆଜି ପ୍ରଶ୍ନାକଳ ଆରମ୍ଭ ହେବା ମାତ୍ରେ କୋରାପୁଟରେ ଅଚଳାବସ୍ଥାକୁ ନେଇ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଥିଲେ। ଦଳ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ନିଲମ୍ବନ କରାଯିବା ଦାବିରେ ଗୃହକୁ ଅଚଳ କରି ଦିଆଯାଇଥିଲା।

ଅନ୍ୟପକ୍ଷରେ ଓଡ଼ିଶା ଗରିବ ମନ୍ତବ୍ୟକୁ ନେଇ ବିଜେଡି ବିଧାୟକ ମହେଶ ସାହୁ ମୋଦିଙ୍କୁ ବେଇମାନ କହି ସମାଲୋଚନା କରିଥିଲେ। ସମୀର ଦାସ ମଧ୍ୟ ମୋଦିଙ୍କୁ ସମାଲୋଚନା କରିଥିଲେ। ବିଧାୟକ ସାହୁ ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ରଖିଥିବା ଅଭିଯୋଗ କରି ବିଜେପି ବିଧାୟକମାନେ ଆହୁରି ଅଧିକ ହୋହାଲ୍ଲା କରିଥିଲେ। ଏପରିକି କୁଚିଣ୍ଡା ବିଧାୟକ ରବି ନାଏକ ବାଚସ୍ପତିଙ୍କ ପୋଡିୟମ ଉପରୁ ମାଇକ୍‌ ଛଡାଇ ନେଇଥିଲେ।

ବିଜେପି ବିଧାୟକ ପ୍ରଦୀପ ପୂରୋହିତ କହିଛନ୍ତି,“ଜଣେ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ବେଳେ ହେଲିକପ୍ଟର ଓହ୍ଲାଇଥିଲା। ଏହାକୁ ନେଇ କିରାଣିମାନଙ୍କ ଉପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ କରିବା ଦୁର୍ବାଭ୍ୟଜନକ। ଜିଲ୍ଲାପାଳ କୋରାପୁଟ୍‌ରେ ସ୍ଥାଣୁ ଅବସ୍ଥା ସୃଷ୍ଟି କରିଛନ୍ତି। ଏନେଇ ଆଜି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତାଙ୍କ ରାଜ୍ୟ ସରକାର ନିଲମ୍ବନ କରିବାକୁ ଦାବି ରଖିଥିଲୁ।”

ବାରମ୍ବାର ଗୃହ ମୁଲତବି ହେବା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ତେବେ ବିଜେଡିର ଦୁଇ ବିଧାୟକ କ୍ଷମା ମାଗିବା ଦାବିରେ ବିଜେପି ଅଡି ବସିବାରୁ ବୈଠକ ବିଫଳ ହୋଇଯାଇଥିଲା।

ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓ କହିଛନ୍ତି,“ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ଆମେ ୨ଟି ଦାବି ଉଠାଇ ଥିଲୁ। ବିଧାୟକ ସମୀର ଦାସ ଏବଂ ମହେଶ ସାହୁ କ୍ଷମା ମାଗନ୍ତୁ। ହେଲେ ଗୃହରେ ଏହି ଦୁଇ ବିଧାୟକ ସେମିତି କିଛି କଲେ ନାହିଁ।”

ବିଧାୟକ ସାହୁ କହିଛନ୍ତି,“ଆଗରୁ କୁଆଡେ ଯାଇଥିଲେ (ପ୍ରଧାନମନ୍ତ୍ରୀ)। ଆଦିବାସୀ ହରିଜନଙ୍କ ଦାରିଦ୍ର୍ୟକୁ ନେଇ ବେପାର କରିବା ସହ ଭାଷଣ ବାଜି କରୁଛନ୍ତି। ବେଇମାନ କହିଲେ ଯଦି ତାଙ୍କୁ କଷ୍ଟ ହେଉଛି ତାହେଲେ କୃତଘ୍ନ କୁହାଯିବ। କ୍ଷମା ପ୍ରାର୍ଥନ କରିବାର ପ୍ରଶ୍ନ କେଉଁଠୁ ଉଠିଛୁ ?”

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଶଦ୍ଦ ବ୍ୟବହାରକୁ ବରିଷ୍ଠ ବିଜେପି ନେତା ତଥା ମନ୍ତ୍ରୀ ଦାମୋଦର ରାଉତ ନାପସନ୍ଦ କରିଛନ୍ତି। ସେ କହିଛନ୍ତି,“ପ୍ରଧାନମନ୍ତ୍ରୀଙ୍କୁ ଅମାଲୋଚନା କରି ହେବ। ହେଲେ ତାଙ୍କ ପ୍ରତି ବେଇମାନ ଓ କୃତଘ୍ନ ଶଦ୍ଦ ବ୍ୟବହାର ଅନୁଚିତ। ଏହାକୁ ବିବରଣୀରୁ ବାଦ ଦିଆଯିବା ଉଚିତ୍‌।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos