ବିରୋଧୀ ଓ ଶାସକ ଦଳ ବିଧାୟକଙ୍କ ହଙ୍ଗାମା, ବିଧାନସଭାରେ ଅଚଳାବସ୍ଥା ଜାରି

ଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗରେ ଆଜି ବି ଅଚଳ ହୋଇଛି ବିଧାନସଭା। ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିବା ବେଳେ ସରକାରୀ ଦଳ ବିଧାୟକମାନେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କ୍ଷମା ପ୍ରାର୍ଥନା ଦାବି କରି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। ପରେ ଅପରାହ୍ନ ୪ଟା ଓ ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ […]

assembly

assembly

Rakesh Mallick
  • Published: Thursday, 05 May 2016
  • Updated: 05 May 2016, 10:45 AM IST

Sports

Latest News

assemblyଭୁବନେଶ୍ୱର: ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗରେ ଆଜି ବି ଅଚଳ ହୋଇଛି ବିଧାନସଭା। ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିବା ବେଳେ ସରକାରୀ ଦଳ ବିଧାୟକମାନେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ କ୍ଷମା ପ୍ରାର୍ଥନା ଦାବି କରି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ପ୍ରଥମେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ। ପରେ ଅପରାହ୍ନ ୪ଟା ଓ ୫ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକ ହୋହାଲ୍ଲା କରିଥିଲେ। ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। କଂଗ୍ରେସ ସମେତ ବଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲି ଆସି ନାରାବାଜି କରିଥିଲେ। ଅନ୍ୟପକ୍ଷରେ ଶାସକ ଦଳର ଅନେକ ବିଧାୟକ ନିଜ ଆସନ ପାଖରେ ଛିଡ଼ା ହୋଇ ନାରାବାଜି କରିଥିଲେ। ବିଜେଡି ଆକାଉଣ୍ଟ ପ୍ରସଙ୍ଗରେ ସେମାନେ ବିରୋଧୀ ଦଳ ନେତାଙ୍କର କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଥିଲେ। ତା’ପରେ ବି ସ୍ଥିତିରେ କୌଣସି ସୁଧାର ଆସି ନ ଥିଲା। ତେଣୁ ବାଚସ୍ପତି ଦୁଇ ଥର କରି ଗୃହକୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ଆଜି ବିରୋଧୀ ଦଳର ସଦସ୍ୟମାନେ ପ୍ରଥମେ ହୋହାଲ୍ଲା କରି ନାହାନ୍ତି। ଆମେ ବାଚସ୍ପତିଙ୍କୁ କିଛି ଅନୁରୋଧ କରିବାକୁ ଚାହୁଁଥିଲୁ। କିନ୍ତୁ ଏତିକି ବେଳେ ଶାସକ ଦଳ ବିଧାୟକମାନେ ହୋହାଲ୍ଲା କରିବା ଆରମ୍ଭ କରି ଦେଲେ। ଆମେ ଦେଖିଲୁ ବାଚସ୍ପତି ଆଉ ଆମ କଥା ଶୁଣୁ ନାହାନ୍ତି। ତେଣୁ ଆମେ ହୋହାଲ୍ଲା କଲୁ। ତିନି ଦିନ ହେଲାଣି ଶାସକ ଦଳ ବିଧାୟକମାନେ ଗୃହକୁ ଅଚଳ କରି ରଖିଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି,“ବିଧାନସଭାରେ ବିରୋଧୀ ଦଳ ନେତାଙ୍କୁ ଶାସକ ଦଳ ସଦସ୍ୟମାନେ କୁହାଇ ଦେଉ ନାହାନ୍ତି। ଏହା ଏକ କଳଙ୍କିତ ଅଧ୍ୟାୟ। ଆମେ ବି ଦେଖିବୁ ମୁଖ୍ୟମନ୍ତ୍ରୀ କିପରି ବିଧାନସଭାରେ କହିବେ?”

ଅନ୍ୟପକ୍ଷରେ ବିଜେଡି ବିଧାୟକ ତଥା ମୁଖପାତ୍ର ପ୍ରତାପ ଜେନା କହିଛନ୍ତି,“ଆଜି ବାଚସ୍ପତି ଆସିବା ମାତ୍ରେ ତାରାପ୍ରସାଦ ବାହିନୀପତି କିଛି କହିବା ପାଇଁ ପ୍ରଥମେ ଉଦ୍ୟମ କରିଥିଲେ। ତେବେ ତା’ରି ଭିତରେ କଂଗ୍ରେସ ବିଧାୟକମାନେ ହୋହାଲ୍ଲା ଆରମ୍ଭ କରି ଦେଇଥିଲେ। ଏହା ଦେଖି ଆମେ ମଧ୍ୟ ଆମ କଥା ରଖିବାକୁ ଚାହିଁଲୁ। କାରଣ ବିରୋଧୀ ଦଳ ନେତା ବାରମ୍ବାର ଗୃହରେ ଭୁଲ୍ ତଥ୍ୟ ଦେଉଛନ୍ତି। ବିଜେଡି ଆକାଉଣ୍ଟ୍ ସଂପର୍କରେ ପ୍ରଶ୍ନ କରିବା ଆଳରେ ସେ ମୁଖ୍ୟମନ୍ତ୍ରୀ ଓ ଆମ ସରକାର ଉପରେ ସିଧାସଳଖ ଦୋଷ ଲଦିଛନ୍ତି। ସେ ଭୁଲ୍ ତଥ୍ୟ ଦେଇଥିବାରୁ ଆମେ ତାଙ୍କର କ୍ଷମା ପ୍ରାର୍ଥନା ଦାବି କରିଛୁ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ପ୍ରଥମେ କେବଳ  ମନ୍ତ୍ରୀ ସଞ୍ଜୟ ଦାସବର୍ମା ଚିଟ୍‌ଫଣ୍ଡ୍ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଏବେ ପୂରା ସରକାର ଚିଟ୍‌ଫଣ୍ଡରେ ସଂପୃକ୍ତ ଥିବା କଥା ଜଣାପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ଏନେଇ ଗୃହରେ ଜବାବ ରଖିବା ପାଇଁ ପଛ ଘୁଞ୍ଚା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ପଳାୟନପନ୍ଥୀ। ସରକାର ଚିଟ୍‌ଫଣ୍ଡ୍‌ ସଂପର୍କରେ କ’ଣ ଜବାବ ରଖିବେ ତାହା ଜାଣିପାରୁନାହାନ୍ତି। ସରକାର ବାଟବଣା ହୋଇଯାଇଛନ୍ତି।”

ସେ କହିଛନ୍ତି,“ଶାସକ ଦଳ ବିରୋଧୀ ଦଳ ନେତାଙ୍କ ଇସ୍ତଫା ଦାବି କରିବା ଆଶ୍ଚର୍ଯ୍ୟଜନକ ଘଟଣା। ମୁଁ ଜାଣିବାରେ ଏମିତି ବୋଧହୁଏ ଅନ୍ୟ କୌଣସି ରାଜ୍ୟର ବିଧାନସଭାରେ ଦେଖାଯାଇନି। ଆମେ ବିରୋଧୀ ଦଳରେ ବସିଛୁ। ସରକାରଙ୍କୁ ପ୍ରଶ୍ନ କରିବା ଆମର ଅଧିକାର। ସରକାରଙ୍କ ଦୁର୍ବଳତା ଗୁଡ଼ିକୁ ପଦାକୁ ଆଣିବା ଆମର କାମ।”

ଚିଟ୍‌ଫଣ୍ଡ୍ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଏମ୍‌.ଏମ୍ ଦାସଙ୍କ ବହିଷ୍କାର ଓ  ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ଗତ ଶୁକ୍ରବାରଠାରୁ ଗୃହକୁ ଅଚଳ କରିଥିଲେ। ମଙ୍ଗଳବାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେଡି ଆକାଉଣ୍ଟ୍ ଓ ଏଥିରେ ଚିଟ୍‌ଫଣ୍ଡ୍ ଅର୍ଥ ଜମା ପ୍ରସଙ୍ଗ ଉଠାଇବା ପରେ ଅଚଳାବସ୍ଥା ଜାରି ରହିଛି। ଉଭୟ ବିରୋଧୀ ଓ ସରକାରୀ ଦଳ ନିଜ ନିଜ ଜିଦ୍‌ରେ ଅଟଳ ଥିବାରୁ ୬ ଦିନ ହେଲାଣି ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story