ମୌସୁମୀ ଅଧିବେଶନ: ମହାନଦୀ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଗ୍ରହଣ କରିବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅଚଳାବସ୍ଥା ଦେଖା ଦେଇଥିଲେ ମଧ୍ୟ ଅପରାହ୍ନରେ କିଛି ସମୟ ପାଇଁ ସ୍ୱାଭାବିକ ହୋଇଥିଲା। ଅପରାହ୍ନ ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଗତକାଲିର ଜାତୀୟ ସଙ୍ଗୀତ ଗାନ ବେଳେ ବିଜେଡି ବିଧାୟକଙ୍କ ଆଚରଣ ପ୍ରସଙ୍ଗ ଉଠାଇ ବିରୋଧୀ ଟାର୍ଗେଟ କରିଥିଲେ। ମହାନଦୀ ପ୍ରସଙ୍ଗରେ ବିରୋଧୀ ଦେଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନା କରିବାକୁ ଦାବି କରିଥିଲେ। ପରେ ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ବାଚସ୍ପତି […]

assembly

assembly

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 07:12 PM IST

Sports

Latest News

assemblyଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅଚଳାବସ୍ଥା ଦେଖା ଦେଇଥିଲେ ମଧ୍ୟ ଅପରାହ୍ନରେ କିଛି ସମୟ ପାଇଁ ସ୍ୱାଭାବିକ ହୋଇଥିଲା। ଅପରାହ୍ନ ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଗତକାଲିର ଜାତୀୟ ସଙ୍ଗୀତ ଗାନ ବେଳେ ବିଜେଡି ବିଧାୟକଙ୍କ ଆଚରଣ ପ୍ରସଙ୍ଗ ଉଠାଇ ବିରୋଧୀ ଟାର୍ଗେଟ କରିଥିଲେ। ମହାନଦୀ ପ୍ରସଙ୍ଗରେ ବିରୋଧୀ ଦେଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରି ଆଲୋଚନା କରିବାକୁ ଦାବି କରିଥିଲେ। ପରେ ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ବାଚସ୍ପତି ବୈଠକ ଡାକିଥିଲେ। ବୈଠକରେ କୌଣସି ସୁଫଲ ନ ମିଳିବାରୁ ସନ୍ଧ୍ୟାରେ ପୁଣି ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡାକିଥିଲେ।

ଆଜି ମୌସୁମୀ ଅଧିବେଶନ ଆରମ୍ଭରେ ଗୃହରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଚାଲି ଆସି ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ କରିଦେଇଥିଲେ।

ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗରେ ଆଜି ବି ବିଜେଡି ବିଧାୟକମାନେ ନାରାବାଜି କରିଥିଲେ। ଫଳରେ ଗୃହ ମାତ୍ର ୧ ମିନିଟ୍‌ ଚାଲି ପାରିଥିଲା। ଗୃହ ମୁଲତବୀ ପରେ ବିଜେଡି ବିଧାୟକ ଓ ମନ୍ତ୍ରୀମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତୀ ତଳେ ଧାରଣାରେ ବସିଥିଲେ।

ଗୃହ ଅଚଳାବସ୍ଥା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଗୃହକୁ ପରିଚାଳନା କରିବାରେ ଗୃହର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଫଳ ହୋଇଛନ୍ତି। ବାଚସ୍ପତି ଗୃହ ପରିଚାଳନାରେ ପକ୍ଷପାତ କରୁଥିବା ସ୍ପଷ୍ଟ ଜଣାପଡୁଛି। ଆଜି ଗୃହରେ ମୋତେ କହିବାକୁ ସୁଯୋଗ ଦିଆଗଲା ନାହିଁ। ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଗୃହର ପରମ୍ପରାକୁ ଜଳାଞ୍ଜଳି ଦିଆଯାଉଛି।”

ସେ କହିଛନ୍ତି,“ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ମିଳିତ ଉଦ୍ୟମରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି। ମହାନଦୀ ଓ ପୋଲାଭରମ୍‌ ପ୍ରସଙ୍ଗରେ ଶାସକ ଦଳ ଆଲୋଚନା ନ କରି  ପଳାୟନପନ୍ଥୀ ସାଜିଛି। ସାମ୍ୱିଧାନିକ ସଙ୍କଟ ନେଇ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖାଯିବା ନେଇ କଂଗ୍ରେସ ବିଧାୟକ ଦଳ ନିଷ୍ପତ୍ତି ନେଇଛି।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ପକ୍ଷରୁ ଗତବର୍ଷ ମରୁଡ଼ି ପ୍ରଭାବିତ ୨୭ଟି ଜିଲ୍ଲାର କୃଷକଙ୍କୁ କୃଷି ବୀମା ମିଳି ନ ଥିବାରୁ ଏ ପ୍ରସଙ୍ଗରେ  ଆଜି ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବ ଆଣିଛନ୍ତି। ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି। ଏ ନେଇ ସମବାୟ ମନ୍ତ୍ରୀ ଉତ୍ତର ରଖିବେ।

ଗତକାଲି ମହାନଦୀ ଓ ପୋଲାଭରମ୍‌ ପ୍ରକଳ୍ପକୁ ନେଇ ବିଜେଡି ବିଧାୟକମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୩ଟା ଓ ପରେ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos