ବିଧାନସଭା ବଜେଟ୍‌ ଅଧିବେଶନ: ଆଜି ପାସ୍‌ ହୋଇପାରେ ବ୍ୟୟମଞ୍ଜୁରୀ ବିଲ୍‌

ଭୁବନେଶ୍ୱର: ବିଧାନସଭା ବଜେଟ୍‌ ଅଧିବେଶନରେ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ଆଜି ବ୍ୟୟମଞ୍ଜୁରୀ ବିଲ୍‌ ମଧ୍ୟ ପାସ୍‌ ହୋଇପାରେ। ଏହାବାଦ୍‌ ଗୃହରେ ଗତକାଲି ବିରୋଧ ଦଳ ନେତା  ନରସିଂହ ମିଶ୍ର ଦେଇଥିବା ନେତା-ଅପରାଧୀ ସମ୍ପର୍କରେ ମୋସନ୍‌ ନେଇ ଆଲୋଚନା ହୋଇପାରେ। ଗୃହରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ବିରୋଧୀ ଆଣିଥିବା ମୁଲତବୀ ନୋଟିସ୍‌ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଶ୍ନକାଳରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ସାଧାରଣ ଅଭିଯୋଗ ପେନସନ୍‌, […]

assmbly

assmbly

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 02:41 AM IST

ଭୁବନେଶ୍ୱର: ବିଧାନସଭା ବଜେଟ୍‌ ଅଧିବେଶନରେ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। ଆଜି ବ୍ୟୟମଞ୍ଜୁରୀ ବିଲ୍‌ ମଧ୍ୟ ପାସ୍‌ ହୋଇପାରେ। ଏହାବାଦ୍‌ ଗୃହରେ ଗତକାଲି ବିରୋଧ ଦଳ ନେତା  ନରସିଂହ ମିଶ୍ର ଦେଇଥିବା ନେତା-ଅପରାଧୀ ସମ୍ପର୍କରେ ମୋସନ୍‌ ନେଇ ଆଲୋଚନା ହୋଇପାରେ। ଗୃହରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ନେଇ ବିରୋଧୀ ଆଣିଥିବା ମୁଲତବୀ ନୋଟିସ୍‌ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ପ୍ରଶ୍ନକାଳରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ସାଧାରଣ ଅଭିଯୋଗ ପେନସନ୍‌, ବିଜ୍ଞାନ କାରିଗରୀ ଏବଂ ଶିଳ୍ପ ବିଭାଗର ବିଭିନ୍ନ ପ୍ରଶ୍ନୋତ୍ତର ଉପରେ ମଧ୍ୟ ଆଲୋଚନା ହୋଇପାରେ।

ଗତକାଲି ବିଧାନସଭାରେ ଲେଖାନୁଦାନ ପ୍ରସ୍ତାବ ଗୃହୀତ ହୋଇଥିଲା। ୨ ମାସ ପାଇଁ ୧୬ ହଜାର ୪ଶହ ୨କୋଟି ୮୨ ଲକ୍ଷ ଟଙ୍କାର ପ୍ରସ୍ତାବ ଗୃହୀତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos