ଏଟି ଠକେଇ: ୧୦ ପରେ ସିବିଆଇରେ ହାଜର ହେବେ ସଞ୍ଜୟ ଦାସବର୍ମାଙ୍କ ଶାଳକ

ଭୁବନେଶ୍ୱର: ଅର୍ଥତତ୍ତ୍ୱ (ଏଟି) ଓ ସିସୋର ଚିଟ୍‌ଫଣ୍ଡ ଠକେଇରେ ସିବିଆଇ ତନାଘନା ଆରମ୍ଭ କରିଛି। ଏଟି ମାମଲାରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଶାଳକ ସତ୍ୟପ୍ରିୟ ଜୟସିଂହଙ୍କୁ ଆଜି ସିବିଆଇ ଅଫିସ୍‌ରେ ହାଜର ହେବାକୁ ନୋଟିସ୍‌ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି। ସେ ଆସନ୍ତା ୧୦ ତାରିଖ ପରେ ହାଜର ହେବେ ବୋଲି ସିବିଆଇ ଏସ୍‌ପି ସୂଚନାଦେଇଛନ୍ତି।  ସିଆର୍‌ପିସି ଧାରା ୧୬୦ ଅନୁଯାୟୀ ହାଜର ହୋଇ ପକ୍ଷ ରଖିବାକୁ ତାଙ୍କୁ ସିବିଆଇ ପକ୍ଷରୁ କୁହାଯାଇଥିଲା।  ଏଟିଠାରୁ ଅର୍ଥ […]

CBI

CBI

Rakesh Mallick
  • Published: Monday, 08 August 2016
  • Updated: 08 August 2016, 10:34 PM IST

Sports

Latest News

ଭୁବନେଶ୍ୱର: ଅର୍ଥତତ୍ତ୍ୱ (ଏଟି) ଓ ସିସୋର ଚିଟ୍‌ଫଣ୍ଡ ଠକେଇରେ ସିବିଆଇ ତନାଘନା ଆରମ୍ଭ କରିଛି। ଏଟି ମାମଲାରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଶାଳକ ସତ୍ୟପ୍ରିୟ ଜୟସିଂହଙ୍କୁ ଆଜି ସିବିଆଇ ଅଫିସ୍‌ରେ ହାଜର ହେବାକୁ ନୋଟିସ୍‌ କରାଯାଇଥିଲେ ମଧ୍ୟ ସେ ହାଜର ହୋଇନାହାନ୍ତି। ସେ ଆସନ୍ତା ୧୦ ତାରିଖ ପରେ ହାଜର ହେବେ ବୋଲି ସିବିଆଇ ଏସ୍‌ପି ସୂଚନାଦେଇଛନ୍ତି।

 ସିଆର୍‌ପିସି ଧାରା ୧୬୦ ଅନୁଯାୟୀ ହାଜର ହୋଇ ପକ୍ଷ ରଖିବାକୁ ତାଙ୍କୁ ସିବିଆଇ ପକ୍ଷରୁ କୁହାଯାଇଥିଲା।

 ଏଟିଠାରୁ ଅର୍ଥ ନେଇଥିବା ଅଭିଯୋଗରେ ଟିମ୍‌ମିଡିଆ ହସ୍‌ପିଟାଲିଟି ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଜୟସିଂହଙ୍କୁ ନୋଟିସ୍‌ କରାଯାଇଥିଲା। ଏଟି ଗ୍ରୁପ୍‌ ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଜେରା ବେଳେ ସିବିଆଇକୁ ଏହି ତଥ୍ୟ ମିଳିଥିଲା।

ସେହିପରି ସି-ସୋର ଲିଙ୍କରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଡାଇରିଷ୍ଟ ଦିଲୀପ ମିଶ୍ରଙ୍କୁ ଆଜି ହାଜର ହୋଇ ସମ୍ପତ୍ତି ତାଲିକା ଦାଖଲ କରିବା ପାଇଁ ସିବିଆଇ କହିଥିଲା। ତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ସିବିଆଇରେ ହାଜର ହୋଇନାହାନ୍ତି। ତାଙ୍କ ପକ୍ଷରୁ ଓକିଲ ମିହିର ମହାନ୍ତି ସିବିଆଇରେ ହାଜର ହୋଇ ୭ ଦିନ ସମୟ ନେଇଛନ୍ତି।

ଅନ୍ୟପକ୍ଷରେ ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସ ଓ ତାଙ୍କ ଭାଇ ପ୍ରଭାତ ଦାସ କେତେଥର ସଚିବାଳୟକୁ ଯାଇଛନ୍ତି ସେ ନେଇ ସିବିଆଇ ଗୃହ ବିଭାଗକୁ ତଥ୍ୟ ମାଗିଥିଲା। ଆଜି ଗୃହ ବିଭାଗ ପିଅନ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ଏ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos