ଟାଙ୍ଗୀସ୍ଥିତ ରେହମାନର ମଦ୍ରାସାରେ ପିଲାଙ୍କୁ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ହେବାକୁ ଉସୁକା ଯାଉଥିଲା

କଟକ: ଜଗତପୁରର ପଶ୍ଚିମକଛରୁ ଗତକାଲି ଗିରଫ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନ ଗିରଫ ହେବା ପରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ରେହମାନର ସମ୍ପର୍କ ଥିବା ସମସ୍ତ ସ୍ଥାନରେ ପୋଲିସ ତଦନ୍ତ ଚଳାଇଛି। ଟାଙ୍ଗୀଠାରେ ଥିବା ରେହମାନର ମଦ୍ରାସାରେ ପୋଲିସ ତଦନ୍ତ ଜାରି ରହିଛି। ଟାଙ୍ଗୀ ପୋଲିସ ଓ କମିଶନରେଟ ପୋଲିସ ମିଳିତ ତଦନ୍ତ ବେଳେ ମଦ୍ରାସାରେ ପ୍ରାୟ ୭୦ଜଣ ଝାଡ଼ଖଣ୍ଡ ଅଞ୍ଚଳର ପିଲା ପାଠ ପଢୁଥିବା ଜଣାପଡିଛି। ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବାକୁ ରେହମାନ […]

terrorist

terrorist

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 10:09 AM IST

Sports

Latest News

କଟକ: ଜଗତପୁରର ପଶ୍ଚିମକଛରୁ ଗତକାଲି ଗିରଫ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନ ଗିରଫ ହେବା ପରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ରେହମାନର ସମ୍ପର୍କ ଥିବା ସମସ୍ତ ସ୍ଥାନରେ ପୋଲିସ ତଦନ୍ତ ଚଳାଇଛି। ଟାଙ୍ଗୀଠାରେ ଥିବା ରେହମାନର ମଦ୍ରାସାରେ ପୋଲିସ ତଦନ୍ତ ଜାରି ରହିଛି। ଟାଙ୍ଗୀ ପୋଲିସ ଓ କମିଶନରେଟ ପୋଲିସ ମିଳିତ ତଦନ୍ତ ବେଳେ ମଦ୍ରାସାରେ ପ୍ରାୟ ୭୦ଜଣ ଝାଡ଼ଖଣ୍ଡ ଅଞ୍ଚଳର ପିଲା ପାଠ ପଢୁଥିବା ଜଣାପଡିଛି। ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବାକୁ ରେହମାନ ଉସୁକାଉଥିବା କମିଶନରେଟ୍ ପୋଲିସକୁ ସୂଚନା ମିଳିଛି। ଏ ନେଇ ମଦ୍ରାସାର ଛାତ୍ର ଓ ଶିକ୍ଷକଙ୍କୁ ପଚରାଉଚରା କରିବା ସହ ସେମାନଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦରେ ହାଇଆର୍ଲଟ ଜାରି କରାଯାଇଛି।

ସେହିପରି ରେହମାନର ୩ଜଣ ସହଯୋଗୀଙ୍କୁ ଗତକାଲିଠାରୁ ପୋଲିସ ଅଟକ ରଖିଛି। ସେମାନଙ୍କୁ ପୋଲିସ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳାଇଛି। ଗିରଫ ତିନି ଜଣଙ୍କ ମଧ୍ୟରେ ଜଣେ ଡାକ୍ତର ଅଛନ୍ତି। ସେମାନଙ୍କ ପାସ୍ ପୋର୍ଟ ଜବତ କରାଯାଇ ଯାଞ୍ଚ କରାଯାଉଛି।

୨୦୦୭ ସ୍କଟଲାଣ୍ଡ ଗ୍ଲାସଗୋ ବିମାନ ବନ୍ଦରରେ ଆତ୍ମଘାତୀ ଆକ୍ରମଣ କରିଥିବା ବେଙ୍ଗାଲୁରୁ ଆତଙ୍କବାଦୀ କାଫିଲ ସହ ରେହମାନର ସମ୍ପର୍କ ଥିଲା ବୋଲି ପୋଲିସ କମିଶନର କହିଛନ୍ତି। ରେହମାନର ସ୍ଥାନୀୟ ସହଯୋଗୀ ଓ ସ୍ଥାନୀୟ ଗତିବିଧି ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ୨୦୧୧ରେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ସାହି ମସଜିଦରେ ଏକ ଗଣ୍ଡଗୋଳ ଘଟଣାରେ ତା’ ନାଁରେ ଏକ ମାମଲା ରହିଛି। ଦେଶ ଓ ଦେଶ ବାହାରେ ମଧ୍ୟ ତାର ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ସହ ଭଲ ସମ୍ପର୍କ ରହିଥିବା ଜଣାପଡିଛି ବୋଲି କମିଶନର କହିଛନ୍ତି।

ଟାଙ୍ଗୀ ବିଲତରୁଆଁରେ ରେହମାନ ଏକ ମଦ୍ରାସା ରହିଛି। ଏଠାରେ ପଢୁଥିବା ଅଧିକାଂଶ ପିଲା ଝାଡ଼ଖଣ୍ଡ ରାଜ୍ୟର। ଓଡ଼ିଶାର ମାତ୍ର ୪ରୁ ୫ଜଣ ପିଲା ଥିବା ବେଳେ ଅନ୍ୟମାନେ ଝାଡଖଣ୍ଡର। ତେବେ ଏଠାରେ ବାହାର ରାଜ୍ୟର ପିଲାମାନଙ୍କୁ କ’ଣ ପଢାଯାଉଥିଲା। ଅଭିଭାବକମାନେ ଛୋଟ ଛୋଟ ପିଲାମାନଙ୍କୁ ଏତେ ଦୂର ପଠାଇବାର କାରଣ କ’ଣ ଆଦି ବିଷୟରେ ପୋଲିସ ତଦନ୍ତ କରୁଛି। ତେବେ ରେହମାନ ଗିରଫ ହେବା ପରେ ପିଲାମାନଙ୍କ ମଦ୍ରାସା ଛାଡିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୋଲିସ ଗୋଟି ଗୋଟି କରି ସବୁ ପିଲାଙ୍କୁ ସେମାନଙ୍କ ସମ୍ପର୍କରେ ପଚରାଉଚରା କରିବା ସହ ଘର ଠିକଣା ଲେଖି ରଖୁଛି। ଶୀଘ୍ର ପିଲାମାନଙ୍କ ପରିବାର ସହ ଯୋଗାଯୋଗ କରାଯିବ ବୋଲି ପୋଲିସ କହିଛି। ଏହା ଏକ ସମ୍ବେଦନଶୀଳ ଘଟଣା ଓ ଦେଶର ସୁରକ୍ଷା ସହ ଜଡିତ ଥିବାରୁ ପୋଲିସ କୌଣସି ତଥ୍ୟ ପ୍ରଦାନ କରିବାକୁ ମନା କରିଦେଇଛି। ମିଳୁଥିବା ତଥ୍ୟକୁ ପୋଲିସ ସିଧାସଳଖ ଆଇବି ଓ ଘଟଣାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର ଟିମ୍ ସହ ସେୟାର କରୁଛି।

ସ୍ଥାନୀୟ କିଛି ଯୁବକ କହିଛନ୍ତି, ଗତକାଲି ଗଣମାଧ୍ୟମରୁ ଘଟଣା ଜଣାପଡିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ତାଙ୍କୁ ମଦ୍ରାସା ପ୍ରତିଷ୍ଠା କରିବାରେ ସ୍ଥାନୀୟ ଲୋକେ ସହଯୋଗ କରିଥିଲେ। ବାହାରୁ ବହୁ ପିଲା ଆସି ଏଠାରେ ପଢୁଛନ୍ତି। ଏଠାରେ ପିଲାମାନଙ୍କୁ ଭଲ ପାଠ ବଢାଯାଉଛି। କେବେ ଦେଶ ବିରୋଧୀ ପାଠ ପଢାଯିବା ନଜିରକୁ ଆସିନାହିଁ। ପିଲାମାନଙ୍କ ସହ ମଧ୍ୟ ସ୍ଥାନୀୟ ଲୋକେ ମିଳାମିଶା କରିଥାନ୍ତି। ଆଖାପାଖରେ କାହାର କିଛି ଉତ୍ସବ ହେଲେ ପିଲାମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ। ଆମର ଦେଶର ଆଇନ ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ଆଇନ ତା’ ବାଟରେ ଯିବ, ଯାହା ସତ୍ୟ ନିଶ୍ଚିତ ପଦାକୁ ଆସିବ ବୋଲି ସେମାନେ କହିଛନ୍ତି।

 ଅନ୍ୟପକ୍ଷରେ ରେହମାନ୍ ନିୟମିତ ଝାଡ଼ଖଣ୍ଡକୁ ଯାଉଥିଲା।  ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଉତ୍ତେଜନା ମୂଳକ ଭାଷଣ ପ୍ରଦାନ କରୁଥିବା ନେଇ ରେହମାନ ନାଁରେ ସେଠାରେ ଅଭିଯୋଗ ରହିଛି । ଏପରି କି ସେଠାକାର ପିଲାମାନଙ୍କୁ ପ୍ରଲୋଭିତ କରି ନିଜ ମଦ୍ରାସାକୁ ଆଣୁଥିଲା ବୋଲି ଝାଡଖଣ୍ଡର ଏଡିଜି ଅପରେସନ୍ ଏସ୍.ଏନ୍. ପ୍ରଧାନ ସୂଚନା ଦେଇଛନ୍ତି। ରେହମାନର ଗିରଫଦାରୀ ପରେ ଝାଡ଼ଖଣ୍ଡ ପୋଲିସ ଦିଲ୍ଲୀ ପୋଲିସ ସହ ଏ ନେଇ ଆଲୋଚନା କରିଥିବା ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story