ଗୋପ ବ୍ଲକ ଉପାଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ରଙ୍କ ଉପରେ ଆଜି ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ହାତ ଓ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି। ନିରଞ୍ଜନ ବ୍ଲକ୍ ଅଫିସ୍‌କୁ ଆସୁଥିବା ବେଳେ ସୁବର୍ଣ୍ଣପୁରଠାରେ ତିନି ଜଣ ବ୍ୟକ୍ତି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଓ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ନିରଞ୍ଜନ କହିଛନ୍ତି,“ସବୁ ଦିନ ଭଳି ଆଜି ବି ମୁଁ ବ୍ଲକ୍ […]

knife-attack

knife-attack

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 07:55 PM IST

Sports

Latest News

ପୁରୀ: ପୁରୀ ଜିଲ୍ଲା ଗୋପ ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ରଙ୍କ ଉପରେ ଆଜି ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ହାତ ଓ ଆଙ୍ଗୁଠିରେ ଗଭୀର ଆଘାତ ଲାଗିଛି।

ନିରଞ୍ଜନ ବ୍ଲକ୍ ଅଫିସ୍‌କୁ ଆସୁଥିବା ବେଳେ ସୁବର୍ଣ୍ଣପୁରଠାରେ ତିନି ଜଣ ବ୍ୟକ୍ତି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମେ ଗୋପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଓ ସେଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା।

ନିରଞ୍ଜନ କହିଛନ୍ତି,“ସବୁ ଦିନ ଭଳି ଆଜି ବି ମୁଁ ବ୍ଲକ୍ ଅଫିସ୍‌କୁ ଯାଉଥିଲି। ବାଟରେ ଓଲଣ୍ଡିର ପ୍ରକାଶ ସ୍ୱାଇଁ, ପ୍ରଭାତ ସ୍ୱାଇଁ ଓ ସୁମନ୍ତ ସ୍ୱାଇଁ ମୋ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନେ ଲୁହା ରଡ୍ ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ମୋତେ ରକ୍ଷା କରିବାକୁ ଆସିଥିବା ଲୋକମାନଙ୍କୁ ବି ସେମାନେ ଆକ୍ରମଣ କରିଥିଲେ।”

ସେ କହିଛନ୍ତି,“ରାଜନୈତିକ ଶତ୍ରୁତା ଯୋଗୁଁ ମୋ ଉପରେ ଆକ୍ରମଣ କରାଯାଇଛି। ଏହା ପୂର୍ବରୁ ମେ’ ୫ ତାରିଖରେ ବି ମୋ ଉପରେ ଆକ୍ରମଣ କରାଯାଇଥିଲା।

ରାଜନୈତିକ ଶତ୍ରୁତାରୁ ତାଙ୍କୁ ପ୍ରକାଶ, ପ୍ରଭାତ ଏବଂ ସୁମନ୍ତ ଆକ୍ରମଣ କରିଥିବା ନିରଞ୍ଜନ କହିଥିବା ବେଳେ ତାଙ୍କ ପତ୍ନୀ ୫ ଜଣଙ୍କ ନାଁରେ ଏତଲା ଦାୟର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos