ତେଲକୋଇ ବିଧାୟକ ବେଦବ୍ୟାସ ନାୟକଙ୍କୁ ଆକ୍ରମଣ ଘଟଣାରେ ୭ ଗିରଫ

7-arrested

କେନ୍ଦୁଝର: ଦଳୀୟ କର୍ମୀ ସମ୍ମିଳନୀରେ ତେଲକୋଇ ବିଧାୟକ ବେଦବ୍ୟାସ ନାୟକଙ୍କ ଉପରେ ଆକ୍ରମଣ ଘଟଣାରେ ହରିଚନ୍ଦନପୁର ପୋଲିସ୍ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେନ୍ଦ୍ର ସାହୁ, ପଞ୍ଚାନନ ସାହୁ, ତାପସ ନାଏକ, ତପନ ରଥ, ବିଷ୍ଣୁପ୍ରସାଦ ବିଶ୍ୱାଳ, ପ୍ରକାଶ ବିଶ୍ୱାଳ ଓ ରଣଜିତ ସାହୁ।

ଏହି ଘଟଣାରେ ମୋଟ ୧୨ ଜଣଙ୍କ ନାଁରେ ଥାନାରେ ଏତଲା ଦିଆଯାଇଥିଲା। ଘଟଗାଁ ଏସ୍‌ଡିପିଓଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣ ଏବେବି ଫେରାର ଅଛନ୍ତି।

ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ୩ ଜଣ କର୍ମୀଙ୍କୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ବିଷ୍ଣୁ ପ୍ରସାଦ ବିଶ୍ୱାଳ, ପଞ୍ଚାନନ ସାହୁ ଓ ବିକାଶ ଭିତିରିଆ। ଏ ତିନି ଜଣଙ୍କ ମଧ୍ୟରୁ ପଞ୍ଚାନନ ଓ ବିଷ୍ଣୁପ୍ରସାଦ ଗିରଫ ହୋଇଛନ୍ତି।

ଗତ ୨୮ ତାରିଖ ଦିନ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଗୁଣ୍ଡିଚାଘାଗିରେ ବିଜେଡି କର୍ମୀ ସମ୍ମିଳନୀରେ ବେଦବ୍ୟାସ ନାୟକଙ୍କ ଉପରେ ଆକ୍ରମଣ ହୋଇଥିଲା। ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ହୋଇଥିଲା। ତାଙ୍କୁ ପ୍ରଥମେ ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।