ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଭାଟ୍ ଉଚ୍ଛେଦ ପ୍ରସଙ୍ଗ: ଆସନ୍ତାକାଲି ବସିବ ବୈଠକ 

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀରୁ ଭାଟ୍ ଉଚ୍ଛେଦ ପ୍ରସଙ୍ଗ ନେଇ ରାଜ୍ୟ ସରକାର ଓ ବ୍ୟବସାୟର ମହାସଂଘ ମଧ୍ୟରେ ଆଜି ହେବାକୁ ଥିବା ବୈଠକ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି।

ଗତ ଶନିବାର ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ଶ ବାହାରି ପାରି ନ ଥିଲା। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ  ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ୫ ପ୍ରତିଶତ ଭାଟ୍ ଉଚ୍ଛେଦ ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସାୟୀ ମହାସଂଘକୁ କିଛି ପ୍ରସ୍ତାବ ଦିଆଯାଇଥିଲା। ଏଇ ପ୍ରସ୍ତାବ ସମ୍ପର୍କରେ ବିଚାର କରି ଜଣାଇବା ପାଇଁ ମହାସଂଘକୁ କୁହାଯାଇଥିଲା। ଅତ୍ୟାବଶ୍ୟକ ସାମଗ୍ରୀରୁ ୫ ପ୍ରତିଶତ ଭାଟ୍ ଉଚ୍ଛେଦ ପାଇଁ ମହାସଂଘ ଦାବି କରିଆସୁଛି।

ଏନେଇ ଏପ୍ରିଲ ୧ ରୁ ଡାଲି, ଚାଉଳ, ଅଟା ଓ ତେଲଭଳି ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ବନ୍ଦ କରିବାକୁ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି ।