ଏସବୁ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ, ନଚେତ୍‌ କମିଯିବ ଦୃଷ୍ଟିଶକ୍ତି

ଦୁନିଆ ଦେଖିବାକୁ ଭାଗବାନ ଆଖି ଭଳି ଏକ ମୂଲ୍ୟବାନ ଅଙ୍ଗ ଦେଇଛନ୍ତି।  ହେଲେ ଖରାପ ଜୀବନଶୈଳୀ ଯୋଗୁଁ ଆମେ ଆଖିର ଯତ୍ନ ନେଇ ପାରୁନାହୁଁ। ସେଥିପାଇଁ ଆଖି ଦୁର୍ବଳ ହେବାକୁ ଲାଗିଥାଏ। ସାଧାରଣତଃ ସମସ୍ତେ କୁହନ୍ତି ଅଧିକ ସମୟ ମୋବାଇଲ୍‌ ଓ ଟିଭି ବ୍ୟବହାର କଲେ ଆଖି ଖରାପ ହୋଇଯାଏ। କିନ୍ତୁ ଏହା ଛଡ଼ା ଆହୁରି ଏମିତି ଅନେକ କାରଣ ଅଛି ଯାହା ଫଳରେ ଆଖି ଖରାପ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଆଖି ଖରାପ ହେବାର […]

eye

eye

Rakesh Mallick
  • Published: Monday, 16 April 2018
  • Updated: 16 April 2018, 01:12 PM IST

Sports

Latest News

ଦୁନିଆ ଦେଖିବାକୁ ଭାଗବାନ ଆଖି ଭଳି ଏକ ମୂଲ୍ୟବାନ ଅଙ୍ଗ ଦେଇଛନ୍ତି।  ହେଲେ ଖରାପ ଜୀବଶୈଳୀ ଯୋଗୁଁ ଆମେ ଆଖିର ଯତ୍ନ ନେଇ ପାରୁନାହୁଁ। ସେଥିପାଇଁ ଆଖି ଦୁର୍ବଳ ହେବାକୁ ଲାଗିଥାଏ। ସାଧାରଣତଃ ସମସ୍ତେ କୁହନ୍ତି ଅଧିକ ସମୟ ମୋବାଇଲ୍‌ ଓ ଟିଭି ବ୍ୟବହାର କଲେ ଆଖି ଖରାପ ହୋଇଯାଏ। କିନ୍ତୁ ଏହା ଛଡ଼ା ଆହୁରି ଏମିତି ଅନେକ କାରଣ ଅଛି ଯାହା ଫଳରେ ଆଖି ଖରାପ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଆଖି ଖରାପ ହେବାର କିଛି କାରଣ।

ଶୋଇକି ଟିଭି ଦେଖିବା: ଘଣ୍ଟା ଘଣ୍ଟା ଧରି ଶୋଇକି ଟିଭି ଦେଖିବା କାରଣରୁ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ। କାରଣ ଟିଭିରୁ ବାହାରୁଥିବା ହାନିକାରକ କିରଣ ଆଖିର ଶକ୍ତିକୁ କମ୍‌ କରିଦେଇଥାଏ। ବସିକି ଟିଭି ଦେଖିବା ଛଡ଼ା ଶୋଇକି ଟିଭି ଦେଖିଲେ ଏହା ଆଖିକୁ ଅଧିକ ପ୍ରଭାବିତ କରିଥାଏ। ସେଥିପାଇଁ ଶୋଇକି ଟିଭି ଦେଖିବା ଉଚିତ୍‌ ନୁହେଁ।

ରାରେ ଅଧିକ ସମୟ ରହିବା: କୁହାଯାଏ ଯେ, ସୂର୍ଯ୍ୟଙ୍କ ହାନିକାରକ କିରଣ ଆଖିର ସୂଚ୍ଛପଟଳକୁ ଜଳେଇ ଦେଇଥାଏ। ଏଥିପାଇଁ ଦୃଷ୍ଟି ଶକ୍ତି ମଧ୍ୟ ଚାଲିଯାଇ ପାରେ। ସେଥିପାଇଁ ଖରାରେ ଯିବା ସମୟରେ ସବୁବେଳେ ଆଖିରେ ସନ୍‌ ଗ୍ଲାସ୍‌ ଲଗାନ୍ତୁ।

ମୋବାଇଲର ଅଧିକ ବ୍ୟବାହାର:  ଆଖି ଉପରେ ଟେକ୍ନୋଲୋଜିର ସବୁଠୁ ଅଧିକ ପ୍ରଭାବ ପଡ଼ିଥାଏ। ଦିନ ସାରା ମୋବାଇଲ୍‌ରେ ବ୍ୟସ୍ତ ରହିଲେ ମୁଣ୍ଡବଥା ସହ ଆଖି ବିନ୍ଧା ମଧ୍ୟ ହୋଇଥାଏ। ଲଗାତାର ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ମୋବାଇଲ୍‌ ସ୍କ୍ରିନ୍‌ରୁ ବହାରୁଥିବା ଇଲେକ୍ଟ୍ରେସ୍‌ ମ୍ୟାଗ୍ନେଟିକ୍‌ କିରଣ ଆଖିର ରେଟିନା କଣିକାକୁ କ୍ଷତି ପହଞ୍ଚାଇଥାଏ। ଫଳରେ ଦୃଷ୍ଟିଶକ୍ତି କମ୍‌ ହୋଇଯାଇଥାଏ।

କମ୍‌ ଆଲୁଅରେ ପଢ଼ିବା:  କମ୍‌ ଆଲୁଅରେ ପାଠ ପଢିଲେ ଆଖିରେ ଖୁବ୍‌ ଅଧିକ ଜୋର ଦେବାକୁ ପଡ଼ିଥାଏ। ଯାହା ଫଳରେ ଦୃଷ୍ଟିଶକ୍ତି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଏହାଛଡା କମ୍ପ୍ୟୁଟର ଆଗରେ ଘଣ୍ଟା ଘଣ୍ଟା ଧରି ବସିବା ଫଳରେ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ। କାରଣ କମ୍ପ୍ୟୁଟରରୁ ବାହାରୁଥିବା ନୀଳ ରଶ୍ମି ଦୃଷ୍ଟିଶକ୍ତି କମ୍‌ କରିଦେଇଥାଏ। ଏହାର ଆଉ ଏକ ଅପକାରିତା ହେଉଛି ଆଖିରେ ଡ୍ରାଇ ଆଇ ସିଣ୍ଡ୍ରମ ବି ହୋଇପାରେ। ଏହାଦ୍ୱାରା ଆଖି ଖରାପ ହେବାର ସମ୍ଭାବନା ବଢ଼ିଯାଇଥାଏ।

ଧୂମପାନ: ଧୂମପାନ ଶରୀର ପାଇଁ ଖୁବ୍‌ କ୍ଷତି କାରକ। ଏହା ଶରୀରର ଅନ୍ୟ ଅଙ୍ଗକୁ ଖରାପ କରିବା ସହ ଆଖିକୁ ବି କ୍ଷତି ପହଞ୍ଚାଇଥାଏ। ଅଧିକ ଧୂମପାନ କରିବା ଫଳରେ ଆଖିରେ ନାଲି ରଙ୍ଗର ଦାଗ ପଡ଼ିଯାଏ। ଏହାଦ୍ୱାରା ଆଖିର ରଶ୍ମି କମ୍‌ ହୋଇଯାଇଥାଏ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos