ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦଳା ବିଡିଓଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବିଡିଓ ସୁଚାରୁ କୁମାର ବଳଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଉଛି। ଭିଜିଲାନ୍ସର ୮ ଜଣିଆ ଟିମ୍ ଉଦଳା ବିଡିଓଙ୍କ ସରକାରୀ ବାସଭବନ ଉପରେ ଚଢାଉ କରିଛନ୍ତି। ସେହିପରି ତାଙ୍କ ବାଲେଶ୍ୱର ବାସଭବନ ଉପରେ ଭିଜିଲାନ୍ସର ୭ ଜଣିଆ ଟିମ୍ ମଧ୍ୟ ଚଢାଉ କରିଛି। ଚଢାଉ ସମୟରେ ପାସବୁକ୍ ଓ ନଗଦ ଟଙ୍କା ଜବତ କରାଯାଇଛି।