ମଶାଣିରେ ମର୍ଡର: ଶବ ସତ୍କାର କରିବାକୁ ଯାଇ ଶବ ପାଲଟିଲେ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମଶାଣିକୁ ଶବ ସଂସ୍କାର କରିବାକୁ ଯାଇଥିଲେ। ସାମାନ୍ୟ କଳିରୁ ଅନ୍ୟ ଜଣଙ୍କ କାଠ ଫାଳିଆ ମାଡ଼ରେ ଶବ ହୋଇ ପାଲଟିଗଲେ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଗାଁରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଜରଡ଼ା ଗାଁର ରାମଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ତାଙ୍କ ମୃତଦେହ ସଂସ୍କାର ପାଇଁ ସାହି ଭାଇ ଓ ସମ୍ପର୍କୀୟ ଶ୍ମଶାନ ନେଇଥିଲେ। […]

crime12

crime12

Rakesh Mallick
  • Published: Monday, 02 October 2017
  • Updated: 02 October 2017, 02:40 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ମଶାଣିକୁ ଶବ ସଂସ୍କାର କରିବାକୁ ଯାଇଥିଲେ। ସାମାନ୍ୟ କଳିରୁ ଅନ୍ୟ ଜଣଙ୍କ କାଠ ଫାଳିଆ ମାଡ଼ରେ ଶବ ହୋଇ ପାଲଟିଗଲେ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଗାଁରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜରଡ଼ା ଗାଁର ରାମଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ତାଙ୍କ ମୃତଦେହ ସଂସ୍କାର ପାଇଁ ସାହି ଭାଇ ଓ ସମ୍ପର୍କୀୟ ଶ୍ମଶାନ ନେଇଥିଲେ। ଶବ ସଂସ୍କାର ଚାଲିଥିବା ବେଳେ ହଠାତ୍ ମଦ ନିଶାରେ ଥିବା ଶିବ ନାୟକ ଓ କାଳିଆ ନାୟକଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଶିବ ନାୟକ ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ କାଳିଆଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ କାଳିଆଙ୍କ ପ୍ରାଣବାୟୁ ଉଡି ଯାଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଶିବ ନାୟକଙ୍କୁ କାଳିଆଙ୍କ ସମ୍ପର୍କିୟମାନେ ମଧ୍ୟ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜରଡ଼ା ପୋଲିସ୍ ପହଞ୍ଚି ଶିବ ନାୟକକୁ ଗିରଫ କରି ଥାନାକୁ ଆଣି ପଚରାଉଚରା କରିଛି। ତା’ସହ ମୃତ କାଳିଆଙ୍କ ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲର ଏଫ୍‌ଏମ୍‌ଟି ବିଭାଗକୁ ପଠାଇ ଦିଆଯାଇଛି।

କାଳିଆଙ୍କ ସାନ ଭାଇ ତିରୁପତି ନାୟକ କହିଛନ୍ତି-“ଶବ ସଂସ୍କାର ଚାଲିଥିବା ବେଳେ ନିଶାରେ ଶିବ ନାୟକ ଏକ କାଠ ଫାଳିଆରେ ମୋ’ ଭାଇର ପଛରୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ଉଚିତ ଦଣ୍ଡ ଦିଆଯାଉ।”

କାଳିଆଙ୍କ ସମ୍ପର୍କିୟ ପ୍ରଫୁଲ୍ଲ ନାୟକ କହିଛନ୍ତି-“ଶବ ସଂସ୍କାର ବେଳେ ଶିବ କାଠ ଫାଳିଆରେ କାଳିଆର ମୁଣ୍ଡକୁ ପିଟିଦେଲା। ଆମେ ସାଙ୍ଗେସାଙ୍ଗେ ଡାକ୍ତରଖାନା ନେଇଥିଲି। ଡାକ୍ତର ମୃତ ଘୋଷଣା କରିଥିଲେ।”

ଗଞ୍ଜାମ ଅତିରିକ୍ତ ଏସ୍‌ପି ତ୍ରିନାଥ ପଟେଲ କହିଛନ୍ତି-“ଆକ୍ରମଣ କରିଥିବା ଅଭିଯୁକ୍ତକୁ ଗିରଫ କରାଯାଇଛି। ଏବେ ତାଙ୍କୁ ପଚରାଉଚରା ଚାଲିଛି। ଗାଁର ସ୍ଥିତି ଠିକ୍‌ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos