ପୁରୀ ଷ୍ଟେସନରେ ଟ୍ରେନରେ ଅଗ୍ନିକାଣ୍ଡ ଘଟଣା: ବଦଳିଲା ତିରୁପତି ଓ ନୀଳାଚଳ ଏକ୍ସପ୍ରେସ ଛାଡ଼ିବା ସମୟ

ପୁରୀ: ପୁରୀ ଷ୍ଟେସନରେ ଗତକାଲି ୩ଟି ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟଣାର ଫରେନସିକ ଟିମ୍ ଯାଞ୍ଚ ଚଳାଇଛି। ରେଲୱେ ଏସପି ସଞ୍ଜୟ କୌଶିକଙ୍କ ନେତୃତ୍ୱରେ ଏହି ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ଯୋଗୁଁ ପୁରୀ-ତିରୁପତି ଓ ନୀଳାଚଳ ଏକ୍ସପ୍ରେସର ପୁରୀ ଷ୍ଟେସନ ଛାଡିବା ସମୟକୁ ବଦଳାଇ ଦିଆଯାଇଛି। ନୀଳାଚଳ ଏକ୍ସପ୍ରେସ ସକାଳ ୧୦ଟା ୫୫ରେ ପୁରୀ ଷ୍ଟେସନ ଛାଡିବାର ଥିଲା। ଏହାକୁ ସନ୍ଧ୍ୟା ୬ଟାକୁ ପରିବର୍ତ୍ତନ କରାଯାଇଛି। ସେହିପରି ୧୨ଟା ୩୦ରେ ଛାଡିବାକୁ ଥିବା ତିରୁପତି ଏକ୍ସପ୍ରେସ […]

puri_train

puri_train

Rakesh Mallick
  • Published: Friday, 13 November 2015
  • Updated: 13 November 2015, 12:32 PM IST

Sports

Latest News

ପୁରୀ: ପୁରୀ ଷ୍ଟେସନରେ ଗତକାଲି ୩ଟି ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟଣାର ଫରେନସିକ ଟିମ୍ ଯାଞ୍ଚ ଚଳାଇଛି। ରେଲୱେ ଏସପି ସଞ୍ଜୟ କୌଶିକଙ୍କ ନେତୃତ୍ୱରେ ଏହି ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ଯୋଗୁଁ ପୁରୀ-ତିରୁପତି ଓ ନୀଳାଚଳ ଏକ୍ସପ୍ରେସର ପୁରୀ ଷ୍ଟେସନ ଛାଡିବା ସମୟକୁ ବଦଳାଇ ଦିଆଯାଇଛି। ନୀଳାଚଳ ଏକ୍ସପ୍ରେସ ସକାଳ ୧୦ଟା ୫୫ରେ ପୁରୀ ଷ୍ଟେସନ ଛାଡିବାର ଥିଲା। ଏହାକୁ ସନ୍ଧ୍ୟା ୬ଟାକୁ ପରିବର୍ତ୍ତନ କରାଯାଇଛି। ସେହିପରି ୧୨ଟା ୩୦ରେ ଛାଡିବାକୁ ଥିବା ତିରୁପତି ଏକ୍ସପ୍ରେସ ୨ଟା ୩୦ରେ ଷ୍ଟେସନ ଛାଡିବ ବୋଲି ଜଣାପଡିଛି।

କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ରେଳ ବିଭାଗ। ନିଆଁ ଲାଗିଥିବା ପ୍ରତିଟି ବଗିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଇଛି । ଏହି ସମୟରେ ଜଳନ୍ତା ବଗି ଭିତରୁ କିଛି ଜିନିଷକୁ ମଧ୍ୟ ତଦନ୍ତକାରୀ ଦଳ ଜବତ କରିଛି । ଏହାସହ ଘଟଣାର ଅଧିକ ଖୋଳତାଡ଼ ପାଇଁ ୩ଜଣଙ୍କ ଅଟକ ରଖି ପଚରାଉଚୁରା କରାଯାଉଛି । ଆଇପିସିର ଧାରା ୪୩୬ ଓ ୪୩୭ ଆଧାରରେ ସେମାନଙ୍କୁ ଜେରା ଚାଲିଛି। ମନୁଷ୍ୟକୃତ୍ୟ ବଡ଼ ଧରଣର ଜଳାପୋଡ଼ା କରିବା ଅଭିଯୋଗରେ ଏମାନଙ୍କଠାରୁ ତଥ୍ୟ ହାସଲ ପାଇଁ ଉଦ୍ୟମ ଚାଲିଛି।

ଏଡିଜି ଏମ. ନାଗେଶ୍ୱର ରାଓ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡ ହେବାର କାରଣ ପଡିନାହିଁ। ଅଗ୍ନିକାଣ୍ଡକୁ ନେଇ ଡିଜିପି କେଭି ସିଂ କହିଛନ୍ତି, ଏହି ଘଟଣାରେ ଯିଏ ବି ସମ୍ପୃକ୍ତ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଘଟଣାରେ ମାଓବାଦୀମାନେ ସମ୍ପୃକ୍ତ ନାହାନ୍ତି ବୋଲି ସେ କହିଛନ୍ତି।

ଗତକାଲି ଅପରାହ୍ନରେ ହଠାତ୍ ପୁରୀ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅପରାହ୍ନ ୪ଟାରେ ୪ ନମ୍ୱର ପ୍ଲାଟଫର୍ମରେ ପହଞ୍ଚିଥିଲା ନନ୍ଦନକାନନ ଏକ୍ସପ୍ରେସ୍। ସାଢେ଼ ୪ଟା ବେଳେ ଏହି ଟ୍ରେନର ଏସ୍-୧୧ ଓ ଏସ୍-୧୨ ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୧୫ ମିନିଟ୍ ପରେ ପୁରୀ-ତିରୁପତି ଏକ୍ସପ୍ରେସ୍ ୨ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। ନନ୍ଦନକାନନ ଏକ୍ସପ୍ରେସରୁ ନିଆଁ ତିରୁପତି ଏକ୍ସପ୍ରେସକୁ ବ୍ୟାପି ଯାଇଥିଲା। ନିଆଁ ଆୟତ କରିବାକୁ ଚେଷ୍ଟା ଚାଲିଥିବା ବେଳେ ୬ ନମ୍ୱର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ପୁରୀ-ହାୱଡ଼ା ଟ୍ରେନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଘଟଣା ପରେ ରେଳବାଇ କର୍ତ୍ତୃପକ୍ଷ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଖୋର୍ଦ୍ଧାରୋଡ୍ ଡିଆରଏମ ଓ ଅନ୍ୟ ବରିଷ୍ଠ ଅଧିକାରୀ ପୁରୀ ଷ୍ଟେସନରେ ପହଞ୍ଚି ଘଟଣାର ତଦାରଖ କରି ଦେଇଥିଲେ। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos