ସିଂହଦ୍ୱାରରେ ତିନି ରଥ, ଆସନ୍ତାକାଲି ସୁନାବେଶ

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଛନ୍ତି ଶ୍ରୀଜୀଉ। ଶୃଙ୍ଖଳିତ ନୀତି ଯୋଗୁଁ ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବାକୁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ହୋଇଛି। ଆସନ୍ତାକାଲି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ। ଶରଧାବାଲିରୁ ସିଂହଦ୍ୱାର। ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ସଂକୀର୍ତ୍ତନ, ଘଣ୍ଟଘଣ୍ଟା ଧ୍ୱନୀରେ ଫାଟି ପଡୁଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଅପେକ୍ଷାରେ […]

ratha

ratha

Rakesh Mallick
  • Published: Monday, 03 July 2017
  • Updated: 03 July 2017, 07:54 PM IST

Sports

Latest News

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡିଛନ୍ତି ଶ୍ରୀଜୀଉ। ଶୃଙ୍ଖଳିତ ନୀତି ଯୋଗୁଁ ତିନି ରଥ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଛନ୍ତି। ମହାପ୍ରଭୁଙ୍କ ଏହି ଅପୂର୍ବ ଲୀଳା ଦେଖିବାକୁ ପୁରୀରେ ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ହୋଇଛି। ଆସନ୍ତାକାଲି ରଥ ଉପରେ ଶ୍ରୀଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ।

ଶରଧାବାଲିରୁ ସିଂହଦ୍ୱାର। ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ସଂକୀର୍ତ୍ତନ, ଘଣ୍ଟଘଣ୍ଟା ଧ୍ୱନୀରେ ଫାଟି ପଡୁଛି ବଡ଼ଦାଣ୍ଡ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଅପେକ୍ଷାରେ ଥିଲେ ତିନି ରଥ। ଶୃଙ୍ଖଳିତ ନୀତି ଯୋଗୁ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦେଢ଼ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନ, ପରେ ବଡ଼ଭାଇ ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଆସିଥିଲେ। ତିନି ଠାକୁରଙ୍କ ପହଣ୍ଡି ବିଜେ ସମୟରେ ସାମାନ୍ୟ ବର୍ଷା ହୋଇଥିଲା। ମହାପ୍ରଭୁ ରଥ ଉପରେ ପହଞ୍ଚିବା ପରେ ପରେ ବର୍ଷା ଛାଡ଼ି ଯାଇଥିଲା। ଅନ୍ୟାନ୍ୟ ରୀତିନୀତି ପରେ ଛେରା ପହଁରା ପାଇଁ ପହଞ୍ଚିଥିଲେ ଶ୍ରୀଜୀଉଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂ ଦେବ। ଦିନ ପ୍ରାୟ ୧୨ଟା ୫୫ରେ ଆରମ୍ଭ ହୋଇଥିଲା ଛେରାପହଁରା। ଏହାପରେ ଚାରମାଳ ଫିଟା, ଘୋଡ଼ା ଯୋଚା ସହିତ ସାରଥୀ ଲାଗିବା ପରେ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଘଣ୍ଟାଏ ପୂର୍ବରୁ ଅପରାହ୍ନ ୨ଟା ୮ରେ ଗଡ଼ିଥିଲା ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା। ଅନୁକୂଳ ପାଗ, ଶୃଙ୍ଖଳିତ ନୀତି ଓ ସଅଳ ରଥଟଣା ଯୋଗୁଁ ବେଶ୍ ଆନନ୍ଦିତ ହୋଇଥିଲେ ଭକ୍ତ। ୨ଟା ୩୦ ବେଳେ ଦେବଦଳନ ଓ ୩ଟା ବେଳେ ନନ୍ଦିଘୋଷ ରଥକୁ ଭକ୍ତିମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣି ନେଇଥିଲେ।

ବାହୁଡ଼ିବା ବାଟରେ କିଛି ସମୟ ପାଇଁ ମାଉସୀ ମାଆଙ୍କ ମନ୍ଦିର ଆଗରେ ଅଟକିଥିଲା ତିନି ରଥ। ପୋଡ଼ପିଠା ଖାଇବା ପରେ ପୁଣି ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଥିଲା ୩ ରଥ। ଶ୍ରୀନଅର ସାମ୍ନାରେ ମହାପ୍ରଭୁ ଜଗନ୍ନାଥ ଓ ମାଆ ଲକ୍ଷ୍ମୀ ଠାକୁରାଣୀ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସଂପନ୍ନ ହୋଇଥିଲା। ଶୃଙ୍ଖଳିତ ଯାତ୍ରା ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରୁ ପୁରୀରେ ୧୦୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରହିଛନ୍ତି ୩୬ ପ୍ଲାଟୁନ ଫୋର୍ସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story