ବୈଜୟନ୍ତଙ୍କ ‘ନ୍ୟସ୍ତସ୍ୱାର୍ଥ’ ଟ୍ୱିଟ୍‌ ପରେ ବିଜେଡିରେ ଟଣାଓଟରା ପରିସ୍ଥିତି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ଭକୁ ନେଇ ଗତକାଲି ଦିନ ତମାମ ବିଜେଡିରେ କମ୍ପନ ଦେଖିବାକୁ ମିଳିଥିଲା। ଦଳର ଏକାଧିକ ନେତା ନିଜ ପ୍ରତିକ୍ରିୟା ଦେଇଥିଲେ। ଏହାକୁ ନେଇ ଆଜି ପୁଣି ଟ୍ୱିଟ୍‌ ଜରିଆରେ ବୈଜୟନ୍ତ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍‌ରେ ସେ ଉଲ୍ଲେଖ କରିଛନ୍ତି,“କିଛି ନ୍ୟସ୍ତସ୍ୱାର୍ଥମାନେ ବିଭ୍ରାଟ ପାଇଁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ସାମ୍ପ୍ରତିକ ଚ୍ୟାଲେଞ୍ଜକୁ ଚିହ୍ନଟ କରନ୍ତୁ ଓ ଜରୁରୀ ପଦକ୍ଷେପ ନେଇ ଦଳର ପ୍ରକୃତ ଶକ୍ତିର ଅଭ୍ୟୁଦୟ ଘଟାନ୍ତୁ।” ନିଜ ଟ୍ୱିଟ୍‌ ଓ […]

baijayant panda

baijayant panda

Rakesh Mallick
  • Published: Wednesday, 29 March 2017
  • Updated: 30 March 2017, 10:30 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମ୍ଭକୁ ନେଇ ଗତକାଲି ଦିନ ତମାମ ବିଜେଡିରେ କମ୍ପନ ଦେଖିବାକୁ ମିଳିଥିଲା। ଦଳର ଏକାଧିକ ନେତା ନିଜ ପ୍ରତିକ୍ରିୟା ଦେଇଥିଲେ। ଏହାକୁ ନେଇ ଆଜି ପୁଣି ଟ୍ୱିଟ୍‌ ଜରିଆରେ ବୈଜୟନ୍ତ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ୍‌ରେ ସେ ଉଲ୍ଲେଖ କରିଛନ୍ତି,“କିଛି ନ୍ୟସ୍ତସ୍ୱାର୍ଥମାନେ ବିଭ୍ରାଟ ପାଇଁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ସାମ୍ପ୍ରତିକ ଚ୍ୟାଲେଞ୍ଜକୁ ଚିହ୍ନଟ କରନ୍ତୁ ଓ ଜରୁରୀ ପଦକ୍ଷେପ ନେଇ ଦଳର ପ୍ରକୃତ ଶକ୍ତିର ଅଭ୍ୟୁଦୟ ଘଟାନ୍ତୁ।”

ନିଜ ଟ୍ୱିଟ୍‌ ଓ ସ୍ତମ୍ଭକୁ ନେଇ ବୈଜୟନ୍ତ କହିଛନ୍ତି,“ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ କଥା ମୁଁ କହିନାହିଁ। ମୁଁ କେବଳ ଦଳରେ ଆତ୍ମସମୀକ୍ଷା ବିଷୟରେ ଲେଖିଛି। ଏହା ଦଳ କି ନେତୃତ୍ୱ ବିରୋଧରେ ନୁହେଁ। ଏହା କେବଳ ଏକ ଅପିଲ।”

ଆଜି ବୈଜୟନ୍ତଙ୍କ ପ୍ରତିକ୍ରିୟା ପରେ ଦଳରେ ଏକ ପ୍ରକାର ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଏକାଧିକ ମନ୍ତ୍ରୀ, ବିଧାୟକ ଓ ନେତା ସେମାନଙ୍କ ମନ୍ତବ୍ୟ ଦେଇଛନ୍ତି। ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ବିଜୁ ଜନତା ଦଳ ଗଠନ ବେଳେ ଯେଉଁ କୋର କମିଟି ଗଠନ ହୋଇଥିଲା ସେଥିରେ ବୈଜୟନ୍ତ ସଦସ୍ୟ ଥିବା ଲେଖିଛନ୍ତି। ଦଳ ଗଠନରେ ତାଙ୍କର ବହୁ ଅବଦାନ ଥିଲା କହିଛନ୍ତି। ତାହା ଯଦି ସତ୍ୟ ହୋଇଥାଏ, ଦଳର ସ୍ଥିତି ବିପନ୍ନ ହେଉଥିବା ସେ ଜାଣୁଥିବେ। ମୁଁ ସେ କମିଟିର ସଦସ୍ୟ ନ ଥିଲି, ମୁଁ କେମିତି କହି କହିପାରିବି। ମୁଁ ଜାଣିବାରେ ଏହା ଚା’ କପରେ ଝଡ଼ ଭଳି ହେଉଛି।”

ସେ କହିଛନ୍ତି,“ବିଜେଡିର ଅବକ୍ଷୟ ନେଇ ବୈଜୟନ୍ତ ଯେଉଁ ଆଶଙ୍କା କରୁଛନ୍ତି, ସେମିତି କିଛି ମୁଁ ଦେଖୁ ନାହିଁ। ଦଳକୁ ଅଧିକ ସଂଗଠିତ କରିବା ପାଇଁ ବୈଜୟନ୍ତ ମତ ରଖୁଥାଇ ପାରନ୍ତି। ତ୍ରୁଟିବିଚ୍ୟୁତି ନେଇ ମୁଖ୍ୟମନ୍ତ୍ରୀଙ୍କୁ କହିବା ଦରାକର। ଆଭ୍ୟନ୍ତରୀଣ ବିଷୟରେ ସେ ନେତାଙ୍କ ସହ ଆଲୋଚନା କରିବା ଉଚିତ। ଗଣମାଧ୍ୟମରେ କହିବା ଠିକ ନୁହେଁ।”

ସେ ଆହୁରି କହିଛନ୍ତି,“ଏମିତି ଧୂମାଳ ପରିସ୍ଥିତି ଦଳ ଓ ତାଙ୍କ (ବୈଜୟନ୍ତ) ପାଇଁ ହିତକର ନୁହେଁ। ବୈଜୟନ୍ତ ୪ ଥର ଏମ୍‌ପି ହୋଇଛନ୍ତି। ତାଙ୍କର ଅଭିଜ୍ଞତା ଅଛି, ତାଙ୍କ କଥାକୁ ହାଲକା ଭାବେ ନିଆଯାଇ ନ ପାରେ। ବୈଜୟନ୍ତ ଯାହା କହିଛନ୍ତି ଦଳ ଭିତରେ ଆଲୋଚନା ହେବା ଦରକାର।”

ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,“ସାଂସଦମାନେ ତୃଣମୂଳ ସ୍ତରରେ କ’ଣ ହେଉଛି ଜାଣନ୍ତି ନାହିଁ। ବିଧାୟକମାନେ ହିଁ ପ୍ରକୃତରେ ମୃତମୂଳ ସ୍ତରରେ ପରିଶ୍ରମ କରନ୍ତି। ଏବେ ଦେଖା ଦେଇଥିବା ବିଶୃଙ୍ଖଳା ଦଳ ଉପରେ ପ୍ରଭାବ ପକାଇବ ନି। ମୁଖ୍ୟମନ୍ତ୍ରୀ ଏ ନେଇ ଯାହା କିଛି ପଦକ୍ଷେପ ନେବେ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ଘଟଣାଟି ସାଧାରଣରେ ପ୍ରକାଶ ପାଇଛି। ଏହା ସଭାପତିଙ୍କ ଦୃଷ୍ଟିକୁ ଆସିଛି। ସେ ନେଇ ଯାହା କାର୍ଯ୍ୟକ୍ରମ କରାଯିବା କଥା ସଭାପତି କରୁଛନ୍ତି।”

ସେହିପରି ଅନ୍ୟତମ ମୁଖପାତ୍ର ସମୀର ଦାସ କହିଛନ୍ତି,“ଦଳର ସଭାପତିଙ୍କ ପାଖରେ ଏ ନେଇ ଖବର ଅଛି। ଯାହା କିଛି କହିବା କଥା ସାଂସଦ ସିଧା ସଭାପତିଙ୍କୁ କହିବା ଉଚିତ। ଗଣମାଧ୍ୟମକୁ ନ ଯାଇ ସଭାପତିଙ୍କୁ କହିଲେ ସେ ପଦକ୍ଷେପ ନେବେ।”

ବୈଜୟନ୍ତଙ୍କ ଟ୍ୱିଟ୍‌ ନେଇ ସାଂସଦ ନରେନ୍ଦ୍ର ସ୍ୱାଇଁ କହିଛନ୍ତି,“ବୈଜୟନ୍ତ ଯାହା ଲେଖିଛନ୍ତି ତାହା ତାଙ୍କ ବ୍ୟକ୍ତିଗତ ମତ। ବିଜେଡିରେ କିଛି ଗଣ୍ଡଗୋଳ ନାହିଁ। ସବୁ ଠିକ୍‌ଠାକ୍‌ ଚାଲିଛି। ମାତ୍ର ଦଳର ସାଧାରଣ ସମ୍ପାଦକ ଓ ସମ୍ପାଦକ ଠିକ ଭାବେ କାମ କରୁନାହାନ୍ତି। ସମ୍ୱିଧାନ ଅନୁସାରେ ପ୍ରତି ୨ ମାସରେ ମିଟିଂ ଡକାଯିବା କଥା। ହେଲେ ୨ ବର୍ଷରେ ଥରେ ହେଲେ ମିଟିଂ ଡକା ଯାଇନି। ଏସବୁ କରାଗଲେ ଦଳ ଅଧିକ ମଜବୁତ ହୁଅନ୍ତା।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos