‘ନବୀନ ଓଡ଼ିଆ ଜାଣିନଥିବାରୁ ଭାଷା ଆୟୋଗ ଗଠନ ହୋଇପାରୁନି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାକୁ ନେଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଗର୍ଷିଛନ୍ତି ପୂର୍ବତନ ସାଂସଦ ତଥା ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ବୈଷ୍ଣବ ପରିଡ଼ା। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବୈଷ୍ଣବ କହିଛନ୍ତି-“ଭାଷା ଆୟୋଗ ଗଠନରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ନବୀନ ଓଡ଼ିଆ ଜାଣି ନଥିବାରୁ ଭାଷା ଆୟୋଗ ଗଠନ ହୋଇ ପାରୁନାହିଁ। ତେଣୁ ରାଜ୍ୟରେ ଭାଷା ଆୟୋଗ ଗଠନ ଦାବିରେ ଆସନ୍ତା ୧୬ ତାରିଖରେ ଭାଷା ସୁରକ୍ଷା ସମ୍ମିଳନୀ […]

baisnab-target-naveen-again-bbsr

baisnab-target-naveen-again-bbsr

Rakesh Mallick
  • Published: Friday, 13 October 2017
  • Updated: 13 October 2017, 07:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଭାଷାକୁ ନେଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଗର୍ଷିଛନ୍ତି ପୂର୍ବତନ ସାଂସଦ ତଥା ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ବୈଷ୍ଣବ ପରିଡ଼ା। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବୈଷ୍ଣବ କହିଛନ୍ତି-“ଭାଷା ଆୟୋଗ ଗଠନରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରତିବନ୍ଧକ ସାଜିଛନ୍ତି। ନବୀନ ଓଡ଼ିଆ ଜାଣି ନଥିବାରୁ ଭାଷା ଆୟୋଗ ଗଠନ ହୋଇ ପାରୁନାହିଁ। ତେଣୁ ରାଜ୍ୟରେ ଭାଷା ଆୟୋଗ ଗଠନ ଦାବିରେ ଆସନ୍ତା ୧୬ ତାରିଖରେ ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ସବୁ ଜିଲ୍ଲାରେ ଆନ୍ଦୋଳନ କରାଯିବ।”

ଓଡିଆ ଜାଣିନଥିବା ଅଭିଯୋଗ କରି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ଆଜି ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି-“ଭାରତରେ ଏମିତି କୌଣସି ମୁଖ୍ୟମନ୍ତ୍ରୀ ନାହାନ୍ତି, ଯିଏ ନିଜ ମାତୃଭାଷା ଜାଣିନାହାନ୍ତି। ଓଡ଼ିଆ ଜାଣିନଥିବା ବ୍ୟକ୍ତିଙ୍କର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି-“ଓଡ଼ିଆ ଭାଷାକୁ ସରକାରୀ ଭାବେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। କ୍ଷମତାକୁ ଆସିବା ପାଇଁ ଯେଉଁମାନେ ବ୍ୟାକୁଳ ହେଉଛନ୍ତି, ସେମାନେ ଏପରି ଆରୋପ ଲଗାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos