ଓଜନ କମାଇବାକୁ ଚାହୁଁଛନ୍ତି କି ? ଖାଆନ୍ତୁ ଏହି ରୁଟି

ଓଜନ ବଢିଯିବା ଏବେ ଏକ ସମସ୍ୟାରେ ପରିଣତ ହୋଇଗଲାଣି। ଆଧୁନିକ ଜୀବନ ଶୈଳୀ ଓ ଖାଦ୍ୟ ଏଥିପାଇଁ ଦାୟୀ ବୋଲି ଡାକ୍ତର କହୁଛନ୍ତି। ବଢି ଚାଲିଥିବା ଓଜନ କମାଇବାକୁ ଲୋକେ ବହୁ କିଛି କରୁଛନ୍ତି। କିଏ ଡାଏଟିଂ କରୁଛି ତ ଆଉ କିଏ ଜିମ୍‌ରେ ହାଡ଼ଭଙ୍ଗା ପରିଶ୍ରମ କରି ଝାଳ ନିଗାଡୁଛନ୍ତି। ଓଜନକୁ ନିୟନ୍ତ୍ରଣ କରିବାକୁ ଏମିତି କରିବା ନିହାତି ଆବଶ୍ୟକ ନୁହେଁ। ଏପରି ଏକ ଖାଦ୍ୟ ଅଛି ଯାହା ଆପଣଙ୍କ ଓଜନ କମାବାରେ ସହାୟକ ହୋଇପାରିବ। […]

Rakesh Mallick
  • Published: Monday, 23 October 2017
  • Updated: 23 October 2017, 11:45 AM IST

Sports

Latest News

ଓଜନ ବଢିଯିବା ଏବେ ଏକ ସମସ୍ୟାରେ ପରିଣତ ହୋଇଗଲାଣି। ଆଧୁନିକ ଜୀବନ ଶୈଳୀ ଓ ଖାଦ୍ୟ ଏଥିପାଇଁ ଦାୟୀ ବୋଲି ଡାକ୍ତର କହୁଛନ୍ତି। ବଢି ଚାଲିଥିବା ଓଜନ କମାଇବାକୁ ଲୋକେ ବହୁ କିଛି କରୁଛନ୍ତି। କିଏ ଡାଏଟିଂ କରୁଛି ତ ଆଉ କିଏ ଜିମ୍‌ରେ ହାଡ଼ଭଙ୍ଗା ପରିଶ୍ରମ କରି ଝାଳ ନିଗାଡୁଛନ୍ତି। ଓଜନକୁ ନିୟନ୍ତ୍ରଣ କରିବାକୁ ଏମିତି କରିବା ନିହାତି ଆବଶ୍ୟକ ନୁହେଁ। ଏପରି ଏକ ଖାଦ୍ୟ ଅଛି ଯାହା ଆପଣଙ୍କ ଓଜନ କମାବାରେ ସହାୟକ ହୋଇପାରିବ। ଏହି ଖାଦ୍ୟ ହେଲା ବାଜରା ରୁଟି।

ଗହମ ରୁଟି ଅପେକ୍ଷା ବାଜରା ରୁଟି ଖାଇବା ଅଭ୍ୟାସ କରନ୍ତୁ। ଏହା ଓଜନ କମାଇବା ସହ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ବାଜରା ରୁଟି ଖାଇବା ଦ୍ୱାରା ଶରୀରକୁ କି, କି ଫାଇଦା ମିଳିଥାଏ।

ଓଜନ ହ୍ରାସ କରିଥାଏ: ବାଜରାରେ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ। ଅଧିକ ନ ଖାଇଲେ ଓଜନ ବଢିବାର ଆଶଙ୍କା କମି ଯାଇଥାଏ।

ଶରୀରକୁ ଶକ୍ତି ପ୍ରଦାନ କରେ: ବାଜରା ରୁଟି ଶରୀରକୁ ଯଥେଷ୍ଟ ପରିମାଣରେ ଶକ୍ତି ଦେଇଥାଏ। ଏହା ଖାଇଲେ ଓଜନ କମିବା ସହ ଶରୀରକୁ ବଳ ମିଳିଥାଏ।

ପାଚନ କ୍ରିୟାକୁ ସକ୍ରିୟ ରଖେ: ବାଜରାରେ ପ୍ରଚୁର ପରିମାଣରେ ଫାଇବର ରହିଛି। ଯାହା ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ। ଫଳରେ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇଥାଏ।

ମଧୁମେୟ ଓ କ୍ୟାନସରରୁ ମିଳେ ମୁକ୍ତି: ବାଜରା ରୁଟି ନିୟମିତ ଖାଇଲେ ମଧୁମେୟ ଓ କ୍ୟାନସର ପରି ରୋଗ ହେବାର ସମ୍ଭାବନା କମି ଯାଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।

ରକ୍ତଚାପ ନିୟନ୍ତ୍ରିତ ହୁଏ: କୋଲେଷ୍ଟ୍ରର ସ୍ତର ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ। ଏହାସହ ରକ୍ତଚାପ ଠିକ୍‌ ରହିବାରେ ବାଜରା ରୁଟି ସହାୟକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos