ବଜ୍ରପାତ ନେଲା ପୁଣି ୫ ଜୀବନ

lightingଭୁବନେଶ୍ୱର: ଗତକାଲି ବଜ୍ରପାତରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ୫ ଜଣଙ୍କ ଜୀବନ ଯାଇଛି। ଆଜି ବିଭିନ୍ନ ସ୍ଥାନରେ ଘଟିଥିବା ବଜ୍ରପାତରେ ଏହି ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗନ୍ଦିଆ ବ୍ଲକ ସନ୍ଥସରା ଗାଁରେ ଅଭିରାମ ଦେହୁରୀ (୫୦)ଙ୍କ ମୃତ୍ୟୁ ଘଟିଛି। ସଦର ବ୍ଲକ ଗଞ୍ଜେଇଡିହିରେ ସଦାନନ୍ଦ ଧଳ (୪୭) ଏବଂ କାମାକ୍ଷାନଗର ବ୍ଲକ ସାରୁଆଳି ଗାଁରେ କେଶବ ନାଏକ (୩୮)ଙ୍କ ମୃତ୍ୟୁ ଘଟିଛି। ଉଦୟଗିରିରେ ଛେଳି ଚରାଇବାକୁ ଯାଇଥିବା ଜଣେ ୧୨ ବର୍ଷର ବାଳକ ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ୪୧ଟି ଛେଳିଙ୍କର ମୃତ୍ୟୁ ଘଟିଛି।

ନବରଙ୍ଗପୁର ଜିଲ୍ଲାରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ତୁରଙ୍ଗିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ରାଇଘର ମଙ୍ଗପାଲିରେ ଜଣଙ୍କ ମୃତ୍ୟୁ ଘଟିଛି।

ଗତଦୁଇ ଦିନରେ ଓଡ଼ିଶାରେ ବଜ୍ରପାତରେ ୪୫ ଜଣଙ୍କ ମୃତ୍ୟୁ ଘଟିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରିଛନ୍ତି। ମୋଦି ଟ୍ୱିଟ୍‌ କରି ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ସେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।