ବଲାଙ୍ଗିର: ଟିମନ୍‌ର ବେଆଇନ ନିର୍ମାଣ ଘରକୁ ଭାଙ୍ଗିଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିର ଡନ୍‌ ଟିମନ କୁମ୍ଭାରର ବେଆଇନ ଘରକୁ ଆଜି ପୌର ପ୍ରଶାସନ ଭାଙ୍ଗିଛି। କଡା ସୁରକ୍ଷା ବଳୟ ଭିତରେ ଲର୍କିପାଲିରେ ରାସ୍ତା ଉପରେ ଟିମନ୍‌ କୋଠା ନିର୍ମାଣ କରିଥିଲା। ଜେସିବି ମେସିନ ଲଗାଇ ଡନ୍‌ର ଏହି ଓଭର ବ୍ରିଜ ସହ ଦରବାରକୁ ଭାଙ୍ଗି ଦିଆଯାଇଛି। ବଲାଙ୍ଗିର ପୌର ସଂସ୍ଥା ୨୪ ଘଣ୍ଟା ମଧ୍ୟରେ ଘର ଖାଲି କରିବାକୁ ଟିମନଙ୍କ ପରିବାରକୁ ନୋଟିସ୍‌ ଦେଇଥିଲା। ଆଜି ସକାଳୁ ୬ ପ୍ଲାଟୁନ ଫୋର୍ସ ସହ ପୌର ସଂସ୍ଥାର ଅଧିକାରୀ […]

house

house

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 03:43 PM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ଡନ୍‌ ଟିମନ କୁମ୍ଭାରର ବେଆଇନ ଘରକୁ ଆଜି ପୌର ପ୍ରଶାସନ ଭାଙ୍ଗିଛି। କଡା ସୁରକ୍ଷା ବଳୟ ଭିତରେ ଲର୍କିପାଲିରେ ରାସ୍ତା ଉପରେ ଟିମନ୍‌ କୋଠା ନିର୍ମାଣ କରିଥିଲା। ଜେସିବି ମେସିନ ଲଗାଇ ଡନ୍‌ର ଏହି ଓଭର ବ୍ରିଜ ସହ ଦରବାରକୁ ଭାଙ୍ଗି ଦିଆଯାଇଛି।

ବଲାଙ୍ଗିର ପୌର ସଂସ୍ଥା ୨୪ ଘଣ୍ଟା ମଧ୍ୟରେ ଘର ଖାଲି କରିବାକୁ ଟିମନଙ୍କ ପରିବାରକୁ ନୋଟିସ୍‌ ଦେଇଥିଲା। ଆଜି ସକାଳୁ ୬ ପ୍ଲାଟୁନ ଫୋର୍ସ ସହ ପୌର ସଂସ୍ଥାର ଅଧିକାରୀ ଓ କର୍ମଚାରୀ ପହଞ୍ଚି ଥିଲେ ଲର୍କିପାଲିରେ। ପ୍ରଥମେ ଟିମନର ଗ୍ୟାରେଜ ଭଙ୍ଗା ଯାଇଥିଲା। ତା’ ପରେ ନୂଆ କରି ତିଆରି ହୋଇଥିବା ଘରକୁ ବି ଭଙ୍ଗା ଯାଇଥିଲା। ଆଜି ଉଚ୍ଛେଦ କାର୍ଯ୍ୟ ଅଧାରୁ ବନ୍ଦ ରହିଛି।

ଅତିରିକ୍ତ ଏସ୍‌ପି ଶଶୀଭୂଷଣ ଶତପଥୀ କହିଛନ୍ତି, “ଟିମନର ପରିବାର ଲୋକେ ଉଚ୍ଚେଦ କାର୍ଯ୍ୟରେ ସହଯୋଗ କରୁଛନ୍ତି। ନୋଟିସ ମୁତାବକ ସେମାନେ ତାଙ୍କ ଜିନିଷପତ୍ର ନେଇ ଯାଇଛନ୍ତି। ସୁରୁଖୁରରେ ଉଚ୍ଛେଦ ଚାଲିଛି।”

ଏପ୍ରିଲ ୨୪ରେ ସଦାଇପାଲି ପାୱାର ପ୍ଲାଣ୍ଟର ଦୁଇଜଣ ଇଂଜିନିୟରଙ୍କୁ ଆକ୍ରମଣ ଘଟଣାରେ ଟିମନକୁ ପଚରାଉଚରା କରିଥିଲା ପୋଲିସ। ଏହି ସମୟରେ ଟିମନ ଜମି ଜବରଦଖଲ, ଟେଣ୍ଡର ଫିକ୍ସିଂ, ହତ୍ୟା, ଲୁଟ୍‌ ଭଳି ବିଭିନ୍ନ ମାମଲାରେ ଜଡିତ ଥିବା ସୂଚନା ପାଇଥିଲା ପୋଲିସ। ଟିମନ ସହିତ ତା’ର ୧୩ ସହଯୋଗୀଙ୍କୁ ଗିରଫ କରାଯାଇଛି। ପ୍ରଶାସନ ଘର ଭଙ୍ଗା ଆରମ୍ଭ କରିଥିବା ବେଳେ ଟିମନର ପରିବାର ସେମାନଙ୍କୁ ଥଇଥାନ କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos