‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରର ପରୀକ୍ଷା

ବାଲେଶ୍ୱର: ଭାରତ-ଋସର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ବ୍ୟବହାରିକ ପରୀକ୍ଷା ହୋଇଛି। ଏହାର ଫଳାଫଳକୁ ନେଇ ସମୀକ୍ଷା ଜାରି ରହିଛି।  ଆଜି ସକାଳ ୧୧ଟା ୩୩ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଂଚପ୍ୟାଡରୁ ଏହି ପରୀକ୍ଷା କରାଯାଇଛି। ଏହି ମିଶାଇଲକୁ  ଯୁଦ୍ଧ ଯାହାଜ, ବୁଡ଼ା ଯାହାଜ,ରେଳ ଲଞ୍ଚର ଓ ଯୁଦ୍ଧ ବିମାନରୁ ଉତ୍‌କ୍ଷେପଣ କରାଯାଇପାରିବ। ଏହି ମାସାଇଲର ଓଜନ ୩ ହଜାର କେଜି ଥିବା ବେଳେ, ଲମ୍ବ ୮.୪ ମିଟର, […]

brahmos1

brahmos1

Rakesh Mallick
  • Published: Saturday, 11 March 2017
  • Updated: 11 March 2017, 01:06 PM IST

Sports

Latest News

ବାଲେଶ୍ୱର: ଭାରତ-ଋସର ମିଳିତ ଉଦ୍ୟମରେ ପ୍ରସ୍ତୁତ ହୋଇଥିବା ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ‘ବ୍ରହ୍ମୋସ’ର ବ୍ୟବହାରିକ ପରୀକ୍ଷା ହୋଇଛି। ଏହାର ଫଳାଫଳକୁ ନେଇ ସମୀକ୍ଷା ଜାରି ରହିଛି।  ଆଜି ସକାଳ ୧୧ଟା ୩୩ରେ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଂଚପ୍ୟାଡରୁ ଏହି ପରୀକ୍ଷା କରାଯାଇଛି। ଏହି ମିଶାଇଲକୁ  ଯୁଦ୍ଧ ଯାହାଜ, ବୁଡ଼ା ଯାହାଜ,ରେଳ ଲଞ୍ଚର ଓ ଯୁଦ୍ଧ ବିମାନରୁ ଉତ୍‌କ୍ଷେପଣ କରାଯାଇପାରିବ। ଏହି ମାସାଇଲର ଓଜନ ୩ ହଜାର କେଜି ଥିବା ବେଳେ, ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ରହିଛି। ଏହି ମିସାଇଲ ୨ଶହରୁ ୩ ଶହ କେଜି ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। ସୁପରସୋନିକ ବେଗରେ ଶତ୍ରୁ ପକ୍ଷକୁ ଟାର୍ଗେଟ କରିପାରୁଥିବା ଏହି ମିସାଇଲ ୨୯୦ରୁ ୩ଶହ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ପରବର୍ତ୍ତୀ ସମୟରେ ଏହାର ଲକ୍ଷଭେଦ କ୍ଷମତା ୬ଶହ କିମିକୁ ବୃଦ୍ଧି କରାଯିବାର ପରୀକ୍ଷାନିରୀକ୍ଷା କରାଯାଉଛି। ବାୟୁମଣ୍ଡଳର ୪୬ ହଜାର ଫୁଟ ଉପରେ ଉଡ଼ାଣ କରି ଟାର୍ଗେଟର ମାତ୍ର ୧ ମିଟର ପରିଧି ମଧ୍ୟରେ ଏହା ହିଟ୍ କରିପାରିବାର କ୍ଷମତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos