ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଚାଲିଗଲା ୬ ଜୀବନ

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଣ ଭିଡ଼ୁଥିବା ବେଳେ ନିଆଁଲାଗି ଚାଲିଗଲା ୬ ଅମୂଲ୍ୟ ଜୀବନ। ଏବେ ମଧ୍ୟ ୯ରୁ ଅଧିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନୀଶମ କର୍ମଚାରୀମାନେ ଗାଁରେ ନିଆଁ ଆୟତ୍ତ କରିଥିଲେ। ଆଜି ଅପରାହ୍ନରେ ବାହାବଳପୁର ଗାଁର ଗୋଲକ ପ୍ରଧାନଙ୍କ ଘରେ ବାଣ ଭିଡ଼ା ଯାଉଥିଲା। ଏହି ସମୟରେ କୌଣସି କାରଣରୁ ବାଣରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ପରେ ନିଆଁ ବାଣ ଗୋଦାମକୁ ବ୍ୟାପି […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 11:05 PM IST

Sports

Latest News

ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ବାଣ ଭିଡ଼ୁଥିବା ବେଳେ ନିଆଁଲାଗି ଚାଲିଗଲା ୬ ଅମୂଲ୍ୟ ଜୀବନ। ଏବେ ମଧ୍ୟ ୯ରୁ ଅଧିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଗ୍ନୀଶମ କର୍ମଚାରୀମାନେ ଗାଁରେ ନିଆଁ ଆୟତ୍ତ କରିଥିଲେ।

ଆଜି ଅପରାହ୍ନରେ ବାହାବଳପୁର ଗାଁର ଗୋଲକ ପ୍ରଧାନଙ୍କ ଘରେ ବାଣ ଭିଡ଼ା ଯାଉଥିଲା। ଏହି ସମୟରେ କୌଣସି କାରଣରୁ ବାଣରେ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ପରେ ନିଆଁ ବାଣ ଗୋଦାମକୁ ବ୍ୟାପି ଯାଇଥିଲା। କ୍ଷଣକ ଭିତରେ ବାଣ ଗୋଦାମ ଛିନ୍‌ଭିନ୍‌ ହୋଇଯାଇଥିଲା। ସେଠାରେ ବାଣ ଭିଡୁଥିବା ଅନ୍ୟ ଲୋକେ ଜୀବନ ବିକଳରେ ପଳାଇବାକୁ ଉଦ୍ୟମ କରିଥିଲେ। ମାତ୍ର ମୃତ୍ୟୁ ସେମାନଙ୍କ ଛାଡ଼ିନଥିଲା। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos