ବାଲେଶ୍ୱରର ବିଭିନ୍ନ ସ୍ଥାନରେ ବାଣ ବିସ୍ଫୋରଣ, ୮ ଆହତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ପୁଣି ବାଣ ବିସ୍ଫୋରଣ ହୋଇଛି। ଜିଲ୍ଲାର କୁରାଢ଼ିଆ ପଞ୍ଚାୟତ ସାନଦାହାଡ଼ି ଗାଁରେ ବାଣ ବିସ୍ଫୋରଣ ଘଟି ୭ଜଣ ପିଲା ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଚିକିତ୍ସା ପରେ ୪ ଜଣ ପିଲାଙ୍କୁ ଛାଡି ଦିଆଯାଇଛି।

ଦୀପାବଳି ପରେ ପଡିଥିବା ଅଫୁଟା ବାଣକୁ ଏକାଠି କରି ନିଆଁ ଲଗାଇବା ବେଳେ ଏହି ଅଘଟଣ ଘଟିଥିଲା।

ସେହିପରି ଜିଲ୍ଲାର ହଳଦୀପଦା ରାଇସୁଆଁ ଗାଁରେ ବାଣ ବିସ୍ଫୋରଣରେ ଜଣେ ପିଲା ଗୁରୁତର ଆହତ ହୋଇଛି। ତା’ ନାଁ ସପନ କୁମାର ଦାସ(୧୦) ବର୍ଷ। ତାଙ୍କର ବାମ ପାପୁଲିରେ ଆଘାତ ଲାଗିଛି। ତାକୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଦୀପାବଳି ପୂର୍ବଦିନ ବାଲେଶ୍ୱରର ବାହାବଳପୁରରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ଜଣଙ୍କ ମୃତ୍ୟୁ ହୋଇଥିଲା।