ଗୁଣିଗାରେଡ଼ି ସନ୍ଦେହରେ ବାବାଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମାଣିପୁରଖୁଣ୍ଟା ଗୁଲୁଣିଆ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ମଧୁସୂଦନ ନାୟକ ନାମକ ଜଣେ ବାବା ଓ ତାଙ୍କ ସହଯୋଗୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା।  ପରେ ପୋଲିସ୍‌ ବାବା ଓ ତାଙ୍କ ସହଯୋଗୀଙ୍କୁ ଉଦ୍ଧାର କରିଥିଲା।

ସୂଚନା ଅନୁସାରେ, ଗୁଲୁଣିଆ ଗାଁର ସୁଶୀଳା ଖିଲାରଙ୍କ ବୋହୂ ଅମ୍ଭିକାଙ୍କୁ ଦୀର୍ଘଦିନ ହେଲା ଜର ହେଉଥିଲେ। ଜର ଭଲ ନ ହେବାରୁ ଅମ୍ଭିକାଙ୍କୁ ମୟୂରଭଞ୍ଜର ମଧୁସୂଦନ ନାୟକ ନାମକ ଏହି ବାବାଙ୍କ ନିକଟରେ ଦେଖାଯାଇଥିଲା। ବାବାଙ୍କୁ ଦେଖାଇବା ପରେ ତାଙ୍କ ଜର ଭଲ ହୋଇଯାଇଥିଲା। କିନ୍ତୁ ପରେ ତାଙ୍କ ଶାଶୂ ସୁଶୀଳାଙ୍କ ମୃତ୍ୟୁ ଘଟିଥିଲା।

ଆଜି ସକାଳେ ବାବା ଓ ତାଙ୍କ ସହଯୋଗୀ ଗାଁଦେଇ ଯାଉଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବାବା ଗୁଣିଗାରେଡ଼ି କରିବା ଯୋଗୁଁ ସୁଶୀଳାଙ୍କ ମୃତ୍ୟୁ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।