ସୀମାରେ ଜୀବନ: କେମିତି ଅଛନ୍ତି ଓଡିଆ

ଭୁବନେଶ୍ୱର: ଆଜି ପୁରପଲ୍ଲୀରେ ଉତ୍କଳ ଦିବସ ବହୁ ଆଡମ୍ୱରେ ପାଳନ କରାଯାଇଛି। ଏଥିପାଇଁ ପଲ୍ଲୀରୁ ରାଜଧାନୀ ଉତ୍ସବ ମୁଖର ହୋଇ ଉଠିଛି। ସମସ୍ତେ ଉତ୍କଳର ବରପୁତ୍ରଙ୍କୁ ସ୍ମୃତିଚାରଣ କରିଛନ୍ତି। ହେଲେ ସୀମାନ୍ତ ଗାଁ ଚିତ୍ର ଥିଲା କିନ୍ତୁ ଭିନ୍ନ। ଉତ୍କଳ ଦିବସର ସାମାନ୍ୟତମ ଛିଟା ଏହି ଗ୍ରାମ ଗୁଡିକରେ ଦେଖିବାକୁ ମିଳିନଥିଲା। ଏହାର ଉଦାହରଣ ହେଉଛି ବାଲେଶ୍ୱର ଶଙ୍ଖମେଦୀ ଓ ମୟୂରଭଞ୍ଜର କୁଲଡିହା। ଏହି ଗାଁର ଲୋକେ ଓଡ଼ିଶାରେ ଥାଇ ମଧ୍ୟ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ। […]

balasore-sankhamade village

balasore-sankhamade village

Rakesh Mallick
  • Published: Saturday, 01 April 2017
  • Updated: 01 April 2017, 11:25 PM IST

Sports

Latest News

ଭୁବନେଶ୍ୱର: ଆଜି ପୁରପଲ୍ଲୀରେ ଉତ୍କଳ ଦିବସ ବହୁ ଆଡମ୍ୱରେ ପାଳନ କରାଯାଇଛି। ଏଥିପାଇଁ ପଲ୍ଲୀରୁ ରାଜଧାନୀ ଉତ୍ସବ ମୁଖର ହୋଇ ଉଠିଛି। ସମସ୍ତେ ଉତ୍କଳର ବରପୁତ୍ରଙ୍କୁ ସ୍ମୃତିଚାରଣ କରିଛନ୍ତି। ହେଲେ ସୀମାନ୍ତ ଗାଁ ଚିତ୍ର ଥିଲା କିନ୍ତୁ ଭିନ୍ନ। ଉତ୍କଳ ଦିବସର ସାମାନ୍ୟତମ ଛିଟା ଏହି ଗ୍ରାମ ଗୁଡିକରେ ଦେଖିବାକୁ ମିଳିନଥିଲା। ଏହାର ଉଦାହରଣ ହେଉଛି ବାଲେଶ୍ୱର ଶଙ୍ଖମେଦୀ ଓ ମୟୂରଭଞ୍ଜର କୁଲଡିହା। ଏହି ଗାଁର ଲୋକେ ଓଡ଼ିଶାରେ ଥାଇ ମଧ୍ୟ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ। ଉତ୍କଳ ଦିବସ ମନାଇବାକୁ ରାଜନୈତିକ ଦଳ ଭିତରେ ପ୍ରତିଯୋଗିତା ଲାଗି ରହିଥିବା ବେଳେ ସମସ୍ତ ଯୋଜନାରୁ ବଞ୍ଚିତ ଏହି ଗାଁ ଗୁଡ଼ିକ ପ୍ରତି କାହାର ଦରଦ ନାହିଁ।

ଶଙ୍ଖମେଦୀ ଗାଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଅବସ୍ଥିତ। ଏହି ଗାଁର କାୟା ଓ ଛାୟା ସବୁ ଓଡ଼ିଆ। ହେଲେ ରାଜ୍ୟ ସରକାର ଏହି ଗାଁ ଲୋକଙ୍କଠାରୁ ସେମାନଙ୍କ ପରିଚୟ ଛଡ଼ାଇ ନେଇଛନ୍ତି। ୧୯୮୩ ମସିହା ପରଠାରୁ ଏହି ଗାଁରୁ ଖଜଣା ଆଦାୟ ବନ୍ଦ କରି ଦେଇଛନ୍ତି ରାଜ୍ୟ ସରକାର। ତା’ପରେ ଏହି ଗାଁ ଉପରେ ପଶ୍ଚିମବଙ୍ଗ ରାଜ୍ୟର ଦବ୍‌ଦବା ଆରମ୍ଭ ହୋଇଯାଇଛି। ଓଡ଼ିଶାରୁ ଆବାସିକ ପ୍ରମାଣ ପତ୍ର ନ ମିଳିବାରୁ ପିଲା ଉଚ୍ଚ ଶିକ୍ଷା ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ଏହାର ଫାଇଦା ଉଠାଉଛି ପଶ୍ଚିମବଙ୍ଗ। ଏହି ଗାଁରେ ଯିଏ ପାଠ ପଢ଼ି ଚାକିରି କରୁଛନ୍ତି ସେମାନଙ୍କୁ ପଶ୍ଚିମବଙ୍ଗ ସରକାର ଦେଉଛନ୍ତି ବାସସ୍ଥାନ ପ୍ରମାଣପତ୍ର।

ଶଙ୍ଖମେଦୀ ଗାଁର ବସନ୍ତ ଜେନା କହିଛନ୍ତି,“ଆମେ ଓଡ଼ିଶାରେ ରହୁଛୁ। ଓଡ଼ିଶା ସରକାର ଆମକୁ ଭୋଟର ପରିଚୟପତ୍ର ଓ ଜବକାର୍ଡ ଦେଇଛନ୍ତି। କିନ୍ତୁ ଆମେ ରାଜ୍ୟ ସରକାରଙ୍କ କୌଣସି ଯୋଜନା ପାଉ ନାହୁଁ। ଆମର ପରିଚୟ ଓଡ଼ିଶା ନା ବେଙ୍ଗଲର ଜାଣିପାରୁନୁ।”

ଗାଁ ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବ୍ଲକ ପ୍ରଶାସନ। ଭୋଗରାଇ ବିଡିଓ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି,“ବିଭିନ୍ନ ଯୋଜନାରେ ଆମେ ରାସ୍ତାଘାଟ ନିର୍ମାଣ କରୁଛୁ। ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ମଧ୍ୟ ବଣ୍ଟନ କରାଯାଉଛି। ଏପରିକି ଗାଁ ଲୋକଙ୍କୁ ରାସନ୍‌କାର୍ଡ଼ ମଧ୍ୟ ଯୋଗାଇ ଦିଆଯାଉଛି।”

ସେହିପରି ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ କୁଲଡିହା ଗାଁ ହେଉଛି ଆଉ ଏକ ସୀମାନ୍ତ ଗାଁ। ଘର ଓଡିଶାରେ ମାତ୍ର ଲୋକଙ୍କ କର୍ମକ୍ଷେତ୍ର ଝାଡ଼ଖଣ୍ଡରେ। ଏହି ଗାଁର ଲୋକଙ୍କ ଅଭିଯୋଗ ହେଉଛି ଡାକ୍ତରଖାନା ବା ଦୈନନ୍ଦିନ କାମ ପାଇଁ ଝାଡ଼ଖଣ୍ଡକୁ ଯିବାକୁ ପଡୁଛି।

କୁଲଡିଆ ଗାଁର ଲିଖିରାମ କସ୍ତୁ କହିଛନ୍ତି,“ଆମେ ଓଡ଼ିଶାରେ ଅଛୁ ସତ କିନ୍ତୁ କୌଣସି ସୁବିଧା ସୁଯୋଗ ପାଉନାହୁଁ। ଆମ ଗାଁ ପାଖରେ ସ୍କୁଲ ଓ ମେଡ଼ିକାଲ ନାହିଁ। ସେଥିପାଇଁ ଆମେ ଝାଡ଼ଖଣ୍ଡ ଉପରେ ନିର୍ଭର କରୁଛୁ।”

ରାଇରଙ୍ଗପୁର ଉପଜିଲ୍ଲାପାଳ ଭୋଳାନାଥ ସେଠୀ କହିଛନ୍ତି,“ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଉକ୍ତ ଗାଁ ଲୋକଙ୍କୁ ଯୋଗାଇ ଦିଆଯାଉଛି। ସେମାନେ ନିଜର ବ୍ୟକ୍ତିଗତ କାମ ପାଇଁ ଝାଡ଼ଖଣ୍ଡ ଯାଉଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story