ଚାନ୍ଦିପୁରରୁ ପୃଥ୍ୱୀ-୨ ବାଲାଷ୍ଟିକ୍ ମିସାଇଲ୍‌ର ପରୀକ୍ଷଣ

ବାଲେଶ୍ୱର: ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍‌ ପୃଥ୍ୱୀ-୨ର ମଙ୍ଗଳାବର ସକାଳ ୧୦ଟାରେ ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ତିନି ନମ୍ୱର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ କରାଯାଇଛି। ପୃଥ୍ୱୀ-୨ର ଲକ୍ଷ୍ୟ ଭେଦ କ୍ଷମତା ୨୫୦ରୁ ୩୦୦ କିଲୋମିଟର ରହିଛି। ଓଜନ ୪ ହଜାର ୬୦୦ କେଜି ଥିବା ବେଳେ ପ୍ରସ୍ଥ ୭ ଦଶମିକ ୫୬ ମିଟର।