ଆଜି ପୁରୀ ବନ୍ଦ, ସକାଳ ୬ରୁ ସନ୍ଧ୍ୟା ୬

ପୁରୀ: ଆଜି ପୁରୀ ବନ୍ଦ। ପୂରା ୧୨ ଘଣ୍ଟା ଧରି ବନ୍ଦ ରହିବ ପୁରୀ ସହର। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ପୁରୀ ବାର୍ ଆସୋସିଏସନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କ ହତ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବାର୍ ଆସୋସିଏସନ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି। ଦୁଇ ଦିନ ତଳେ ଏକ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 05:48 AM IST

Sports

Latest News

ପୁରୀ: ଆଜି ପୁରୀ ବନ୍ଦ। ପୂରା ୧୨ ଘଣ୍ଟା ଧରି ବନ୍ଦ ରହିବ ପୁରୀ ସହର। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ। ପୁରୀ ବାର୍ ଆସୋସିଏସନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ରଙ୍କ ହତ୍ୟା ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବାର୍ ଆସୋସିଏସନ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ତେବେ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବନ୍ଦରୁ ବାଦ୍ ଦିଆଯାଇଛି।

ଦୁଇ ଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ବାର୍ ଆସୋସିଏସନ୍ ସଭାପତି ବିଜୟ ମିଶ୍ର କହିଥିଲେ ଯେ ସହରରେ ଆଇନ ଶୃଙ୍ଖଳା ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ପୋଲିସ୍‌ ବ୍ୟବସ୍ଥା ପୂରା ସ୍ଥାଣୁ ପାଲଟି ଯାଇଛି। ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କ ଆଗରେ ଅସହାୟ ହୋଇପଡ଼ିଛି ପୋଲିସ୍‌। ତେଣୁ ନିରୀହ ଲୋକଙ୍କ ଜୀବନ ଯାଉଛି। ଏହାର ପ୍ରତିବାଦରେ ଓ ସହରରେ ଆଇନକାନୁନ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଦାବିରେ ମଙ୍ଗଳବାର ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos