ଟଳିଗଲା ବଡ଼ ଟ୍ରେନ୍‌ ଦୁର୍ଘଟଣା: ଲାଲ୍‌ ଗାମୁଛା ଦେଖାଇ ବଞ୍ଚାଇଦେଲେ ଲୋକେ

ବାଲେଶ୍ୱର: ବାରିପଦାରୁ ଛାଡ଼ୁଥିବା ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ୍‌ ଆଜି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଫଳରେ ଶତାଧିକ ଟ୍ରେନ୍‌ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। କେହି ଦୁର୍ବୃତ୍ତ ରେଳ ଧାରଣା କାଟି ଦେଇଥିବା ଅଭିଯୋଗ ହେଉଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍‌ ନିକଟରେ ରେଳ ଧାରଣାରେ ଆଜି ସକାଳେ ସ୍ଥାନୀୟ ଲୋକେ ବୁଲୁଥିବା ବେଳେ ଧାରଣାରେ ଫାଟ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଲାଲ୍‌ ଗାମୁଛା ଟ୍ରାକ୍‌ରେ ଟାଙ୍ଗି ଟ୍ରେନ୍‌କୁ ଅଟକାଇ ଥିଲେ। […]

train

train

Rakesh Mallick
  • Published: Wednesday, 22 March 2017
  • Updated: 22 March 2017, 01:56 PM IST

Sports

Latest News

ବାଲେଶ୍ୱର: ବାରିପଦାରୁ ଛାଡ଼ୁଥିବା ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ୍‌ ଆଜି ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଫଳରେ ଶତାଧିକ ଟ୍ରେନ୍‌ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। କେହି ଦୁର୍ବୃତ୍ତ ରେଳ ଧାରଣା କାଟି ଦେଇଥିବା ଅଭିଯୋଗ ହେଉଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍‌ ନିକଟରେ ରେଳ ଧାରଣାରେ ଆଜି ସକାଳେ ସ୍ଥାନୀୟ ଲୋକେ ବୁଲୁଥିବା ବେଳେ ଧାରଣାରେ ଫାଟ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଲାଲ୍‌ ଗାମୁଛା ଟ୍ରାକ୍‌ରେ ଟାଙ୍ଗି ଟ୍ରେନ୍‌କୁ ଅଟକାଇ ଥିଲେ। ତେବେ ଚାଳକ ଓ କର୍ମଚାରୀମାନେ ଟ୍ରାକ୍‌ ତଦାରଖ କରିବାରୁ ଫାଟ ହୋଇଥିବା ଦେଖିବାକୁ ପାଇ ବାଲେଶ୍ୱର ଓ ବାରିପଦା ଷ୍ଟେସନ୍‌କୁ ଖବର ଦେଇଥିଲେ। ମରାମତି ପରେ ବିଳମ୍ୱରେ ଟ୍ରେନ୍‌ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos