ସନ୍ଦିଗ୍ଧ ବାଂଲାଦେଶୀ ଯୁବକ ଗିରଫ ଘଟଣା: ୫ ସହଯୋଗୀଙ୍କୁ ଯାଜପୁରରୁ ଧରିଲା ପୋଲିସ

ଭୁବନେଶ୍ୱର/ଯାଜପୁର: ଭୁବନେଶ୍ୱରରୁ ଗତକାଲି ଗିରଫ ହୋଇଥିବା ସନ୍ଦିଗ୍ଧ ବାଂଲାଦେଶୀ ଯୁବକ ମହମ୍ମଦ ବସିରର ୫ଜଣ ସହଯୋଗୀଙ୍କୁ ଯାଜପୁରରୁ ଧରିଛି କମିଶନରେଟ ପୋଲିସ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଉଜଙ୍ଗ ଓ କଟିକଟା ଅଞ୍ଚଳରେ। ସେମାନଙ୍କ ମଧ୍ୟରେ ୪ଜଣ ବାଂଲାଦେଶୀ ଅଛନ୍ତି। ଅଟକମାନଙ୍କୁ ଭୁବନେଶ୍ୱର ଅଣି ପଚରାଉଚରା କରୁଛି ପୋଲିସ।

ଗିରଫ ବସିର ବୁଧବାର ପାସପୋର୍ଟ ପାଇଁ ଆବେଦନ କରିଥିଲା। ତେବେ ସ୍ଥାନୀୟ ପ୍ରମାଣପତ୍ର ନ ଥିବାରୁ ତାଙ୍କୁ ଅଟକ ରଖାଯାଇଥିଲା। ଏହାକୁ ନେଇ ସେ ପାସପୋର୍ଟ କାର୍ଯ୍ୟାଳୟରେ ପାଟିତୁଣ୍ଡ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାକୁ ଗିରଫ କରିଥିଲା।