ବାରବାଟୀ ଘଟଣା: ଓସିଏ ଓ ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ, ସ୍ୱରାଷ୍ଟ୍ର ବିଭାଗ ପ୍ରମୁଖ ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଗତକାଲି ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ମ୍ୟାଚ ବେଳେ ଦର୍ଶକଙ୍କ ବୋତଲ ଫିଙ୍ଗା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଘଟଣାର ବିଷଦ ଆଲୋଚନା କରିଥିଲେ । ଘଟଣାର ତଦନ୍ତ କରି ଏକମାସ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭବିଷ୍ୟତରେ ଯେଭଳି ଏପରି ଘଟଣାର […]

cm meeting in barabati

cm meeting in barabati

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 02:26 PM IST

Sports

Latest News

ଭୁବନେଶ୍ୱର: ଗତକାଲି ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଟି-ଟ୍ୱେଣ୍ଟି ମ୍ୟାଚ ବେଳେ ଦର୍ଶକଙ୍କ ବୋତଲ ଫିଙ୍ଗା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଘଟଣାର ବିଷଦ ଆଲୋଚନା କରିଥିଲେ । ଘଟଣାର ତଦନ୍ତ କରି ଏକମାସ ମଧ୍ୟରେ ରିପୋର୍ଟ ଦେବାକୁ ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଓସିଏ ଓ ପୋଲିସକୁ ତାଗିଦ କରିଥିଲେ ।

ଷ୍ଟାଡିୟମ ମଧ୍ୟକୁ କେଉଁ ପରିସ୍ଥିତିରେ ପାଣି ବୋତଲ ନେବାକୁ ଦର୍ଶକଙ୍କୁ ଅନୁମତି ଦିଆଗଲା ସେ ସମ୍ପର୍କରେ ପୋଲିସ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପଚାରି ବୁଝିଥିଲେ । ଆଗାମୀ ମ୍ୟାଚ ଦିନରେ କଟକରେ ମ୍ୟାଚ ଆୟୋଜନ ହେଲେ ଏପରି ସମସ୍ୟାକୁ ଏଡାଇବାକୁ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅତିରିକ୍ତ ମୁଖ୍ୟ ସଚିବ(ଅର୍ଥ), ପୋଲିସ ମହାନିର୍ଦ୍ଦେଶକ, ସ୍ୱରାଷ୍ଟ୍ର ବିଭାଗର ପ୍ରମୁଖ ସଚିବ, ପୋଲିସ କମିଶନର, ଗୁଇନ୍ଦା ନିର୍ଦ୍ଦେଶକ, କ୍ରୀଡା ସଚିବ ଓ ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos