ବାରବାଟୀରେ ଦର୍ଶକଙ୍କ ବୋତଲ ଫିଙ୍ଗା ଘଟଣା: ତଦନ୍ତ କରିବେ ଗୃହ ସଚିବ, ନିଜ ଆଡୁ ମାମଲା ରୁଜୁ କଲା ପୋଲିସ୍

କଟକ: କଟକ ବାରବାଟୀରେ ଗତ ୫ ତାରିଖରେ ଖେଳା ଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟ ମ୍ୟାଚ ବେଳେ ଦର୍ଶକଙ୍କ ବୋତଲ ପିଙ୍ଗା ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି । ଷ୍ଟାଡିୟମରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରାଯିବ । ଏପରି ଲଜ୍ଜ୍ୟାକର ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ସଞ୍ଜୀବ ଆରୋରା […]

Sa VS ind

Sa VS ind

Rakesh Mallick
  • Published: Thursday, 08 October 2015
  • Updated: 08 October 2015, 01:43 PM IST

Sports

Latest News

କଟକ: କଟକ ବାରବାଟୀରେ ଗତ ୫ ତାରିଖରେ ଖେଳା ଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟ ମ୍ୟାଚ ବେଳେ ଦର୍ଶକଙ୍କ ବୋତଲ ପିଙ୍ଗା ଘଟଣାରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି । ଷ୍ଟାଡିୟମରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରାଯିବ । ଏପରି ଲଜ୍ଜ୍ୟାକର ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ସଞ୍ଜୀବ ଆରୋରା କହିଛି । ସେପଟେ ଘଟଣାର ତଦନ୍ତ ଗୃହ ସଚିବ କରିବେ । ଏମିତି ଘଟଣାର ଯେପରି ପୁନରାବୃତ୍ତି ନ ହେବ, ସେ ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ କ’ଣ ରହିବ ତାହା ସେ ରିପୋର୍ଟରେ ଉଲ୍ଲେଖ କରିବେ। ସେପଟେ ତଦନ୍ତ ବେଳେ କ୍ରୀଡ଼ା ବିଭାଗ ଗୃହ ବିଭାଗକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବ ବୋଲି କ୍ରୀଡ଼ା ସଚିବ କହିଛନ୍ତି।

ସୂଚନାଯୋଗ୍ୟ, ବାରବାଟୀ ମ୍ୟାଚରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ୨ ଓ ୪ ନମ୍ବର ଗ୍ୟାଲେରୀରୁ କିଛି ଦର୍ଶକ ପଡିଆ ଭିତରକୁ ପାଣି ବୋତଲ ଫିଙ୍ଗିଥିଲେ । ଫଳରେ ଖେଳକୁ ଦୁଇଥର ବନ୍ଦ କରିବାକୁ ପଡିଥିଲା । ଏହି ଦୁଇ ଗ୍ୟାଲେରୀରୁ ଦର୍ଶକଙ୍କୁ ବାହାର କରାଯିବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା ।

ବାରବାଟୀରେ ବିଶୃଙ୍ଖଳାକୁ ନେଇ ବିସିସିଆଇ ରିପୋର୍ଟ ମାଗିବା ପରେ ଓସିଏ ଏହାର ଉତ୍ତର ରଖିଛି । ଏଥିରେ କୁହାଯାଇଛି ଆସିସିସି ଗାଇଡଳାଇନ ଆଧାରରେ ମ୍ୟାଚ୍ ଆୟୋଜିତ ହୋଇଥିଲା। ବାରବାଟୀ ଦର୍ଶକଙ୍କ ଉତ୍ତମ ବ୍ୟବହାର ନେଇ ରହିଥିବା ପୂର୍ବ ରେକର୍ଡ ଆଧାରରେ ଏବଂ ସେମାନଙ୍କ ସୁବିଧା ପାଇଁ କେବଳ ୧ଲିଟରରୁ ଊର୍ଦ୍ଧ୍ୱ ପାଣି ବୋତଲ ଭିତରକୁ ନେବା ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ଷ୍ଟାଡିୟୟମରେ ସେଦିନ ଉପସ୍ଥିତ ୪୫ ହଜାର ଦର୍ଶକଙ୍କ ମଧ୍ୟରୁ ମାତ୍ର ଶହେରୁ ଦେଢ଼ଶହ ପଡିଆ ଭିତରକୁ ପାଣି ବୋତଲ ଭିଙ୍ଗିଥିଲେ। ଫଳରେ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା। ତୁରନ୍ତ ସେମାନଙ୍କୁ ଖାଲି କରାଯିବା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଆଗକୁ ମ୍ୟାଚ୍ ସମୟରେ ଷ୍ଟାଡିୟମ୍ ଭିତରକୁ ଯେଭଳି ପାଣି ବୋତଲ ନ ଯାଏ, ସେଥିପ୍ରତି ଧ୍ୟାନ ଦିଆଯିବା ସହ ଆଇସିସି ଗାଇଡ୍ ଲାଇନକୁ କଡ଼ାକଡ଼ି ପାଳନ କରାଯିବ ବୋଲି ରିପୋର୍ଟରେ ଓସିଏ ଉଲ୍ଲେଖ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story