ହାତୀଙ୍କ ପାଇଁ ବିପଦ ସାଜିଛି ବିଦ୍ୟୁତ୍ ତାର: ଢେଙ୍କାନାଳ ପରେ ବରଗଡ଼ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମାଈ ହାତୀଙ୍କ ମୃତ୍ୟୁ

ବରଗଡ଼/ଭୁବନେଶ୍ୱର: ହାତୀ ବଂଶକୁ ପିଛା ଛାଡୁନି ବିଦ୍ୟୁତ୍ ତାର ବିପଦ। ୧୧ ଦିନ ତଳେ ଢେଙ୍କ।ନାଳ ଜିଲ୍ଲାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ହାତୀଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ବରଗଡ଼ ଜିଲ୍ଲାରେ ଆଉ ୨ ହାତୀଙ୍କ ମୃତଦେହ ଠାବ ହୋଇଛି। ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏ ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ବରଗଡ଼ ଅମ୍ୱାଭୋନା ବ୍ଲକ୍ ଅନ୍ତର୍ଗତ ୟୁନାନୀ ଗାଁରେ ବିଦ୍ୟୁତ୍ […]

bbb

bbb

Rakesh Mallick
  • Published: Friday, 23 October 2015
  • Updated: 23 October 2015, 03:53 PM IST

Sports

Latest News

ବରଗଡ଼/ଭୁବନେଶ୍ୱର: ହାତୀ ବଂଶକୁ ପିଛା ଛାଡୁନି ବିଦ୍ୟୁତ୍ ତାର ବିପଦ। ୧୧ ଦିନ ତଳେ ଢେଙ୍କ।ନାଳ ଜିଲ୍ଲାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ହାତୀଙ୍କର ମୃତ୍ୟୁ ହୋଇଥିଲା ବେଳେ ଆଜି ବରଗଡ଼ ଜିଲ୍ଲାରେ ଆଉ ୨ ହାତୀଙ୍କ ମୃତଦେହ ଠାବ ହୋଇଛି। ବାରହା ଶିକାର ପାଇଁ ଶିକାରୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏ ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

ବରଗଡ଼ ଅମ୍ୱାଭୋନା ବ୍ଲକ୍ ଅନ୍ତର୍ଗତ ୟୁନାନୀ ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ଦୁଇଟି ମାଈ ହାତୀ। ପରସ୍ପରକୁ ମୁହଁ କରି ପଡ଼ି ରହିଥିଲା ହାତୀ ଦୁଇଟିର ମୃତଦେହ। ଏକ ଧାନକ୍ଷେତ ନିକଟରେ ପଡ଼ିଥିଲା ଦୁଇଟି ଯାକ ମୃତଦେହ।  ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପାଖ ନାଳରୁ ପାଣି ପିଇ ଫେରିବା ବେଳେ ବାରହା ଶିକାର ପାଇଁ କୌଣସି ଶିକାରୀ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ ଦୁଇଟିର ଏ ଦଶା ହୋଇଛି। ତେବେ ଏହି ଅଞ୍ଚଳରେ ହାତୀ ଚଳପ୍ରଚଳ ରହିଥିବା ବେଳେ ସେମାନଙ୍କ ସୁରକ୍ଷା ପ୍ରତି ବନ ବିଭାଗ ଧ୍ୟାନ ଦେଉ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଅନ୍ୟପକ୍ଷରେ ଦେଚୁଆଁ ଫରେଷ୍ଟର ରାଜକୁମାର ଚାଲାନ୍ କହିଛନ୍ତି ଯେ ସେମାନେ ସେମାନଙ୍କ କାମ ଠିକ୍ ଢଙ୍ଗରେ କରୁଛନ୍ତି।

ହାତୀଙ୍କ ପାଇଁ ବଡ଼ ବିପଦ ସାଜିଛି ବିଦ୍ୟୁତ୍ ତାର। ଶିକାରୀର ବିଦ୍ୟୁତ୍ ଫ।ସ ହେଉ କି କମ୍ ଉଚ୍ଚତାରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାରମ୍ୱାର ହାତୀ ମୃତ୍ୟୁ ଘଟଣା ଘଟିବାରେ ଲାଗିଛି। ଗତ ୧୧ ତାରିଖରେ ଢେଙ୍କ।ନାଳ ଜିଲ୍ଲା ସଦର ରେଞ୍ଜ୍ ଗୁଣୁଦେଇରେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅକାଳରେ ଦୁଇଟି ହାତୀଙ୍କର ମୃତ୍ୟୁ ହୋଇଥିଲା। ଖୁବ୍ କମ୍ ଉଚ୍ଚତାରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏ ଦୁଇ ହାତୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ବନ ବିଭାଗ କର୍ତ୍ତବ୍ୟରେ ଅବହେଳା ପାଇଁ ଏହାର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କକରିବା ସହ ବିଦ୍ୟୁତ୍ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos