ବରଗଡ଼, କଟକରେ ପୁଣି ୨ଜଣ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ବରଗଡ଼/କଟକ: ବରଗଡ଼ରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଠିକାଦାର ସାହୁ। ତାଙ୍କ ଘର ସୋହେଲା ବ୍ଲକର ଟୁଙ୍ଗିବାହଲ ଗାଁରେ। ବର୍ଷା ଅଭାବରୁ ଫସଲ ହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଅକ୍ଟୋବର ୨୯ ତାରିଖରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଛି।ସେହିପରି ଆଜି କଟକ […]

chasi-atma-hatya

chasi-atma-hatya

Rakesh Mallick
  • Published: Monday, 02 November 2015
  • Updated: 02 November 2015, 03:28 PM IST

Sports

Latest News

ବରଗଡ଼/କଟକ: ବରଗଡ଼ରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଠିକାଦାର ସାହୁ। ତାଙ୍କ ଘର ସୋହେଲା ବ୍ଲକର ଟୁଙ୍ଗିବାହଲ ଗାଁରେ। ବର୍ଷା ଅଭାବରୁ ଫସଲ ହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଅକ୍ଟୋବର ୨୯ ତାରିଖରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଛି।ସେହିପରି ଆଜି କଟକ ଜିଲ୍ଲା ଆଠଗଡ ବ୍ଲକ ମହାଲକ୍ଷ୍ମୀପୁର ଗାଁରେ ଶଙ୍କର ବେହେରା ନାମକ ଜଣା ଚାଷୀ ଆତ୍ମହତ୍ୟା କରିଛି। ଫସଲହାନୀ ଚିନ୍ତାରେ ଶଙ୍କର ବିଷ ପିଇ ଦେଇଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡମେଡିକାଲରେ ଭର୍ତ୍ତି କରିଦେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ବରଗଡ଼ ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ମଧ୍ୟ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା।  ମେଲଚ୍ଛାମୁଣ୍ଡା ଥାନା ଅନ୍ତର୍ଗତ କେରମେଲି ଗାଁର ଧାନ ଚାଷୀ ପ୍ରେମରାଜ ବାରିକ ଜମିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ଆସିଥିଲା। ପ୍ରେମରାଜ ପ୍ରାୟ ସାଢେ଼ ୩ ଏକର ଜମିରେ ଧାନ ଫସଲ କରିଥିଲେ। ତେବେ ବର୍ଷା ଅଭାବରୁ ଫସଲ ଉଜୁଡ଼ି ଯାଇଥିବାରୁ ଏଥିରେ ଭାଙ୍ଗିପଡି ପ୍ରେମରାଜ ବିଷ ପିଇ ଦେଇଥିବା ନେଇ ମେଲଚ୍ଛାମୁଣ୍ଡା ଥାନାରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଗତ ଅକ୍ଟୋବର ୨୯ ତାରିଖରେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ସରକାର ଘୋଷଣା କରିଥିବା ଚାଷୀ ଆତ୍ମହତ୍ୟା ତଥ୍ୟକୁ ହିସାବକୁ ନେଲେ ବରଗଡ଼ରେ ବର୍ତ୍ତମାନ ସୁଦ୍ଧା ୧୭ ଜଣ ଜୀବନ ହାରି ସାରିଲେଣି। ଅକ୍ଟୋବର ୨୯ରେ ସରକାର ଘୋଷଣା କରିଥିଲେ ଯେ ବରଗଡ଼ ଜିଲ୍ଲାରୁ ସର୍ବାଧିକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ବରଗଡ଼ ଜିଲ୍ଲାରେ ମୋଟ ୧୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସେହିଭଳି ସେହି ତାରିଖ ସୁଦ୍ଧା ରାଜ୍ୟରେ ୧୫ଟି ଜିଲ୍ଲାରେ ୪୧ ଜଣ ଚାଷୀ ଆତ୍ମହତ୍ୟା କରିଥିବା ସରକାର କହିଥିଲେ। ତେବେ ଆଜି ସୁଦ୍ଧା ଏହି ସଂଖ୍ୟା ବେସରକାରୀ ଭାବେ ୫୦ରୁ ଅଧିକ ହୋଇଗଲାଣି।

ଜିଲ୍ଲାପାଳମାନେ ସେମାନଙ୍କ ରିପୋର୍ଟରେ କହିଥିଲେ ଯେ କୌଣସି ଚାଷୀ ଫସଲ ହାନି ଅବା ଋଣବୋଝ ଯୋଗୁଁ ଆତ୍ମହତ୍ୟା କରି ନାହାନ୍ତି। ଏହାକୁ ବିରୋଧୀମାନେ ସମାଲୋଚନା କରିଥିବା ବେଳେ ସରକାର କହିଛନ୍ତି ଯେ ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ହିଁ କାର୍ଯ୍ୟ କରାଯିବ।

ଗତକାଲି ନୟାଗଡ଼ ଜିଲ୍ଲା ରାଇପଡ଼ାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ମୃତ ଚାଷୀଙ୍କ ନାଁ ଲକ୍ଷ୍ମୀଧର ଭଟ୍ଟ। ଗତ ୨୮ତାରିଖରେ ଲକ୍ଷ୍ମୀଧର କିଟନାଶକ ପିଇ ଦେଇଥିଲେ। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଫସଲ ହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos