ବର୍ଦ୍ଧିତ ଟୋଲ୍‌ ଆଦାୟ ହେଲେ ଆସନ୍ତାକାଲିଠାରୁ ଘରୋଇ ବସ୍‌ ଚଳାଚଳ ବନ୍ଦ ହେବ

ଭୁବନେଶ୍ୱର: ଟୋଲ ଫି’ ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ରାଜ୍ୟରେ ୮ଟି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଧମକ ଦେଇଛି ଘରୋଇ ବସ୍ ମାଲିକ ସଂଘ। ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, “୨୭ ତାରିଖରେ ଏ ନେଇ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ଗାଇଡ ଲାଇନ ଉଲ୍ଲଂଘନ କରାଯାଇ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଏହି ୫ଟି ଟୋଲ୍‌ ଗେଟକୁ ସ୍ଥାନାନ୍ତର କରିବାକୁ ଏନ୍‌ଏଚ୍‌ଆଇକୁ ଜଣାଯାଇଥିବା ମନ୍ତ୍ରୀ କହିଥିଲେ। ପରେ ୩୦ ତାରିଖରେ ଏ […]

bus

bus

Rakesh Mallick
  • Published: Tuesday, 31 May 2016
  • Updated: 01 June 2016, 02:38 AM IST

Sports

Latest News

bus1ଭୁବନେଶ୍ୱର: ଟୋଲ ଫି’ ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲିଠାରୁ ରାଜ୍ୟରେ ୮ଟି ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଧମକ ଦେଇଛି ଘରୋଇ ବସ୍ ମାଲିକ ସଂଘ।

ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, “୨୭ ତାରିଖରେ ଏ ନେଇ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ଗାଇଡ ଲାଇନ ଉଲ୍ଲଂଘନ କରାଯାଇ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଏହି ୫ଟି ଟୋଲ୍‌ ଗେଟକୁ ସ୍ଥାନାନ୍ତର କରିବାକୁ ଏନ୍‌ଏଚ୍‌ଆଇକୁ ଜଣାଯାଇଥିବା ମନ୍ତ୍ରୀ କହିଥିଲେ। ପରେ ୩୦ ତାରିଖରେ ଏ ନେଇ ସରକାରଙ୍କୁ ସଂଘ ପକ୍ଷରୁ ଏକ ସ୍ମାରକପତ୍ର ଦିଆଯାଇଛି।”

ସେ କହିଛନ୍ତି, “ମେ’ ୧୮ ତାରିଖରେ ଟୋଲ୍‌ ଫି’ର ଦୁଇ ତୃତୀୟାଂଶ ଯାତ୍ରୀଙ୍କଠାରୁ ଓ ଏକ ତୃତୀୟାଂଶ ବସ୍‌ ମାଲିକଙ୍କଠାରୁ ଆଦାୟ କରାଯିବ ବୋଲି ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା।ଯାତ୍ରୀଙ୍କଠାରୁ ଟୋଲ ଫି’ ଆଦାୟ କରିବା ଆମ ପକ୍ଷେ ସମ୍ଭବ ନୁହେଁ ବୋଲି ଆମେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦେଇଛୁ। ୪ ତାରିଖରେ ଜାତୀୟ ରାଜପଥ ବିଭାଗ ଅଧ୍ୟକ୍ଷ ଆସି ବେଆଇନ ଟୋଲ ଗେଟ୍‌ ସମ୍ପର୍କରେ ଆଲୋଚନା କରିବେ। ମାତ୍ର ଟୋଲ ଗେଟ୍‌ରେ ଟିକସ୍ ଆଦାୟ ଲାଗି ଟେଣ୍ଡର ନେଇଥିବା ସଂସ୍ଥା ଆସନ୍ତାକାଲିଠାରୁ ବର୍ଦ୍ଧିତ ଫି’ ଆଦାୟ କରିବେ ବୋଲି କହିଛନ୍ତି। ଯଦି ବର୍ଦ୍ଧିତ ଟୋଲ୍‌ ଫି’ ଆଦାୟ କରାଯାଏ ତେବେ ଆମେ ଏହି ରୁଟ୍‌ ଗୁଡିକରେ ବସ୍‌ ଚଳାଚଳ ବନ୍ଦ କରିଦେବୁ। ଏ ସବୁ ରୁଟ୍‌ରେ ୫୦୦୦ରୁ ୬୦୦୦ ବସ୍‌ ଚଳାଚଳ ବନ୍ଦ ରହିବ। ପୂର୍ବ ପରି ୧୦୦୦ ଟଙ୍କା ନିଆଯାଇ ବସ୍‌ ଚଳାଚଳ କରାଯାଉ। ଏହା ସମସ୍ତଙ୍କ ପାଇଁ ହିତକର ହେବ।”

ସଂଘର ଅଭିଯୋଗ ଅନୁସାରେ ପିପିଲି, ମଙ୍ଗୁଳି, ପାଣିକୋଇଲି, ବାରାଗୁଡା, ଶେରଗଡ଼, ଗୋଡିପଡ଼ା, ଗୁରୁପାଲି ଓ ଶ୍ରୀରାମପୁରରେ ଟୋଲ୍‌ ଗେଟ୍‌ ରହିଛି। ଏଥିମଧ୍ୟରୁ ପ୍ରଥମ ୫ଟି ବେଆଇନ ଭାବେ ସ୍ଥାପିତ ହୋଇଛି ବୋଲି ସଂଘ କହିଛି।

ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି, “ବେଆଇନ୍‌ ଟୋଲ ଗେଟ୍‌ ସମ୍ପର୍କରେ ଆଲୋଚନା ପାଇଁ ଆସନ୍ତା ୪ ତାରିଖରେ ଏନ୍‌ଏଚ୍‌ଆଇ ଅଧ୍ୟକ୍ଷ ଓଡ଼ିଶା ଆସୁଛନ୍ତି। ତାଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos