ବରଗଡ଼ରେ ଆଠ ଦିନର ଶିଶୁକୁ ଚେଙ୍କ

ବରଗଡ଼: ଅଳତି ଭଲ କରିବା ପାଇଁ ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍ ଅନ୍ତର୍ଗତ ବାଦୀପାଲି ଗାଁରେ ଏକ ୮ ଦିନର ଶିଶୁ ପୁତ୍ରକୁ ଚେଙ୍କ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଚେଙ୍କ ଦେବା ପରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ତାକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଦୀପାଲିର ସୁତାନୁ ବାରିକ ଓ ଆରତୀ ବାରିକଙ୍କର ଏହି ଆଠ ଦିନର ଶିଶୁଟି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିଲା। ଜନ୍ମ ପରେ ଛୁଆଟି ଜଣ୍ଡିସ୍‌ରେ […]

chenka

chenka

Rakesh Mallick
  • Published: Friday, 03 June 2016
  • Updated: 03 June 2016, 09:13 AM IST

Sports

Latest News

chenkaବରଗଡ଼: ଅଳତି ଭଲ କରିବା ପାଇଁ ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ୍ ଅନ୍ତର୍ଗତ ବାଦୀପାଲି ଗାଁରେ ଏକ ୮ ଦିନର ଶିଶୁ ପୁତ୍ରକୁ ଚେଙ୍କ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଚେଙ୍କ ଦେବା ପରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ତାକୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବାଦୀପାଲିର ସୁତାନୁ ବାରିକ ଓ ଆରତୀ ବାରିକଙ୍କର ଏହି ଆଠ ଦିନର ଶିଶୁଟି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିଲା। ଜନ୍ମ ପରେ ଛୁଆଟି ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିଲା। ତେବେ ଚିକିତ୍ସା ପରେ ଶିଶୁଟିକୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରି ଦିଆଯାଇଥିଲା। ପରେ ଛୁଆଟି ଶରୀରେ ଅଳତି ହୋଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ସେମାନେ ଛୁଆଟିକୁ ଡାକ୍ତରଖାନା ନ ନେଇ ଗାଁର ଜଣେ ବ୍ୟକ୍ତିଙ୍କୁ ଡାକି ଚୁଡ଼ି ସାହାଯ୍ୟରେ ତା’ ପେଟରେ ଚେଙ୍କ ଦେଇଥିଲେ। ଚେଙ୍କ ଦେବା ପରେ ଶିଶୁଟି ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାକୁ ବାରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଶିଶୁଟିକୁ ଚାଇଲ୍ଡ କେୟାର ୟୁନିଟ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି।

ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର କେ.ସି ମହାକୁଡ଼ କହିଛନ୍ତି,“ଏ ପିଲାଟି ଏଇଠି ଜନ୍ମ ହୋଇଥିଲା। ଜନ୍ମ ବେଳେ ତାକୁ ଜଣ୍ଡିସ୍ ହୋଇଥିଲା। ତେବେ ଭଲ ହୋଇଯିବା ପରେ ପିଲାଟିକୁ ଗାଁକୁ ନେଇ ଯାଇଥିଲେ ଘର ଲୋକେ। ଗାଁକୁ ଫେରିବା ପରେ ଶିଶୁଟିର ଦେହ ଖରାପ ହେବା ଦେଖି ସେମାନେ ଚେଙ୍କ ଦେଇଛନ୍ତି।”

ସେ କହିଛନ୍ତି,“ସଚେତନା ଅଭାବରୁ ବରଗଡ଼ ଜିଲ୍ଲାରେ ବାରମ୍ବାର ଏମିତି ଘଟଣା ଦେଖିବାକୁ ମିଳୁଛି। ନବଜାତ ଶିଶୁର ପେଟରେ କଳା ଶିର ଦେଖାଗଲେ ଏହାକୁ ବହୁତ ବଡ଼ ରୋଗ ବୋଲି ଭାବି ନେଉଛନ୍ତି ଲୋକେ। ଏହାର ଚିକିତ୍ସା ଡାକ୍ତରମାନଙ୍କ ଦ୍ୱାରା ହୋଇପାରିବନି ଭାବି ଚେଙ୍କ ଦେଇ ଦେଉଛନ୍ତି। ଗତ ବର୍ଷ ଜିଲ୍ଲାରେ ୩ଟି ପିଲା ଏହି କାରଣରୁ ପ୍ରାଣ ହରାଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos