ବରଗଡ଼ରେ ଜୀବନ ହାରିଲେ ଆଉ ଜଣେ ଚାଷୀ

ବରଗଡ଼: ଫସଲହାନି ଯୋଗୁଁ ପୁଣି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ପୁଣି ବରଗଡ଼ ଜିଲ୍ଲାରୁ ଆସିଛି ଏହି ଅଭିଯୋଗ। ଜିଲ୍ଲାର ପାଇକମାଲ୍ ବ୍ଲକର ବିଜାଡିହି ଗାଁରେ ଜଣେ ଚାଷୀ ଫସଲ ହାନି ଓ ଋଣବୋଝରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବିଷ୍ଣୁ ମରିହି। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ମିଶାଇ ଏଯାବତ ବରଗଡ଼ ଜିଲ୍ଲାରେ ୧୮ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା […]

FarmerSuicide

FarmerSuicide

Rakesh Mallick
  • Published: Wednesday, 04 November 2015
  • Updated: 04 November 2015, 08:33 AM IST

ବରଗଡ଼: ଫସଲହାନି ଯୋଗୁଁ ପୁଣି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ପୁଣି ବରଗଡ଼ ଜିଲ୍ଲାରୁ ଆସିଛି ଏହି ଅଭିଯୋଗ। ଜିଲ୍ଲାର ପାଇକମାଲ୍ ବ୍ଲକର ବିଜାଡିହି ଗାଁରେ ଜଣେ ଚାଷୀ ଫସଲ ହାନି ଓ ଋଣବୋଝରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବିଷ୍ଣୁ ମରିହି। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ମିଶାଇ ଏଯାବତ ବରଗଡ଼ ଜିଲ୍ଲାରେ ୧୮ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଏହି ଜିଲ୍ଲାରୁ ହିଁ ଆସିଛି।

ଏହା ପୂର୍ବରୁ ନଭେମ୍ବର ୧ ଓ ୨ ତାରିଖରେ ବରଗଡ଼ ଜିଲ୍ଲାରେ ଦୁଇ ଜଣ ଚାଷୀ ଆତ୍ମହତ୍ୟା କରିଥିଲେ। ନଭେମ୍ବର ୧ରେ ଜିଲ୍ଲାର ମେଲଚ୍ଛାମୁଣ୍ଡା ଥାନା ଅନ୍ତର୍ଗତ କେରମେଲି ଗାଁର ଧାନ ଚାଷୀ ପ୍ରେମରାଜ ବାରିକ ଜମିରେ ବିଷ ପିଇ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ଆସିଥିଲା। ପ୍ରେମରାଜ ପ୍ରାୟ ସାଢେ଼ ୩ ଏକର ଜମିରେ ଧାନ ଫସଲ କରିଥିଲେ। ତେବେ ବର୍ଷା ଅଭାବରୁ ଫସଲ ଉଜୁଡ଼ି ଯାଇଥିବାରୁ ଏଥିରେ ଭାଙ୍ଗିପଡି ପ୍ରେମରାଜ ବିଷ ପିଇ ଦେଇଥିବା ନେଇ ମେଲଚ୍ଛାମୁଣ୍ଡା ଥାନାରେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ୨ ତାରିଖରେ ଜୀବନ ହାରିଥିଲେ ଜିଲ୍ଲାର ସୋହେଲା ବ୍ଲକର ଟୁଙ୍ଗିବାହାଲ ଗାଁର ଚାଷୀ ଠିକାଦାର ସାହୁ।   ଫସଲ ହାନି ଓ ଋଣବୋଝ ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା।  ସେ ଅକ୍ଟୋବର ୨୯ ତାରିଖରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ନଭେମ୍ବର ୨ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଗତ ଅକ୍ଟୋବର ୨୯ ତାରିଖରେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା (ସେହି ତାରିଖ ସୁଦ୍ଧା) ୧୫ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ସାରା ରାଜ୍ୟରେ ଏହି ସଂଖ୍ୟା ସର୍ବାଧିକ। ସରକାରଙ୍କ ଏହି ରିପୋର୍ଟ ପରେ ଜିଲ୍ଲାରେ ଆହୁରି ୩ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେଣୁ ଏହି ସଂଖ୍ୟାକୁ ମିଶାଇଲେ ଜିଲ୍ଲା ଚାଷୀ ଆତ୍ମହତ୍ୟା ସଂଖ୍ୟା ୧୮ରେ ପହଞ୍ଚି ଯାଇଛି।

ବରଗଡ଼ ସମେତ ୧୫ଟି ଜିଲ୍ଲାର ଜିଲ୍ଲାପାଳମାନେ ଦେଇଥିବା ରିପୋର୍ଟରେ ସରକାରଙ୍କୁ କହିଥିଲେ ଯେ କୌଣସି ଚାଷୀ ଫସଲହାନି ଓ ଋଣବୋଝ ଯୋଗୁଁ ଜୀବନ ହାରି ନାହାନ୍ତି। ଏହାକୁ ବିରୋଧୀମାନେ ତୀବ୍ର ସମାଲୋଚନା କରିଥିଲେ।

ଚାଷୀ ଆତ୍ମହତ୍ୟାକୁ ନେଇ ରାଜନୀତି ଜୋର ଧରି ଥିବା ବେଳେ ଗତକାଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଥିଲେ ଯେ ଦରକାର ପଡ଼ିଲେ ଚାଷୀ ମୃତ୍ୟୁ ନେଇ ତାଙ୍କ ସରକାର ଶ୍ୱେତପତ୍ର ଜାରି କରିବେ। ସେ ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା (ଗତକାଲି ସୁଦ୍ଧା) ରାଜ୍ୟରେ ୪୮ ଜଣ ଚାଷୀ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story