ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା: ୨ ମୃତ, ୧୩ ଆହତ

ବ୍ରହ୍ମପୁର/ଭୁବନେଶ୍ୱର/ବାଲେଶ୍ୱର: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ହିଂସା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମର ହିଞ୍ଜିଳି ଥାନା ବ୍ରାହ୍ମଣସାହି ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତ ସରପଞ୍ଚ ପ୍ରାର୍ଥୀ ହେଲେ ବୁଲୁ ପ୍ରଧାନ। ଆହତଙ୍କ ମଧ୍ୟରୁ ୮ ଜଣଙ୍କୁ […]

barhampur

barhampur

Rakesh Mallick
  • Published: Tuesday, 21 February 2017
  • Updated: 21 February 2017, 06:42 PM IST

Sports

Latest News

ବ୍ରହ୍ମପୁର/ଭୁବନେଶ୍ୱର/ବାଲେଶ୍ୱର: ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନୀ ହିଂସା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଗଞ୍ଜାମର ହିଞ୍ଜିଳି ଥାନା ବ୍ରାହ୍ମଣସାହି ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତ ସରପଞ୍ଚ ପ୍ରାର୍ଥୀ ହେଲେ ବୁଲୁ ପ୍ରଧାନ। ଆହତଙ୍କ ମଧ୍ୟରୁ ୮ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଓ ଅନ୍ୟ ୨ ଜଣ ହିଞ୍ଜିଳି ମେଡିକାଲରେ ଭର୍ତ୍ତି କରାଯାଇଛି।

ସେହିପରି କୋଦଳା ଥାନା ମର୍ଦକୋଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ପିତାମ୍ବର ସ୍ୱାଇଁ।

କଳାହାଣ୍ଡି ଜିଲ୍ଲା ଥୁଆମୂଳା ରାମପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ମୂରଲୀଧର ନାଏକ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ଦୁର୍ବୃତ୍ତମାନେ ତାଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ। ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଯାଜପୁର ଜିଲ୍ଲା କୋରେଇ ବ୍ଲକ ପଛିକୋଟ ପଞ୍ଚାୟତର ୧୬ ନମ୍ବର ବୁଥ୍‌ରେ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍‌ ହୋଇଛି। ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀ ଭୋଟଦାନ କେନ୍ଦ୍ରକୁ ପ୍ରବେଶ କରିବାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା।

ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ସିମୁଳିପାଟଣାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁର ୧୪ ନମ୍ବର ବୁଥ୍‌ରେ ପୋଲିଂ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ଧସ୍ତାଧସ୍ତି ହୋଇଥିଲା। ଫଳରେ କିଛି ସମୟ ପାଇଁ ଭୋଟିଂ ବନ୍ଦ ରହିଥିଲା। ଘଟଣା ସ୍ଥଳରେ ଏଡିଏମ୍‌ ଓ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ଭୋଟ ଗ୍ରହଣ ହୋଇଥିଲା।

କଟକ ଜିଲ୍ଲା ଆଠଗଡ଼ ଦୋରଡ଼ ପଞ୍ଚାୟତରେ ଘଟିଥିବା ପ୍ରାକ୍‌ ନିର୍ବାଚନୀ ହିଂସାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଲୋକେ ଆଠଗଡ଼ ଥାନା ଘେରାଉ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଅଞ୍ଚଳରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ଦୁଇ ପରାଜିତ ସମିତି ସଭ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story