ଅଧ୍ୟାପକ ନିଖୋଜ ମାମଲା: ମାଟି ତଳୁ ମିଳିଲା ମୃତଦେହ, ଅପହରଣ ପରେ ମାରି ଦେଇଥିଲେ

ବାରିପଦା:  ବାରିପଦାର ଅଧ୍ୟାପକ ସୁଧୀର ମହାନ୍ତ ନିଖୋଜ ଘଟଣାର ଗୁମର ଖୋଲିଛି। ସେ ନିଖୋଜ ହୋଇନଥିଲେ। ତାଙ୍କୁ ଅପହରଣ କରି ହତ୍ୟା କରାଯାଇଛି। ମାଟି ତଳୁ ତାଙ୍କ ମୃତ ଶରୀରକୁ କଢ଼ା ଯାଇଛି। ଲୁଟ୍ ପାଇଁ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ୍ ସୂଚନା ଦେଇଛି। ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୨୫ ତାରିଖରେ ଅଧ୍ୟାପକ ସୁଧୀର ମହାନ୍ତଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ଘରୁ ହିଁ ଅପହରଣ କରାଯାଇଥିଲା। ଅପହରଣ ପରେ ତାଙ୍କୁ ବେତନଟୀର […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 02:26 PM IST

Sports

Latest News

ବାରିପଦା:  ବାରିପଦାର ଅଧ୍ୟାପକ ସୁଧୀର ମହାନ୍ତ ନିଖୋଜ ଘଟଣାର ଗୁମର ଖୋଲିଛି। ସେ ନିଖୋଜ ହୋଇନଥିଲେ। ତାଙ୍କୁ ଅପହରଣ କରି ହତ୍ୟା କରାଯାଇଛି। ମାଟି ତଳୁ ତାଙ୍କ ମୃତ ଶରୀରକୁ କଢ଼ା ଯାଇଛି। ଲୁଟ୍ ପାଇଁ ତାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ପୋଲିସ୍ ସୂଚନା ଦେଇଛି।

ଏସ୍‌ଡିପିଓଙ୍କ ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୨୫ ତାରିଖରେ ଅଧ୍ୟାପକ ସୁଧୀର ମହାନ୍ତଙ୍କୁ ଅପହରଣ କରାଯାଇଥିଲା। ତାଙ୍କୁ ଘରୁ ହିଁ ଅପହରଣ କରାଯାଇଥିଲା। ଅପହରଣ ପରେ ତାଙ୍କୁ ବେତନଟୀର ଆମ୍ବଯୋଡ଼ା ଜଙ୍ଗଲରେ ହତ୍ୟା କରାଯାଇଥିଲା। ହତ୍ୟା କରିବା ପରେ ତାଙ୍କୁ ମାଟି ତଳେ ପୋତି ଦିଆଯାଇଥିଲା। ତାଙ୍କ ମୃତଦେହକୁ ମାଟିତଳୁ ଉଦ୍ଧାର କରାଯାଇଛି।

ଲୁଟ୍ ପାଇଁ ଅପହରଣ ଓ ହତ୍ୟା

ଏହି ଘଟଣାରେ ବାରିପଦା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାରିପଦାର ଏସ୍.କେ. ରାଜୁ ଓ ଅଜୟ ପାତ୍ର। ସୁଧୀର ମହାନ୍ତଙ୍କ ଅପହରଣ ଓ ହତ୍ୟାରେ ଆହୁରି ୪ ଜଣ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି।  ଫେରାର ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ।  ଅଭିଯୁକ୍ତମାନେ ଆଗରୁ ହିଁ ସୁଧୀର ମହାନ୍ତଙ୍କୁ ଚିହ୍ନିଥିଲେ।  କିଛି ଦିନ ତଳେ ସୁଧୀର ଏକ ଜମି ବିକ୍ରି କରିଥିଲେ।  ଜମି ବିକ୍ରିରୁ ସେ ୯୦ ଲକ୍ଷ ଟଙ୍କା ପାଇଥିବା ସୂଚନା ପାଇଥିଲେ ଅଭିଯୁକ୍ତ। ୯୦ ଲକ୍ଷ ଟଙ୍କା ଲୋଭରେ ସେମାନେ କିଛି ଦିନ ସୁଧୀର ମହାନ୍ତଙ୍କୁ ଅଟକ ରଖିଥିଲେ।  ଟଙ୍କା ନ ପାଇବାକୁ ଶେଷରେ ଅଭିଯୁକ୍ତମାନେ ସୁଧୀରଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା କହିଛି ପୋଲିସ।  ତେବେ ପରିବାର ଲୋକେ କହିଛନ୍ତି, ଅଧିକ ତଦନ୍ତ କଲେ ପ୍ରକୃତ ତଥ୍ୟ ପଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos