ଉପରେ ବାନ୍ଧିଦେଲେ, ତଳୁ ଲୁଟିନେଲେ

ବାରିପଦା (ଓଡ଼ିଶା ରିପୋର୍ଟର): ଗହଣା ଦୋକାନ ଉପର ଘରେ ରହୁଥିବା ଏକ ପରିବାରକୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ବାନ୍ଧି ପକାଇଲେ। ତା’ପରେ ଗହଣା ଦୋକାନ କବାଟ ଭାଙ୍ଗି କଳାକନା ବୁଲାଇଦେଲେ। ଗତକାଲି ରାତିରେ ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବଜାରରେ।

ବଡସାହିରେ ମା’ ଅମ୍ୱିକା ଗହଣା ଦୋକାନର ଉପର ମହଲାରେ ଜଣେ ଫାୟାରମ୍ୟାନ୍‌ ସପରିବାରେ ଭଡ଼ାରେ ରହୁଛନ୍ତି। ଗତକାଲି ବିଳମ୍ୱିତ ରାତିରେ ୫ରୁ ୬ ଜଣ ଯୁବକ ଆସି ପ୍ରଥମେ କାବାଟ ବାଡେଇଥିଲେ। କବାଟ ଖୋଲିବା କ୍ଷଣି ଦୁର୍ବୃତ୍ତମାନେ ପରିବାରର ସମସ୍ତଙ୍କୁ ବାନ୍ଧି ପକାଇଥିଲେ। ପରେ ଦୁର୍ବୃତ୍ତମାନେ ଗହଣା ଦୋକାନର ପଛ ପାର୍ଶ୍ୱ କବାଟ ଭାଙ୍ଗି ଭିତରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ। ଡକାୟତମାନେ ଓଡ଼ଆ ଓ ହିନ୍ଦୀ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବଡସାହି ଅଂଚଳରେ ଗତ କିଛି ଦିନ ହେବ ଏଭଳି ବାରମ୍ବାର ଲୁଟ୍ ହେଉଛି। ହେଲେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ଆଜି ବଡ଼ସାହି ବଜାରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ମିଳିଲା ଗଞ୍ଜେଇ

କିଏ ଫିଙ୍ଗିଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅତିପ୍ରିୟ ଶୁଖିଲି ଭୋଗ ?

ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ,  ୫୦୦ ଜଣଙ୍କ ବିରୋଧରେ ମାମଲା

କାଲିଠାରୁ କାଉଣ୍ଟରରେ ରିଜର୍ଭେସନ ଟିକେଟ

ଆଉ ତିନିକୋଭିଡ-19 ପଜିଟିଭ ଚିହ୍ନଟ, ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ପୁରୁଣା ରେକର୍ଡ଼ ଭାଙ୍ଗିଲା ୧୯ ନିର୍ବାଚନ

ବୋହୂ ପାଇଁ ଥାନା ଭଙ୍ଗାରୁଜା : ବନ୍ଧା ହେଲେ ୫୨

ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ପାରା ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ମାଲିକଙ୍କ ନାମରେ ଅଶ୍ଳୀଳ ଆଚରଣ ଅଭିଯୋଗ

ମାଡ଼ ହେଲା ବାତ୍ୟା ‘ସୁପର୍‌ଟାଇଫୁନ୍‌: ୨.୪୫ ମିଲିୟନ୍ ଲୋକଙ୍କୁ ସ୍ଥାନାନ୍ତର

ପୃଥିବୀ ପାଖରେ ଆଉ ଏକ ଗ୍ରହରେ ମିଳିଲା ମହାସମୁଦ୍ରର ସନ୍ଧାନ