ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲେ ଧର୍ମେନ୍ଦ୍ର; ବାରିପଦା ମେଡ଼ିକାଲ କଲେଜରେ ଏବର୍ଷ ପାଠପଢ଼ା ଆରମ୍ଭ ପାଇଁ ହେବ ଚେଷ୍ଟା

ନୂଆଦିଲ୍ଲୀ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭିତ୍ତିଭୂମି ନିର୍ମାଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ରିପୋର୍ଟ ମାର୍ଚ୍ଚ ୧୫ ସୁଦ୍ଧା ମେଡ଼ିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ)କୁ ରାଜ୍ୟ ସରକାର ଦେଇନାହାନ୍ତି। କେବଳ କୋରାପୁଟ ମେଡ଼ିକାଲ କଲେଜ ସମ୍ପର୍କିତ ରିପୋର୍ଟ ଦେଇଥିଲେ। ଯେଉଁଥିପାଇଁ ଏମ୍‌ସିଆଇ ଟିମ୍‌ ବାରିପଦା ମେଡ଼ିକାଲ କଲେଜ ପରିଦର୍ଶନରେ ଆସିପାରିନଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଏମ୍‌ସିଆଇ ଟିମ୍‌ ପରିଦର୍ଶନରେ ଆସିବ। ଯୋଗ୍ୟ ବିବେଚିତ ହେଲେ ଆଡମିଶନ ପାଇଁ ଅନୁମତି ମିଳିବ। […]

medical college

medical college

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 06:10 PM IST

Sports

Latest News

ନୂଆଦିଲ୍ଲୀ: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭିତ୍ତିଭୂମି ନିର୍ମାଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ରିପୋର୍ଟ ମାର୍ଚ୍ଚ ୧୫ ସୁଦ୍ଧା ମେଡ଼ିକାଲ କାଉନ୍‌ସିଲ ଅଫ୍‌ ଇଣ୍ଡିଆ(ଏମ୍‌ସିଆଇ)କୁ ରାଜ୍ୟ ସରକାର ଦେଇନାହାନ୍ତି। କେବଳ କୋରାପୁଟ ମେଡ଼ିକାଲ କଲେଜ ସମ୍ପର୍କିତ ରିପୋର୍ଟ ଦେଇଥିଲେ। ଯେଉଁଥିପାଇଁ ଏମ୍‌ସିଆଇ ଟିମ୍‌ ବାରିପଦା ମେଡ଼ିକାଲ କଲେଜ ପରିଦର୍ଶନରେ ଆସିପାରିନଥିଲା। ଏବେ ଦ୍ୱିତୀୟ ପର୍ଯ୍ୟାୟରେ ଏମ୍‌ସିଆଇ ଟିମ୍‌ ପରିଦର୍ଶନରେ ଆସିବ। ଯୋଗ୍ୟ ବିବେଚିତ ହେଲେ ଆଡମିଶନ ପାଇଁ ଅନୁମତି ମିଳିବ। ଚଳିତବର୍ଷ ମେଡିକାଲ କଲେଜରେ ପାଠ ପଢ଼ା ଆରମ୍ଭ କରିବାକୁ ଚେଷ୍ଟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଆଡମିଶନ ବିବାଦ ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରମୋଦ ମେହେର୍ଦ୍ଦାଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ।

ମେଡିକାଲ କଲେଜରେ ଆଡମିଶନ ଦାବିରେ ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଏଥିରେ ସବୁ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ। ବନ୍ଦ ଯୋଗୁଁ ଗାଡ଼ିଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos