ଏପଟେ ବନ୍ଦ ସେପଟେ ବୈଠକ: ବାରିପଦା ମେଡିକାଲ କଲେଜରେ ନାମ ଲେଖାକୁ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ବାରିପଦାରେ ନୂଆ କରି ପ୍ରତିଷ୍ଠା ହୋଇଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜରେ ଭିତ୍ତିଭୂମି ଓ ମେଡିକାଲର ସମସ୍ତ ନିର୍ମାଣ କାମ ସରିଥିଲେ ବି ନାମଲେଖାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାର ପ୍ରତିବାଦରେ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ଜିଲ୍ଲାବାସୀଙ୍କ ପାଇଁ ଦିଲ୍ଲୀରୁ ଏକ ଖୁସି ଖବର ଆସିଛି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା ପାଇଁ ଆଜି ଏକ ବୈଠକ ହେବାକୁ ଯାଉଛି। […]

baripada

baripada

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 06:12 PM IST

Sports

Latest News

ନୂଆଦିଲ୍ଲୀ: ବାରିପଦାରେ ନୂଆ କରି ପ୍ରତିଷ୍ଠା ହୋଇଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜରେ ଭିତ୍ତିଭୂମି ଓ ମେଡିକାଲର ସମସ୍ତ ନିର୍ମାଣ କାମ ସରିଥିଲେ ବି ନାମଲେଖାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଏହାର ପ୍ରତିବାଦରେ ଆଜି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ଜିଲ୍ଲାବାସୀଙ୍କ ପାଇଁ ଦିଲ୍ଲୀରୁ ଏକ ଖୁସି ଖବର ଆସିଛି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଲୋଚନା ପାଇଁ ଆଜି ଏକ ବୈଠକ ହେବାକୁ ଯାଉଛି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଡିଏମ୍‌ଇଟି. କଲେଜ କର୍ତ୍ତୃପକ୍ଷ ଯୋଗଦେବେ।

ବୈଠକରେ ନାମଲେଖା ଅନୁମତି ଓ ପାଠପଢା ଆରମ୍ଭ ପ୍ରସଙ୍ଗ ଆଲୋଚନା ହେବ। ପୂର୍ବରୁ ଏମ୍‌ସିଆଇ ବିରୋଧରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ସୁପ୍ରିମକୋର୍ଟ ମାଣ୍ଡେଟେଡ ଓଭରସାଇଟ୍‌ କମିଟିକୁ ଚିଠି ଲେଖିଥିଲେ।

ଅନ୍ୟପକ୍ଷରେ ଚଳିତବର୍ଷ ଠାରୁ ନାମଲେଖା ପାଠପଢା ଆରମ୍ଭ ଦାବିରେ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ କରାଯାଉଛି। ଜିଲ୍ଲାର ପ୍ରାୟ ସବୁ ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ବନ୍ଦ ଯୋଗୁଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ଠପ୍‌ ହୋଇଯାଇଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos