ଛୁଟି ଘୋଷଣା ସତ୍ତ୍ୱେ ଚାଲିଛି ସ୍କୁଲ୍: ବାରିପଦାରେ ଛାତ୍ରୀ ଅସୁସ୍ଥ

ବାରିପଦା: ସରକାରଙ୍କ ସ୍କୁଲ୍‌ ଛୁଟି ଘୋଷଣା ପରେ ମଧ୍ୟ ଏକ୍ସଟ୍ରା କ୍ଲାସ୍ ନାଁରେ ସ୍କୁଲକୁ ପିଲା ଆସୁଥିବା ବେଳେ ଆଜି ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ଘଟିଛି ବାରିପଦା ସହର ସ୍ଥିତ ସେଣ୍ଟ ଆନିଜ୍ କନଭେଣ୍ଟ୍‌ ସ୍କୁଲରେ। ଆଜି ସକାଳ ୯ଟା ବେଳେ ସ୍କୁଲର ଜଣେ ଛାତ୍ରୀ କ୍ଲାସରେ ଥିବା ବେଳେ ଅସହ୍ୟ ଗରମ ଯୋଗୁଁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ […]

student-ill

student-ill

Rakesh Mallick
  • Published: Friday, 29 April 2016
  • Updated: 29 April 2016, 12:47 PM IST

Sports

Latest News

student-illବାରିପଦା: ସରକାରଙ୍କ ସ୍କୁଲ୍‌ ଛୁଟି ଘୋଷଣା ପରେ ମଧ୍ୟ ଏକ୍ସଟ୍ରା କ୍ଲାସ୍ ନାଁରେ ସ୍କୁଲକୁ ପିଲା ଆସୁଥିବା ବେଳେ ଆଜି ଜଣେ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଘଟଣା ଘଟିଛି ବାରିପଦା ସହର ସ୍ଥିତ ସେଣ୍ଟ ଆନିଜ୍ କନଭେଣ୍ଟ୍‌ ସ୍କୁଲରେ। ଆଜି ସକାଳ ୯ଟା ବେଳେ ସ୍କୁଲର ଜଣେ ଛାତ୍ରୀ କ୍ଲାସରେ ଥିବା ବେଳେ ଅସହ୍ୟ ଗରମ ଯୋଗୁଁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଛାତ୍ରୀଟି ସୁସ୍ଥ ଥିବା ଡାକ୍ତର କହିଛନ୍ତି।

ଅନ୍ୟପକ୍ଷରେ ଏକ୍ସଟ୍ରା କ୍ଲାସ ନାମରେ ପ୍ରତ୍ୟେକ ଦିନ ସ୍କୁଲ ୬ଟା୩୦ରୁ ୮ଟା ୩୦ ଯାଏଁ ଚାଲୁଛି। ବିନା ଇଉନିଫର୍ମରେ ସ୍କୁଲପିଲାମାନେ ସ୍କୁଲ ଆସୁଛନ୍ତି ବୋଲି ଅବିଭାବକମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ଘଟିବାପରେ  କର୍ତ୍ତୃପକ୍ଷ ସ୍କୁଲକୁ  ବନ୍ଦ କରିଦେଇଛନ୍ତି।

ଅସୁସ୍ଥ ଛାତ୍ରୀଙ୍କ ଅଭିଭାବକ ଶିରିଶ ପ୍ରଧାନ କହିଛନ୍ତି, “ ଝିଅ ଆଜି ସକାଳେ ସ୍କୁଲ୍ ଯାଇଥିଲା। ସ୍କୁଲରେ କ୍ଲାସ ସାରି ଫେରିବା ପରେ ଅସୁସ୍ଥ ହୋଇପଡ଼ିଥିଲା। ତା’ର ସାଙ୍ଗମାନେ ତାଙ୍କୁ  ଡାକ୍ତରଖାନା ନେଇ ଯାଇଥିଲେ।”

ସିଡିଏମ୍ଓ ଡା. ପ୍ରଣବ ଦାସ କହିଛନ୍ତି, “ବ୍ଲଡ୍‌ ପ୍ରେସର ଲୋ ହୋଇଥିବା ଯୋଗୁଁ ଛାତ୍ରୀ ଜଣଙ୍କ ଅସୁସ୍ଥ ହୋଇପଡ଼ିଥିଲେ। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos